ଭୁବନେଶ୍ୱର ରେଳ ଷ୍ଟେସନ୍ ହେବ ନବୀକରଣ; କାର୍ଯ୍ୟକାରୀ ହେବ ଏହି ଯୋଜନା
Advertisement

ଭୁବନେଶ୍ୱର ରେଳ ଷ୍ଟେସନ୍ ହେବ ନବୀକରଣ; କାର୍ଯ୍ୟକାରୀ ହେବ ଏହି ଯୋଜନା

 ଷ୍ଟେସନ ବାହାରେ ଥିବା ଖାଲି ସ୍ଥାନକୁ ବିକଶିତ କରାଯାଇ ସୌନ୍ଦର୍ଯ୍ୟକରଣ, ଡ୍ରେନେଜ ବ୍ୟବସ୍ଥା ସହ ୬ ନମ୍ବର ପ୍ଲାଟଫର୍ମ କଡରେ ଅଧିକ ପାର୍କିଂ ସ୍ଥାନ ଯୋଗାଇ ଦିଆଯିବ। 

ଭୁବନେଶ୍ୱର ରେଳ ଷ୍ଟେସନ୍ ହେବ ନବୀକରଣ; କାର୍ଯ୍ୟକାରୀ ହେବ ଏହି ଯୋଜନା

ଭୁବନେଶ୍ୱର: ନବୀକରଣ ଦୌଡରେ ଭୁବନେଶ୍ୱର ରେଳ ଷ୍ଟେସନ୍। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ବିଦ୍ୟା ଭୂଷଣ ଶୁକ୍ରବାର ଅପରାହ୍ନରେ ଭୁବନେଶ୍ୱର ରେଳ ଷ୍ଟେସନ ପରିଦର୍ଶନ କରି ପୁନଃନିର୍ମାଣ ଯୋଜନାର ସମୀକ୍ଷା କରିଛନ୍ତି। ରାଜ୍ୟ ରାଜଧାନୀର ଏହି ଷ୍ଟେସନକୁ ଏକ ବିଶ୍ୱସ୍ତରୀୟ ଷ୍ଟେସନରେ ବିକଶିତ କରାଯିବା ସହ ବିମାନବନ୍ଦର ଭଳି ସୁବିଧା ଉପଲବ୍ଧ କରିବାକୁ ଲକ୍ଷ୍ୟ ରହିଛିଷ

ଭୁବନେଶ୍ୱର ରେଳ ଷ୍ଟେସନକୁ (Bhubaneswar Railway Station) ଏକ ବ୍ୟବସାୟିକ ପେଣ୍ଠସ୍ଥଳରେ (Commercial Hub) ପରିଣତ କରାଯାଇ ଆଲୋକୀକରଣ, ଉନ୍ନତ ମାନର ସିଗନାଲ୍ ବ୍ୟବସ୍ଥା ଏବଂ ୱେଟିଂ ହଲ୍ ସହିତ ରେଳଯାତ୍ରୀଙ୍କ (Railway Passenger) ପାଇଁ ବିଭିନ୍ନ ସୁବିଧା ଉପଲବ୍ଧ କରାଯିବ। ପରିଦର୍ଶନକାରୀଙ୍କୁ (Visitor) ମଧ୍ୟ ଅଧିକ ସୁବିଧା ଯୋଗାଇ ଦିଆଯିବ। ଏହା ବ୍ୟତୀତ ଷ୍ଟେସନ ବାହାରେ ଥିବା ଖାଲି ସ୍ଥାନକୁ ବିକଶିତ କରାଯାଇ ସୌନ୍ଦର୍ଯ୍ୟକରଣ, ଡ୍ରେନେଜ ବ୍ୟବସ୍ଥା ସହ ୬ ନମ୍ବର ପ୍ଲାଟଫର୍ମ କଡରେ ଅଧିକ ପାର୍କିଂ ସ୍ଥାନ ଯୋଗାଇ ଦିଆଯିବ। 

Also Read: ‘ଆତ୍ମା’ ପରଖିବ ଟିକେଟ୍

ଏନେଇ ରାଜ୍ୟ ସରକାର (Odisha Govt) ଓ ପୂର୍ବତଟ ରେଳବାଇ (East Coast Railway) ମଧ୍ୟରେ ୨୦୧୯ ସେପ୍ଟେମ୍ବରରେ ବୁଝମଣା ହୋଇଥିଲା। ରେଳ ଷ୍ଟେସନ ପରିସରରେ ସପିଂ କମ୍ପ୍ଲେକ୍ସ, ରେଷ୍ଟୁରାଣ୍ଟ, ପାର୍କିଂ ଏବଂ ଅନ୍ୟାନ୍ୟ ଆନୁଷଙ୍ଗୀକ ସୁବିଧା ଯୋଗାଇ ଦିଆଯିବା ସହ ଦୁଇଟି ଅତିରିକ୍ତ ଲାଇନ ନିର୍ମାଣ ହେବ। ଏନେଇ ବିସ୍ତୃତ ପ୍ରକଳ୍ପ ଆକଳନ ଚୂଡ଼ାନ୍ତ କରିବା ପରେ ଟେଣ୍ଡର ଜାରି କରାଯିବ ଏବଂ ୬ ମାସ ମଧ୍ୟରେ ଯୋଜନା ଅନୁଯାୟୀ କାର୍ଯ୍ୟ କରାଯିବ ବୋଲି ପୂର୍ବତଟ ରେଳବାଇ ମହାପ୍ରବନ୍ଧକ (East Coast Railway General Manager) କହିଛନ୍ତି।