ଆସନ୍ତା ୨୯ରୁ ପୁଣିଥରେ ଆରମ୍ଭ ହେବ ପୁରୀ ଜଗନ୍ନାଥ ମନ୍ଦିରର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ
Advertisement
Article Detail0/zeeodisha/odisha687272

ଆସନ୍ତା ୨୯ରୁ ପୁଣିଥରେ ଆରମ୍ଭ ହେବ ପୁରୀ ଜଗନ୍ନାଥ ମନ୍ଦିରର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ

ଆଜି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଉଭୟ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ଫାଇଲ ଫଟୋ
ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ଆସନ୍ତା ୨୯ ତାରିଖରୁ ପୁଣିଥରେ ଆରମ୍ଭ ହେବ ପୁରୀ ଜଗନ୍ନାଥ ମନ୍ଦିରର ଐତିହ୍ୟ ପ୍ରକଳ୍ପ କାର୍ଯ୍ୟ । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରର ଐତିହ୍ୟ ପ୍ରକଳ୍ପ କାମ ମଧ୍ୟ ଏହି ସମୟରୁ ଆରମ୍ଭ ହେବ । ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଲକଡାଉନ୍ ପରଠାରୁ ଏହି କାମ ପ୍ରାୟ ଦୁଇ ମାସ ହେଲା ବନ୍ଦ ରହିଥିଲା । 

ଆଜି ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଓ ଅନ୍ୟ ବରିଷ୍ଠ ଅଧିକାରୀଙ୍କ ସହ ଉଭୟ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ତେବେ ଏହି କାର୍ଯ୍ୟ ୨୯ ତାରିଖ ଠାରୁ ଆରମ୍ଭ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ପୁରୀର ଶ୍ରୀସେତୁ, ଶ୍ରୀ ଜଗନ୍ନାଥ ବଲ୍ଲଭ ତୀର୍ଥଯାତ୍ରୀ ସେଣ୍ଟର, ମହୋଦଧି ମାର୍କେଟ କମ୍ଲେକ୍ସ ଏବଂ ମୂଷା ନଦୀର ସମ୍ପ୍ରସାରଣ ଭଳି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ପାଇଁ ଜମି ଅଧିଗ୍ରହଣ ଆସନ୍ତା ୨ରୁ ୩ ମାସ ମଧ୍ୟରେ ସାରିବାର ଲକ୍ଷ୍ୟ ରଖାଯାଇଛି । 

ଏହା ସହ ଜଗନ୍ନାଥ ହେରିଟେଜ କରିଡ଼ର, ବଡ଼ଦାଣ୍ଡ ଉନ୍ନତିକରଣ, ଜଗନ୍ନାଥ ସଂସ୍କୃତି କେନ୍ଦ୍ର, ମନ୍ଦିର ପ୍ରଶାସନ କାର୍ଯ୍ୟାଳୟର ପୁର୍ନବିକାଶର ଡିଜାଇନ୍ ପ୍ରସ୍ତୁତ ହେଉଛି । ସେହିପରି ଲିଙ୍ଗରାଜ ମନ୍ଦିର ପ୍ରକଳ୍ପର ବିଭିନ୍ନ କାର୍ଯ୍ୟ ପାଇଁ ପ୍ରସ୍ତୁତି ଚାଲିଛି । ବିନ୍ଦୁସାଗର ଓ ଅନ୍ୟ ତୀର୍ଥ ପୁଷ୍କରିଣୀ ଜଳକୁ ବୈଷୟକି ଜ୍ଞାନ କୌଶଳ ସହାୟତାରେ ସ୍ୱଚ୍ଛ କରିବା ଓ ଗୁଣାତ୍ମକ ମାନ ବୃଦ୍ଧି ପାଇଁ ଇଣ୍ଡିଆନ୍ କେମିକାଲ୍ ଇନଷ୍ଟିଚ୍ୟୁଟ ସହ ଖୁବ୍ ଶୀଘ୍ର ବୁଝାମଣା ହେବ ବୋଲି ଜଣାପଡ଼ିଛି । 

;