ଶିଶୁଙ୍କ ମୁହଁରେ ହସ ଫୁଟାଇଲା ଦିତ୍ସା
Advertisement

ଶିଶୁଙ୍କ ମୁହଁରେ ହସ ଫୁଟାଇଲା ଦିତ୍ସା

ଚଳିତ ବର୍ଷ ମଧ୍ୟ ଶିଶୁ ଦିବସ ଖୁବ ଧୁମଧାମରେ ପାଳନ ହୋଇଛି । ଆଉ ଏହାକୁ ଏକ ନିଆରା ଢଙ୍ଗରେ ପାଳନ କରିଛି ସାମାଜିକ ସଙ୍ଗଠନ ଦିତ୍ସା । 

ଶିଶୁଙ୍କ ମୁହଁରେ ହସ ଫୁଟାଇଲା ଦିତ୍ସା

ନୂଆଦିଲ୍ଲୀ: ଆଜିର ଶିଶୁ କାଲିର ନାଗରିକ । ଶିଶୁ ହସିଲେ, ଦେଶ ହସିବ । ସେଇଥିପାଇଁ ତ ପୂର୍ବତନ ପ୍ରଧାନମନ୍ତ୍ରୀ ଜବାହର ଲାଲ ନେହେରୁ ନିଜ ଜନ୍ମଦିନକୁ ଶିଶୁ ଦିବସ ଭାବରେ ପାଳନ କରିବାକୁ କହିଥିଲେ । ଅନ୍ୟ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଶିଶୁ ଦିବସ ଖୁବ ଧୁମଧାମରେ ପାଳନ ହୋଇଛି । ଆଉ ଏହାକୁ ଏକ ନିଆରା ଢଙ୍ଗରେ ପାଳନ କରିଛି ସାମାଜିକ ସଙ୍ଗଠନ ଦିତ୍ସା । 

ଆର୍ଥିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ଅବହେଳିତ ଶିଶୁଙ୍କ ମୁହଁରେ ହସ ଫୁଟାଇବାର ପ୍ରୟାସ । ପଶ୍ଚିମବଙ୍ଗ ହାୱଡାରେ ନିଆରା  ଢଙ୍ଗରେ ଶିଶୁ ଦିବସର ସେଲିବ୍ରେସନ । ସାମାଜିକ ସଙ୍ଗଠନ ଦିତ୍ସା ପକ୍ଷରୁ ଆୟୋଜିତ ହୋଇଥିଲା ଚତୁର୍ଥ ଶିଶୁ ଦିବସ ଉତ୍ସବ । ଯେଉଁ ଉତ୍ସବରେ ଝୁମ୍ପୁଡି ବସ୍ତିରେ ରହୁଥିବା ପ୍ରାୟ ଏକ ହଜାର ଶିଶୁ ଅଂଶଗ୍ରହଣ କରିଥିଲେ । ଗରିବ ପିଲାଙ୍କୁ ଶିଶୁ ଦିବସରେ ସାମିଲ କରି ମୁହଁରେ ହସ ଏବଂ ମନରେ ସ୍ୱପ୍ନଟିଏ ଭରିବାକୁ ଉଦ୍ୟମ କରିଥିଲା ଦିତ୍ସା ।

fallbackବିଭିନ୍ନ ପ୍ରକାର ପ୍ରତିଯୋଗିତା, ଖେଳକୁଦ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା । ଶିଶୁମାନେ ଏଥିରେ ଅଂଶଗ୍ରହଣ କରିଥିଲେ । କିଏ ଗୀତ ଗାଇଥିଲା ତ ଆଉ କିଏ ଡ୍ୟାନ୍ସ କରିଥିଲା । ଫୋକସରେ ରହିଥିଲା ଶିଶୁଙ୍କ ମୁହଁରେ ହସ ପାଇଁ ଆୟୋଜନ ହୋଇଥିବା ମ୍ୟାଜିକ ସୋ । କେବଳ ଏତିକି ନୁହେଁ, ସଙ୍ଗଠନ ପକ୍ଷରୁ ଶିଶୁଙ୍କୁ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା ।