close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ନନ୍ଦନକାନନରେ ଆଖି ବୁଜିଲା ଧଳା ମହାବଳ ବାଘ ଶୁଭ୍ରାଂଶୁ

 ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ ଘଟିଛି।  ରକ୍ତ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ଥିବା କାରଣରୁ ଶୁଭ୍ରାଂଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନନ୍ଦନକାନନରେ ରହୁଥିବା ଧଳା ମହାବଳ ବାଘ ଶୁଭ୍ରାଂଶୁ ୧୪ଦିନ ହେଲା ଅସୁସ୍ଥ ଥିଲା। ବର୍ତ୍ତମାନ ନନ୍ଦନକାନନରେ ୨୫ ବାଘ ଅଛନ୍ତି। 

 ନନ୍ଦନକାନନରେ ଆଖି ବୁଜିଲା ଧଳା ମହାବଳ ବାଘ ଶୁଭ୍ରାଂଶୁ
Nandankan

ଭୁବନେଶ୍ୱର: ଭୁବନେଶ୍ୱର ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଧଳା ମହାବଳ ବାଘ ଶୁଭ୍ରାଂଶୁର ମୃତ୍ୟୁ ଘଟିଛି। ମଙ୍ଗଳବାର ସକାଳ ୧୦.୧୫ ଧଳା ମହାବଳ ବାଘ ‘ଶୁଭ୍ରାଂଶୁ’ର ମୃତ୍ୟୁ ହୋଇଥିବା ନନ୍ଦନକାନନ ଉପନିର୍ଦ୍ଦେଶକ ଜୟନ୍ତ କୁମାର ଦାସ  ସୂଚନା ଦେଇଛନ୍ତି।  ରକ୍ତ ସଂକ୍ରମଣ ଜନିତ ରୋଗରେ ପୀଡ଼ିତ ଥିବା କାରଣରୁ ଶୁଭ୍ରାଂଶୁର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ନନ୍ଦନକାନନରେ ରହୁଥିବା ଧଳା ମହାବଳ ବାଘ ଶୁଭ୍ରାଂଶୁ ୧୪ଦିନ ହେଲା ଅସୁସ୍ଥ ଥିଲା।

tiger death ସେ ହଠାତ ଶନିବାର ଦିନ ଅସୁସ୍ଥ ହୋଇ ତଳେ ପଡ଼ିଯାଇଥିଲା। ତା ପରଠାରୁ ସେ ଖାଦ୍ୟ ଗ୍ରହଣ କରିପାରୁ ନଥିଲା। ୧୪ଦିନ ହେଲା ଓୟୁଏଟି ବିଶେଷଜ୍ଞଙ୍କ ଦ୍ୱାରା ଧଳା ମହାବଳ ବାଘ ଶୁଭ୍ରାଂଶୁର ଚିକିତ୍ସା ଚାଲିଥିଲା। ବର୍ତ୍ତମାନ ନନ୍ଦନକାନନରେ ୨୫ ବାଘ ଅଛନ୍ତି। ସେଥିରେ  ୧୨ଟି ଅଣ୍ଡିରା ଏବଂ ୧୩ଟି ମାଈ ବାଘ ଅଛନ୍ତି।