)
ଭୁବନେଶ୍ୱର: IPS ସତ୍ୟଜିତ ନାୟକଙ୍କ ଘରୁ ଚୋରୀ । ଭୁବନେଶ୍ୱର ଶିଶୁଭବନ ସ୍ଥିତ ତାଙ୍କ ଘରୁ ଚୋରି ହୋଇଥିବା ଜଣାପପଡ଼ିଛି । ଲୁଗାପଟା ସହ ଅନ୍ୟ କିଛି ସାମଗ୍ରୀ ଚୋରୀ ହୋଇଥିବା ଜଣାପଡ଼ିଛି । ପୋଲିସ ଘଟଣାର ତଦନ୍ତ କରୁଛି ।

ଏବେ କେନ୍ଦ୍ରୀୟ ଡେପୁଟେସନରେ ଅଛନ୍ତି ସତ୍ୟଜିତ ନାୟକ । ତାଙ୍କ ଭୁବନେଶ୍ୱର ସ୍ଥିତ ବାସଭବନରେ କେବଳ କର୍ମଚାରୀ ରହୁଥିଲେ । ତେବେ ଘରର ଗ୍ରୀଲ କାଟି ଚୋରି କରିଛନ୍ତି ଦୁର୍ବୃତ୍ତ । ଖବର ପାଇ କ୍ୟାପିଟାଲ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।