ଆଜି ଓରେଡ଼ା କର୍ତ୍ତୃପକ୍ଷଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ବାଚସ୍ପତି ।
Trending Photos
)
ମଳୟ ମହାନ୍ତି, ଭୁବନେଶ୍ୱର: ସୌରଶକ୍ତିରେ ପରିଚାଳିତ ହେବ ଓଡ଼ିଶା ବିଧାନସଭା । ୩୫ ଲକ୍ଷ ଟଙ୍କା ବ୍ୟୟରେ ବସିବ ସୋଲାର ପ୍ଲାଣ୍ଟ । ଆଉ ଏଥିପାଇଁ ଚଳିତ ମାସକୁ କାମ ଆରମ୍ଭ ହେବ । ଓରେଡ଼ା କର୍ତ୍ତୃପକ୍ଷଙ୍କ ସହ ଗୁରୁତ୍ୱପୂର୍ଣ୍ଣ ବୈଠକ ପରେ ଏନେଇ ସୂଚନା ଦେଇଛନ୍ତି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ।
ଆଜି ଓରେଡ଼ା କର୍ତ୍ତୃପକ୍ଷଙ୍କ ସହ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ କରିଥିଲେ ବାଚସ୍ପତି । ପରେ ଗଣାମାଧ୍ୟମକୁ ସୂଚନା ଦେଇ ଶ୍ରୀଯୁକ୍ତ ପାତ୍ର କହିଛନ୍ତି, ଓଡ଼ିଶା ବିଧାନସଭାକୁ ସୌରଶକ୍ତି ଦ୍ୱାରା ପରିଚାଳିତ କରାଯିବ । ଚଳିତ ମାସ ସୋଲାର ପ୍ଲାଣ୍ଟ କାମ ଆରମ୍ଭ ହେଉଥିବା ବେଳେ ୪ ମାସ ଭିତରେ ଏହା ସମ୍ପୁର୍ଣ୍ଣ ହେବ । ତେଣୁ ଏହି ସୋଲାର ପ୍ଲାଣ୍ଟରୁ ବର୍ଷକୁ ୧ଲକ୍ଷ ୧୮ ହଜାର ୮୦୦ ୟୁନିଟ ସୌରଶକ୍ତି ଉତ୍ପାଦନ ହେବ ବୋଲି ବାଚସ୍ପତି କହିଛନ୍ତି ।