close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଆଜି ବି ଓଡ଼ିଶାବାସୀ ଭୁଲି ପାରୁନାହାନ୍ତି ୨୦ ବର୍ଷ ତଳେ ଘଟିଥିବା ସେ ଭୟଙ୍କର ରାତୀର କାହାଣୀ

ଠିକ ଆଜିକୁ ୨୦ ବର୍ଷ ତଳେ ପ୍ରକୃତି ରଚିଥିଲା ତାଣ୍ଡବ 

ଆଜି ବି ଓଡ଼ିଶାବାସୀ ଭୁଲି ପାରୁନାହାନ୍ତି ୨୦ ବର୍ଷ ତଳେ ଘଟିଥିବା ସେ ଭୟଙ୍କର ରାତୀର କାହାଣୀ
file photo

ଗାୟତ୍ରୀ ଚକ୍ରବର୍ତ୍ତୀ, ଭୁବନେଶ୍ୱର: ଆଜି ଅକ୍ଟୋବର ମାସ ୨୯ ତାରିଖ । ଠିକ ଆଜିକୁ ୨୦ ବର୍ଷ ତଳେ ପ୍ରକୃତି ରଚିଥିଲା ତାଣ୍ଡବ । ୧୯୯୯ ମସିହା ଅକ୍ଟୋବର ମାସ ୨୯ ତାରିଖ ଦିନ ଓଡ଼ିଶା ପାଇଁ ମାଡ଼ି ଆସିଥିଲାମହା ବିପଦ । କେହି କିଛି ବୁଝିବା ଆଗରୁ ସବୁକିଛି ହୋଇଯାଇଥିଲା ଛାରଖାର । ପ୍ରଳୟଙ୍କାରୀ ବାତ୍ୟାରେ ବିଧ୍ୱସ୍ତ ହୋଇଯାଇଥିଲା ଉପକୂଳବର୍ତ୍ତୀ ଅଞ୍ଚଳ । ପ୍ରାୟ ୧୦ ହଜାରରୁ ଅଧିକ ଲୋକଙ୍କ ଜୀବନ ନେଇଥିଲା ମହାବାତ୍ୟା । ନିମିଷକ ମଧ୍ୟରେ ଧ୍ୱଂସସ୍ତୁପ ପାଲଟିଥିଲା ଜଗତସିଂପୁର ଓ କେନ୍ଦ୍ରାପଡ଼ା ଜିଲ୍ଲା । ଉଜୁଡି ଯାଇଥିଲା ଜୀବନ ଜୀବିକା । ଚାରିଆଡ଼େ ଖାଲି ହାହାକାର ପରିସ୍ଥିତି । ଘଣ୍ଟାପ୍ରତି ପ୍ରାୟ ୨୦୦ କିମି ବେଗରେ ବହିଥିଲା ପବନ । ଯାହା ଫଳରେ ଅନେକ ଝାଟିମାଟି ଘର ଏପରିକି କିଛି କୋଠାଘର ମଧ୍ୟ ଭଗ୍ନସ୍ତୁପ ପାଲଟିଥିଲା । ଏହି ପ୍ରଳୟଙ୍କାରୀ ମହାବାତ୍ୟାରେ ପ୍ରାୟ ୧୦ ହଜାରରୁ ଅଧିର ଲୋକ ପ୍ରାଣ ହରାଇଥିଲେ । ପ୍ରାୟ ୧ ମାସ ଧରି ବିଜୁଳି ସଂଯୋଗ ବିଛିନ୍ନ ହୋଇ ପଡିଥିଲା । ଆନ୍ଧାରରେ ଦିନ କାଟୁଥିଲେ ଲୋକେ । ଲୋକଙ୍କର ଖାଦ୍ୟ ଫସଲ ନଷ୍ଟ ହୋଇଯାଇଥିଲା । ଚାରିଆଡେ କିଟିକିଟି ଅନ୍ଧାରରେ ବିତୁଥିଲା ଜୀବନ ।

