ରାଜ୍ୟରେ ଦିନକୁ ଦିନ କୋରୋନା ସଂକଟ ଉଗ୍ର ରୂପ ନେବାରେ ଲାଗିଛି। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରବିବାର ଦିନ ଗୋଟିଏ ଦିନରେ ୮୦ରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଥିବା ବେଳେ ଆଜି ସକାଳୁ ଆଉ ୧୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ୩୯୧ ଟି ମାମଲା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ
Trending Photos
ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କୋରୋନା ସଂକଟ ଉଗ୍ର ରୂପ ନେବାରେ ଲାଗିଛି। ଦିନକୁ ଦିନ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ଗତକାଲି ରବିବାର ଦିନ ଗୋଟିଏ ଦିନରେ ୮୦ରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଥିବା ବେଳେ ଆଜି ସକାଳୁ ଆଉ ୧୪ଟି ନୂଆ ମାମଲା ସାମ୍ନାକୁ ଆସିଛି। ଏହା ସହିତ ରାଜ୍ୟରେ ମୋଟ ୩୯୧ ଟି ମାମଲା ବର୍ତ୍ତମାନ ସୁଦ୍ଧା ସାମ୍ନାକୁ ଆସିଛି।
ସେପଟେ ଏହି ୧୪ଟି ମାମଲା ମଧ୍ୟରୁ ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି। ଗଞ୍ଜାମରୁ ମୋଟ ୧୨ଟି ମାମଲା ଆଜି ସାମ୍ନାକୁ ଆସିଥିବା ବେଳେ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୩୭ରେ ପହଞ୍ଚିଛି। ଏନେଇ ଆଜି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି। ସେହିପରି କେନ୍ଦ୍ରାପଡ଼ା ଓ ସୁନ୍ଦରଗଡ଼ରେ ଜଣେ ଲେଖାଏଁ ରୋଗୀ ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ରହିଛି।
ତେବେ ଗତକାଲି କୋରୋନା ମାନଚିତ୍ରରେ ଅନୁଗୋଳ ଓ ବୌଦ୍ଧ ଜିଲ୍ଲା ସାମିଲ ହୋଇଥିଲା। ବୌଦ୍ଧ ଜିଲ୍ଲାରୁ ୩ଟି ମାମଲା ସାମ୍ନାକୁ ଆସିଥିବା ବେଳେ ଅନୁଗୋଳ ଜିଲ୍ଲାରୁ ୧୫ଟି ମାମଲା ସାମ୍ନାକୁ ଆସିଥିଲା। ତେବେ ଯଦି ରାଜ୍ୟ କଥା ଦେଖାଯାଏ ତେବେ ୩୯୧ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୦ ଜଣ ବର୍ତ୍ତମାନ ସୁଦ୍ଧା ଚିକିତ୍ସିତ ରହିଛନ୍ତି। ୬୮ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୩ ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି। ତେବେ ଗଞ୍ଜାମର ୧୨ ଆକ୍ରାନ୍ତ ନିକଟରେ ସୁରତରୁ ଫେରିଥିବା ବିଭାଗ ସୂଚନା ଦେଇଛି।