Advertisement
Article Detail0/zeeodisha/odisha687272
Zee OdishaBhubneshwarଆସନ୍ତା ୨୯ରୁ ପୁଣିଥରେ ଆରମ୍ଭ ହେବ ପୁରୀ ଜଗନ୍ନାଥ ମନ୍ଦିରର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ

ଆସନ୍ତା ୨୯ରୁ ପୁଣିଥରେ ଆରମ୍ଭ ହେବ ପୁରୀ ଜଗନ୍ନାଥ ମନ୍ଦିରର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ

ଆଜି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଉଭୟ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫାଇଲ ଫଟୋ
ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ପୁଣିଥରେ ଆରମ୍ଭ ହେବ ପୁରୀ ଜଗନ୍ନାଥ ମନ୍ଦିରର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଐତିହ୍ୟ ପ୍ରକଳ୍ପ କାମ ମଧ୍ୟ ଏହି ସମୟରୁ ଆରମ୍ଭ ହେବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକଡାଉନ୍ ପରଠାରୁ ଏହି କାମ ପ୍ରାୟ ଦୁଇ ମାସ ହେଲା ବନ୍ଦ ରହିଥିଲା । 

ଆଜି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଉଭୟ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି କାର୍ଯ୍ୟ ୨୯ ତାରିଖ ଠାରୁ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୁରୀର ଶ୍ରୀସେତୁ, ଶ୍ରୀ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ ସେଣ୍ଟର, ମହୋଦଧି ମାର୍କେଟ କମ୍ଲେକ୍ସ ଏବଂ ମୂଷା ନଦୀର ସମ୍ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଜମି ଅଧିଗ୍ରହଣ ଆସନ୍ତା ୨ରୁ ୩ ମାସ ମଧ୍ୟରେ ସାରିବାର ଲକ୍ଷ୍ୟ ରଖାଯାଇଛି । 

ଏହା ସହ ଜଗନ୍ନାଥ ହେରିଟେଜ କରିଡ଼ର, ବଡ଼ଦାଣ୍ଡ ଉନ୍ନତିକରଣ, ଜଗନ୍ନାଥ ସଂସ୍କୃତି କେନ୍ଦ୍ର, ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁର୍ନବିକାଶର ଡିଜାଇନ୍ ପ୍ରସ୍ତୁତ ହେଉଛି । ସେହିପରି ଲିଙ୍ଗରାଜ ମନ୍ଦିର ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି । ବିନ୍ଦୁସାଗର ଓ ଅନ୍ୟ ତୀର୍ଥ ପୁଷ୍କରିଣୀ ଜଳକୁ ବୈଷୟକି ଜ୍ଞାନ କୌଶଳ ସହାୟତାରେ ସ୍ୱଚ୍ଛ କରିବା ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଇଣ୍ଡିଆନ୍ କେମିକାଲ୍ ଇନଷ୍ଟିଚ୍ୟୁଟ ସହ ଖୁବ୍ ଶୀଘ୍ର ବୁଝାମଣା ହେବ ବୋଲି ଜଣାପଡ଼ିଛି । 

Add Zee News as a Preferred Source
About the Author