ସନ୍ଧ୍ୟାରେ ଅନ୍ଧାର ସାଙ୍ଗକୁ ମାଡ଼ି ଆସୁଥିଲା ମହାବିପଦ । ଯେଉଁ ବିଷୟରେ ନା କେହି କିଛି ଜାଣିଥିଲେ ନା କେହି କିଛି ବୁଝିପାରିଥିଲ । ଅନ୍ଧାର ରାତ୍ରୀରେ ବଢ଼ି ଚାଲିଥିଲା ପବନର ବେଗ ଆଉ ଆଖି ସାମ୍ନାରେ ଭାଙ୍ଗି ଚାଲିଥିଲା ଲୋକଙ୍କ ସ୍ୱପ୍ନ । ରାତି କାମ ସାରି ଲୋକେ ଶୋଇବାକୁ ଯିବାବେଳେ ସିଂହ ପରି ଗର୍ଜନ କରି ମାଡ଼ି ଆସିଥିଲା ବାତ୍ୟା । ଚାଳ ଛପର ସାଙ୍ଗକୁ ବଡ଼ ବଡ଼ ଅଟାଳିକକୁ ମଧ୍ୟ ମାଟିରେ ମିଶାଇ ଦେଇଥିଲା । 

ବାତ୍ୟା ଚାଲିଯିବା ପରେ ପରିସ୍ଥିତି ସଙ୍ଗୀନ ହୋଇପଡ଼ିଥିଲା । କେଉଁ ମା ତାହାର ଛୁଆକୁ ହରାଇଥିଲା, ତ କେଉଁ ସ୍ତ୍ରୀ ତା ସ୍ୱାମୀଙ୍କୁ ହରାଇଥିଲା । ଆଉ କେହି କେହି ନିଜର ସମସ୍ତ ପରିବାର ପରିଜନଙ୍କୁ ହରାଇଥିଲେ । କିଛି ଲୋକଙ୍କ ପତ୍ତା ବି ମିଳୁନଥିଲା । ସେହି ଘଟଣା ଆଜି ମନେପଡ଼ି ଗଲେ ଆଜି ବି ଲୋମମୂଳ ଟାଙ୍କୁରି ଉଠେ । ସବୁଠାରୁ ବଡ଼ କଥା ହେଲା ମହାବାତ୍ୟା ସିନା ଚାଲିଯାଇଥିଲା, କିନ୍ତୁ ଓଡ଼ିଶାବାସୀଙ୍କୁ ଶିଖାଇ ଦେଇଯାଇଥିଲା ବାତ୍ୟା ମୁକାବିଲାର କଳାକୌଶଳ। ଫଳରେ ଓଡ଼ିଶାବାସୀ ଫାଇଲିନ, ହୁଡହୁଡ, ତୀତଲି ଓ ଫନି ଭଳି ବାତ୍ୟା ବିରୋଧରେ ଲଢିପାରିଥିଲେ ।

ତେବେ ଆଜି ସୁପର ସାଇକ୍ଲୋନକୁ ବିତିଛି ୨୦ ବର୍ଷ । ଏଥି ମଧ୍ୟରେ ଓଡିଶା ବାତ୍ୟା ମୁକାବିଲା କରିବାରେ ବେଶ ସକ୍ଷମ ହୋଇଛି।  ରାଜ୍ୟ ସରକାର ଗୋଷ୍ଠୀ ସଶକ୍ତିକରଣ ଦିଗରେ ବହୁ ପଦକ୍ଷେପ ନେଇଛନ୍ତି । ଫଳରେ ଆସୁଥିବା ବାତ୍ୟାର ମୁକାବିଲା ସହଜରେ କରାଯାଇ ପାରୁଛି । ଗୋଷ୍ଠୀ ସଶକ୍ତିକରଣ କରିବା ସହ ଲୋକଙ୍କୁ ବାତ୍ୟା ସମ୍ପର୍କରେ ଆହୁରି କିଭଳି ସଚେତନ କରାଯିବ ସେଥିପାଇଁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆୟୋଜିତ ହୋଇଛି ଏକ ମିନି ମାରାଥନ । ଏଥିରେ ମନ୍ତ୍ରୀ ସୁଦାମ ମାରାଣ୍ଡି ପତକା ଦେଖାଇ ମାରାଥନର ଆରମ୍ଭ କରିଥିଲେ । କାର୍ଯକ୍ରମରେ ଏସଆରସି ପି.କେ ଜେନା ଓ ଅନ୍ୟାନ୍ୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ । ମାରାଥନରେ ଶତାଧିକ ଯୁବକ ଯୁବତୀ ବାହାରି ରାଜଭବନରୁ କଳିଙ୍ଗ ଷ୍ଟାଡିୟମରେ ପହଁଞ୍ଚିଥିଲେ ।