Advertisement
Article Detail0/zeeodisha/odisha670673
Zee OdishaBhubneshwarWork from home ପାଇଁ ଜରୁରୀ ଟିପ୍ସ : ବଦଳାନ୍ତୁ ଅଭ୍ୟାସ, ରୁହନ୍ତୁ ଷ୍ଟ୍ରେସ ଫ୍ରି

Work from home ପାଇଁ ଜରୁରୀ ଟିପ୍ସ : ବଦଳାନ୍ତୁ ଅଭ୍ୟାସ, ରୁହନ୍ତୁ ଷ୍ଟ୍ରେସ ଫ୍ରି

ଲକ୍ ଡ଼ାଉନ ଖୋଲିବା ପରେ ଅଫିସ ଯିବା ପାଇଁ ଉତ୍ସାହିତ ଅଛନ୍ତି କି ? ତୁରନ୍ତ ସବୁ କାମକୁ ଫରଫେକ୍ଚ କରିବା ପାଇଁ ଚିନ୍ତା କରୁଛନ୍ତି କି ? ତେବେ ଏବେ ଠାରୁ ନିଜକୁ ରଖନ୍ତୁ ସୁସ୍ଥ ଓ ଏନର୍ଜେଟିକ୍ ।  ଫଳରେ ଅଫିସ ଖୋଲିବା ମାତ୍ରେ, ଆପଣଙ୍କୁ କରିବାକୁ ପଡ଼ିବ ନାହିଁ ଛୁଟି ପାଇଁ ରିକ୍ୱେଷ୍ଟ ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଶୁଭଶ୍ରୀ ମହାପାତ୍ର, ଭୁବନେଶ୍ୱର: ଲକଡାଉନ୍ କାରଣରୁ ବିଭିନ୍ନ ସେକ୍ଟରର କର୍ମଚାରୀ ଏବେ ଘରି ରହି ଅଫିସ ପାଇଁ( WFH) କାମ କରