ଚାଲିଛି ପହଣ୍ଡି, ରତ୍ନବେଦୀକୁ ଫେରିବେ କଳାସାଆନ୍ତ
Advertisement
Article Detail0/zeeodisha/odisha704260

ଚାଲିଛି ପହଣ୍ଡି, ରତ୍ନବେଦୀକୁ ଫେରିବେ କଳାସାଆନ୍ତ

ଚାଲିଛି ପହଣ୍ଡି...

ଚାଲିଛି ପହଣ୍ଡି, ରତ୍ନବେଦୀକୁ ଫେରିବେ କଳାସାଆନ୍ତ

ପୁରୀ: ବାହୁଡ଼ିବେ ଶ୍ରୀଜିଉ। ଏଥିପାଇଁ ନୀତି ନିର୍ଘଣ୍ଟ ହୋଇଛି। ଭୋର ସମୟରୁ ଆରମ୍ଭ ହୋଇଛି ନୀତିକାନ୍ତି। ସକାଳ ପ୍ରାୟ ୪ଟାରୁ ଶ୍ରୀଜିଉଙ୍କର ମଙ୍ଗଳ ଆଳତୀ। ପରେ ପରେ ଅନ୍ୟ ନୀତିକାନ୍ତି ସବୁ ଅନୁଷ୍ଠିତ ହୋଇଛି।  ପୂର୍ବ ନିର୍ଦ୍ଧାରିତ ନୀତିକାନ୍ତି ଅନୁଯାୟୀ ଆରମ୍ଭ ହୋଇଛି ବାହୁଡାଯାତ୍ରା। ସଠିକ ସମୟରେ ଆରମ୍ଭ ହୋଇଛି ଶ୍ରୀଜିଉଙ୍କର ପହଞ୍ଚି କାର୍ଯ୍ୟକ୍ରମ। ବିନା ଭକ୍ତରେ ହେବ ରଥଟଣା। 

ସକାଳ ପ୍ରାୟ ୪।୧୫ ମିନିଟରୁ ଆରମ୍ଭ ହୋଇଛି ନୀତିକାନ୍ତି। ମଇଲମ, ତଡ଼ପଲାଗି ଓ ରୋଷହୋମ, ଅବକାଶ ନୀତି ଅନୁଷ୍ଠିତ ହୋଇଛି। ଏହା ପରେ ସୂର୍ଯ୍ୟ ପୂଜା ଓ ଦ୍ୱାରପାଳ ପୂଜା ମଧ୍ୟ ଶେଷ ହୋଇଛି। ସେହିପରି ଗୋପାଳ ବଲ୍ଲଭ ଓ ଖେଚୁଡି ଭୋଗ ସହିତ ସେନାପଟା ଲାଗି କରାଯିବ। ଏହା ପରେ ମହାପ୍ରଭୁଙ୍କ ପହଣ୍ଡି ମଧ୍ୟ ଆରମ୍ଭ ହୋଇଛି। ପ୍ରଥମେ ମଦନମୋହନ ପହଣ୍ଡିରେ ଆସି ରଥରେ ବିରାଜିତ ହୋଇଥିଲେ। ରିପୋର୍ଟ ଲେଖାଯିବା ବେଳକୁ ମହାପ୍ରଭୁ ଶ୍ରୀଜଗନ୍ନାଥ ପହଣ୍ଡିରେ ଆସି ନନ୍ଦିଘୋଷରେ ବିରାଜିତ ହୋଇଛନ୍ତି। 

ସେପଟେ ସୋମବାର ତିନି ରଥର ଦକ୍ଷିଣ ମୋଡ଼ କରାଯାଇଥିଲା। ବାହୁଡ଼ା ସମୟରେ ଯେପରି କୌଣସି ଅଘଟଣ ନଘଟେ ସେଥିପାଇଁ ତିନି ରଥର ଯାଞ୍ଚ କାମ ମଧ୍ୟ ଶେଷ ହୋଇଥିଲା। ଏପରିକି ଆବଶ୍ୟକୀୟ ଛୋଟମୋଟ କାର୍ଯ୍ୟ ମଧ୍ୟ ଶେଷ ହୋଇଛି। ମଙ୍ଗଳବାର ମଧ୍ୟାହ୍ଣରେ ପୂର୍ତ୍ତ ବିଭାଗର ଯନ୍ତ୍ରୀ, ନିର୍ବାହୀ ଯନ୍ତ୍ରୀ, ମୁଖ୍ୟ ବିଶ୍ୱକର୍ମା ପ୍ରମୁଖ ରଥର ସ୍ଥିତି ଅନୁଧ୍ୟାନ କରିଥିଲେ। 

ସେପଟେ ସୁରକ୍ଷାକୁ ଦୃଷ୍ଟିରେ ରଖି କୋରୋନା ନେଗେଟିଭ ଆସିଥିବା ସେବାୟତମାନଙ୍କୁ ରଥ ଟାଣିବାକୁ ଅନୁମତି ପ୍ରଦାନ କରାଯାଇଛି। ସୁରକ୍ଷା ଦାୟିତ୍ୱରେ ପ୍ରାୟ ୭୦ ପ୍ଲାଟୁନ ପୋଲିସ ନିୟୋଜିତ ହୋଇଥିବା ସୂଚନା ମିଳିଛି। 

;