• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ନିଯୁକ୍ତି ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ବୃହତ୍ତ ଯୋଜନା

ନିଯୁକ୍ତି ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ବୃହତ୍ତ ଯୋଜନା

ମୁଣ୍ଡ ବିନ୍ଧାଇବ କି ବେକାରୀ ସମସ୍ୟା...

Edited By:Zee Odisha Desk
Published: May 09, 2020, 05:31 PM IST|Updated: May 09, 2020, 05:31 PM IST
joinshare
ନିଯୁକ୍ତି ସୃଷ୍ଟି କରିବାକୁ ରାଜ୍ୟ ସରକାରଙ୍କ ବୃହତ୍ତ ଯୋଜନା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    Top 10 News: କାଲି ଆସୁଛନ୍ତି ଉପରାଷ୍ଟ୍ରପତି, ଷ୍ଟକ୍ ବଜାର ନିବେଶକ ନିରାଶ ଓ ଅନ୍ୟ ଖବର

    Top 10 News: କାଲି ଆସୁଛନ୍ତି ଉପରାଷ୍ଟ୍ରପତି, ଷ୍ଟକ୍ ବଜାର ନିବେଶକ ନିରାଶ ଓ ଅନ୍ୟ ଖବର

    top 10 news today4:28 PM IST
    2

    ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ସମୀକ୍ଷା ବୈଠକ

    Odia News4:10 PM IST
    3

    “ଓଡ଼ିଶା ଗଭୀର ସମୁଦ୍ର ମାଛଧରା ମିଶନ”ର ଶୁଭାରମ୍ଭ କରିବେ ଉପରାଷ୍ଟ୍ରପତି

    Odia NewsJul 08
    4

    ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀକୁ ୧୭ ବର୍ଷ ସଶ୍ରମ କାରାଦଣ୍ଡ

    crime newsJul 08
    5

    ୨୪ ଘଣ୍ଟା ମଧ୍ୟରେ ସଦର ଥାନା ହତ୍ୟା ମାମଲାର ପର୍ଦ୍ଦାଫାସ; ୮ ଅଭିଯୁକ୍ତ ଗିରଫ

    crime newsJul 08

    ଯଯାତି ମହାନ୍ତି, ଭୁବନେଶ୍ୱର: କୋରୋନା ମହାମାରୀରେ ସାରା ବିଶ୍ୱ କବଳିତ । ଏଭଳି ଏକ ସଙ୍ଗୀନ ସମୟରେ ଲୋକଙ୍କ ଜୀବନ ବଞ୍ଚାଇବା ସାଙ୍ଗକୁ ଜୀବିକା ଯୋଗାଇବା ମଧ୍ୟ ଗୁରୁତ୍ୱପୂର୍ଣ୍ଣ । ରାଜ୍ୟ ସରକାର ମଧ୍ୟ ଏହାକୁ ବୁଝି ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି । ଶିଳ୍ପାନୁଷ୍ଠାନ ଚାଲୁ କରିବା ସାଙ୍ଗକୁ କୃଷକ ଓ ଶ୍ରମିକଙ୍କ ହାତକୁ କାମ ଦେବାକୁ ଯୋଜନା କରିଛନ୍ତି । ନରେଗା ଯୋଜନାରେ ୧୦ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବା ସହ ଲକ୍ଷେ ପୋଖରୀ ଖୋଳିବା ପାଇଁ ଲକ୍ଷ୍ୟ ରଖିଛନ୍ତି । ସରକାରଙ୍କ ଯୋଜନାକୁ ବିରୋଧି ସ୍ୱାଗତ କରିଥିଲେ ମଧ୍ୟ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି । କଂଗ୍ରେସ ଓ ବିଜେପି ତୃଣମୂଳ ସ୍ତରରେ ଅଧିକ ଧ୍ୟାନ ଦେବାକୁ ସରକାରଙ୍କ ପାଖରେ ଦାବି କରିଥିବା ବେଳେ ଯୋଜନା ମନ୍ତ୍ରୀ କହିଛନ୍ତି, ଏ ଦିଗ ପ୍ରତି ଆମେ ଯତ୍ନବାନ ଅଛୁ ଏବଂ ସେହି ଅନୁସାରେ କାମ କରୁଛୁ ।

