• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ

ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ । ରାଜଧାନୀ ଭୁବନେଶ୍ୱରରେ କୋରୋନା ସଂକ୍ରମଣର ସ୍ଥିତି ତଥା ସହରବାସୀଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତିର କ୍ଷମତା ଜାଣିବା ପାଇଁ ସର୍ଭେର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ତେବେ ରାଜ୍ୟରେ ଅନ୍ୟ କିଛି ଜିଲ୍ଲା, ସହର ଓ ଗ୍ରାମାଞ୍ଚଳରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ଶେଷ ହୋଇଥିବା ବେଳ

ଭୁବନେଶ୍ୱରରେ ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ ଆରମ୍ଭ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଆରମ୍ଭ ହେଲା ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ । ରାଜଧାନୀ ଭୁବନେଶ୍ୱରରେ କୋରୋନା ସଂକ୍ରମଣର ସ୍ଥିତି ତଥା ସହରବାସୀଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତିର କ୍ଷମତା ଜାଣିବା ପାଇଁ ସର୍ଭେର ତୃତୀୟ ପର୍ଯ୍ୟାୟ ଆରମ୍ଭ ହୋଇଛି । ତେବେ ରାଜ୍ୟରେ ଅନ୍ୟ କିଛି ଜିଲ୍ଲା, ସହର ଓ ଗ୍ରାମାଞ୍ଚଳରେ ପ୍ରଥମ ପର୍ଯ୍ୟାୟ ସେରୋ ସର୍ଭେ ଶେଷ ହୋଇଥିବା ବେଳେ ସନ୍ତୋଷଜନକ ରିପୋର୍ଟ ଆସିସାରିଛି । 

ହେଲେ ରାଜ୍ୟ ରାଜଧାନୀ ଭୁବନେଶ୍ୱରରେ ଦୈନିକ ସଂକ୍ରମଣ ହାର ବୃଦ୍ଧି ହେତୁ ଆରଏମଆରସିର ବୈଷୟିକ ସହାୟତା ବିଏମସି ପକ୍ଷରୁ ପର୍ଯ୍ୟାୟ ପରେ ପର୍ଯ୍ୟାୟ ସର୍ଭେ ଜାରି ରହିଛି । ଆସନ୍ତା ୧୮ ତାରିଖ ଯାଏ ଚାଲିବାକୁ ଥିବା ଏହି ସର୍ଭେରେ ବିଭିନ୍ନ ୱାର୍ଡରୁ ୧୫ଶହ ନମୂନା ସଂଗ୍ରହ କରବାକୁ ଲକ୍ଷ୍ୟ ରଖାଯାଇଛି ।

ରାଜଧାନୀରେ ସଂକ୍ରମଣର ଗତି କୁଆଡେ ? କେତେ ଲୋକଙ୍କ ମଧ୍ୟରେ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହେଲାଣି ? ଗୋଷ୍ଠୀ ସଂକ୍ରମଣ ହୋଇନି ତ ? ସ୍ଥିତି ସ୍ୱାଭାବିକ ରହିଛି ନା ଅଣାୟତ । ଏସବୁ ପରଖିବା ପାଇଁ ବିଏମସି ଓ ଆରଏମଆରସି ପକ୍ଷରୁ ମିଳିତ ଭାବେ ଜାରି ରହିଛି ସେରୋଲୋଜିକାଲ୍ ସର୍ଭେ । ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟ ପରେ ଆରମ୍ଭ ହୋଇଛି ତୃତୀୟ ପର୍ଯ୍ୟାୟ ସେରୋ ସର୍ଭେ । ମୋଟ ୫ଟି ଟିମଙ୍କୁ ନେଇ ରାଣ୍ଡମଲି ୨୫ଟି ୱାର୍ଡରେ ସର୍ଭେ ପ୍ରକ୍ରିୟା ଆରମ୍ଭ ହୋଇଛି । ତିନି ଦିନ ଧରି ହେବାକୁ ଏହି ସର୍ଭେରେ ବିଭିନ୍ନ ବର୍ଗର ଲୋକମାନଙ୍କୁ ସାମିଲ କରି ମୋଟ ୧୫୦୦ ଲୋକଙ୍କ ଠାରୁ ନମୂନା ସଂଗ୍ରହ କରାଯିବ ।

ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ରାଜଧାନୀରେ ୧.୪ ପ୍ରତିଶତ, ଦ୍ୱିତୀୟ ପର୍ଯ୍ୟାୟ ରେ ୫.୧ ପ୍ରତିଶତ ରୋଗ ପ୍ରତିରୋଧକ ଶକ୍ତି ସୃଷ୍ଟି ହୋଇଥିବା ଜଣାପଡିଥିଲା । ପ୍ରଥମ ପର୍ଯ୍ୟାୟ ଭୁବନେଶ୍ୱର ସମେତ ବ୍ରହ୍ମପୁର, ରାଉରକେଲା, ମାଲକାନଗିରି, ପାରଳାଖେମୁଣ୍ଡି ନରସିଂହପୁର ରେ ସର୍ଭେ କରାଯାଇଥିଲା । ଭୁବନେଶ୍ୱରରେ ସଂକ୍ରମଣର ସ୍ଥିତିକୁ ଦେଖି କେବଳ ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟ ସର୍ଭେ ଜାରି ରହିଛି । 

ଆଗାମୀ ଦିନରେ ଆବଶ୍ୟକ ପଡିଲେ ପରବର୍ତ୍ତୀ ପର୍ଯ୍ୟାୟ ହୋଇପାରେ । ରାଜଧାନୀରେ ଏଯାବତ ୨୬ହଜାରରୁ ଉର୍ଦ୍ଧ୍ୱ କୋରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୩ ହଜାରରୁ ଅଧିକା ଆକ୍ଟିଭ୍ କେସ୍ ରହିଛି । ତେବେ ପୂର୍ବାପେକ୍ଷା ଦୌନିକ ସଂକ୍ରମଣ ହାର ହ୍ରାସ ପାଇଥିବା ହେତୁ ସେରୋ ସର୍ଭେ ରିପୋର୍ଟରେ ଭଲ ରେଜଲ୍ଟ ଆସିବାର ସମ୍ଭାବନା ରହିଛି ।

ଏପରିକି ଜାତୀୟ ସେରୋ ସର୍ଭେ ରେ ତିନି ଜିଲ୍ଲା ଗଞ୍ଜାମ, ରାୟଗଡ଼ା, କୋରାପୁଟ ରୁ ନମୂନା ଯାଇଛି । ବିଏମସି ପକ୍ଷରୁ ଏଯାବତ ରେକର୍ଡ ସଂଖ୍ୟକ ୩ ଲକ୍ଷ ଟେଷ୍ଟ ଅତିକ୍ରମ କରାଯାଇଥିବା ବେଳେ ସଂକ୍ରମଣ ସ୍ୱାଭାବିକ ସ୍ତରକୁ ଆସିନାହିଁ,  ଆଗକୁ ଶୀତ ଋତୁ ଆସିବା ହେତୁ ସତର୍କ ରହିବା ଆବଶ୍ୟକ । ଏହାସହ ସେରୋ ସର୍ଭେରେ ସାମିଲ ହୋଇ ସହଯୋଗ କରିବାକୁ ପ୍ରଶାସନ ନିବେଦନ କରିଛି ।