)
ଭୁବନେଶ୍ୱର: ପୂର୍ବରୁ ରାଜ୍ୟର ୧୧ ଜିଲ୍ଲାରେ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ଅନ୍ୟ ୩ ଜିଲ୍ଲାରେ ଜଣେ ଜଣେ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟର ୧୪ ଜିଲ୍ଲାକୁ ମାଡ଼ିଛି କୋରୋନା । ଏହି ୩ ଜିଲ୍ଲା ହେଲା, କେନ୍ଦୁଝର, ଦେବଗଡ ଏବଂ ଝାରସୁଗୁଡ଼ା । ତେବେ ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୨୨ରେ ପହଞ୍ଚିଛି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
ଯାହା ଜଣାପଡ଼ିଛି, ସମସ୍ତ ୩ ଆକ୍ରାନ୍ତ ପଶ୍ଚିମବଙ୍ଗ ଫେରନ୍ତା । ଆକ୍ରାନ୍ତଙ୍କ ମଧ୍ୟରେ ଦେବଗଡର ଜଣେ ଯୁବକ(୩୪) ରହିଥିବା ବେଳେ କେନ୍ଦୁଝରର ଜଣେ ବୃଦ୍ଧ(୬୦) ରହିଛନ୍ତି । ସେହିପରି ଝାରସୁଗୁଡ଼ାର ଜଣେ ଯୁବତୀ(୧୮) କୋରୋନା ପଜିଟିଭ ବୋଲି ଜଣାପଡ଼ିଛି । ଏମାନେ କେଉଁମାନଙ୍କ ସଂସ୍ପର୍ଶରେ ଆସିଛନ୍ତି, ସେନେଇ ଅନୁସନ୍ଧାନ କରାଯାଉଛି ।
2nd Health Update, 29 April, 2020
Three New Positive Cases
60 yrs Male, Keonjhar, Panchapalli
34 yrs Male, Deogarh, Basudevpur
18 yrs Female, Jharsuguda, Brajrajnagar
(All West Bengal Returnees. All asymptomatic. All were under quarantine)
Total Positive Case: 122
— I & PR Department, Odisha (@IPR_Odisha) April 29, 2020
ତେବେ ଏହାକୁ ମିଶାଇ ରାଜ୍ୟରେ ସମୁଦାୟ ୮୩ ଜଣ କୋରୋନା ଆକ୍ରାନ୍ତ ସକ୍ରିୟ ଅଛନ୍ତି । ଠିକ ସେମିତି ୩୮ ଜଣ ରୋଗୀ ସୁସ୍ଥ ହୋଇସାରିଲେଣି । ପୂର୍ବରୁ ଜଣଙ୍କ ମୃତ୍ୟୁ ମଧ୍ୟ ହୋଇଛି । ସେହିପରି ସମସ୍ତ ୧୨୨ ଆକ୍ରାନ୍ତଙ୍କ ମଧ୍ୟରୁ ୮୭ ପୁରୁଷ ଥିବା ବେଳେ ୩୫ ମହିଳା ଅଛନ୍ତି ।