    ଗୋଟେ ପଟେ ଜୀବନ, ଆଉ ଗୋଟେ ପଟେ ଜୀବିକା । କୋରୋନା ପାଇଁ ଲମ୍ବା ଲଢେଇ ଚାଲିବା ନିଶ୍ଚିତ ଥିବା ବେଳେ ଅର୍ଥନୀତିକୁ ଚଳଚଞ୍ଚଳ କରିବା ସହିତ ଗରିବଙ୍କ ହାତକୁ କାମ ପହଞ୍ଚାଇବା ପାଇଁ ସରକାର ଆଭିମୁଖ୍ୟରେ ପରିବର୍ତ୍ତନ କରିଛନ୍ତି । କୃଷି କାର୍ଯ୍ୟଠାରୁ ଆରମ୍ଭ କରି ଶିଳ୍ପ ପର୍ଯ୍ୟନ୍ତ, ମହିଳା ସଶକ୍ତୀକରଣ ଠାରୁ ଆରମ୍ଭ କରି ନରେଗା କାର୍ଯ୍ୟ ପର୍ଯ୍ୟନ୍ତ, ସବୁ କିଛି ସହଜ ଓ ସରଳ କରିବାକୁ ଅଣ୍ଟା ଭିଡ଼ିଛନ୍ତି ସରକାର । ଚାଷ ପାଇଁ ଏକ ଲକ୍ଷ ପୋଖରୀ ଖୋଳାଯିବ, ଖରିଫ ଋତୁରେ ଅଣଧାନ ଚାଷ ଉପରେ ଗୁରୁତ୍ୱ ଦିଆଯିବ । କେବଳ କୃଷି କି ମତ୍ସ୍ୟଚାଷ ନୁହେଁ, ଶିଳ୍ପ କ୍ଷେତ୍ରରେ ଅଗ୍ରଗତି ପାଇଁ ମଧ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି ।  ଗ୍ରୀନ୍ ଜୋନ୍‌ରେ କୃଷି କାର୍ଯ୍ୟ, ଜୀବନଜୀବିକା ସମ୍ପର୍କୀତ କାର୍ଯ୍ୟ, ଶିଳ୍ପ ଅନୁଷ୍ଠାନ ଚାଲୁ ରଖିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ଏଭଳି ଆଖିଦୃଶିଆ ଘୋଷଣାକୁ ବିରୋଧି ଦଳ ସ୍ୱାଗତ କରିଥିଲେ ମଧ୍ୟ ତୃଣମୂଳ ସ୍ତରରେ ଏହାର କାର୍ଯ୍ୟକାରିତାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ।

    ଆଗାମୀ ଖରିଫ ଋତୁ ପାଇଁ ବିହନ ଏବଂ ଅନ୍ୟାନ୍ୟ କୃଷି ଉପକରଣ କିପରି ଚାଷୀମାନେ ସହଜରେ ପାଇପାରିବେ, ସେ ବାବଦରେ ପଦକ୍ଷେପ ନିଆଯାଉଛି । କୋରୋନା ସମୟରେ ରାଜ୍ୟ ତଥା ଦେଶର ଅର୍ଥନୀତି ଅନେକ ପରିମାଣରେ ପ୍ରଭାବିତ ହୋଇଥିବା ବେଳେ ରାଜ୍ୟ ସରକାରଙ୍କ ଏହି ପରିବର୍ତ୍ତିତ ଆଭିମୁଖ୍ୟ ସହାୟକ ହେବ । ନରେଗା ଯୋଜନାରେ ୫ଲକ୍ଷ ବଦଳରେ ୧୦ଲକ୍ଷ ଶ୍ରମ ଦିବସ ସୃଷ୍ଟି କରିବାକୁ ଯୋଜନା ହୋଇଛି । ହେଲେ ଗ୍ରାମାଞ୍ଚଳରେ ଏଥିପାଇଁ କାର୍ଯ୍ୟଖସଡ଼ା ପ୍ରସ୍ତୁତ ହେବା ଦରକାର ବୋଲି ବିରୋଧି ଦାବି କରିଛନ୍ତି । ରାଜ୍ୟରେ ବେକାରୀ ସାଙ୍ଗକୁ ବାବହାର ରାଜ୍ୟରୁ ଆସୁଥିବା ଲକ୍ଷ ଲକ୍ଷ ପ୍ରବାସୀ ଓଡ଼ିଆଙ୍କୁ କାମ ଯୋଗାଇବା ମଧ୍ୟ ସରକାରଙ୍କ ପାଇଁ ବଡ଼ ଆହ୍ୱାନ ହୋଇ ଛିଡ଼ା ହୋଇଛି । ବିରୋଧିଙ୍କ ଆଶଙ୍କାର ଜବାବରେ ଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ସମସ୍ତ ପ୍ରତିକୂଳ ପରିସ୍ଥିତିରେ ଲୋକଙ୍କ ହାତକୁ କାମ ଯୋଗାଇବା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି ।

    ମାର୍ଚ୍ଚ ୨୪ ତାରିଖରୁ ସାରା ଦେଶରେ ଲକ୍ ଡ଼ାଉନ୍ ପ୍ରକ୍ରିୟା ଜାରି ରହିଥିବାରୁ ଦିନ ମଜୁରିଆଙ୍କ ଠାରୁ ଆରମ୍ଭ କରି ନିର୍ମାଣ ଶ୍ରମିକମାନେ କାମ ପାଉନାହାନ୍ତି । ଏମାନଙ୍କୁ କାମ ନ ମିଳିବାରୁ ରାଜ୍ୟରେ ହଜାର ହଜାର ପରିବାର ସଙ୍କଟରେ ଅଛନ୍ତି । କର୍ମନିଯୁକ୍ତି ସୁଯୋଗ ସୃଷ୍ଟି କରିବା ପାଇଁ ସରକାରଙ୍କ ମାଷ୍ଟର ପ୍ଲାନ କେତେ କାର୍ଯ୍ୟକାରୀ ହେଉଛି, ତା ଉପରେ ସମସ୍ତଙ୍କ ନଜର ରହିଛି ।

    Add Zee News as a Preferred Source
    TAGS:
    state government
    migrant labour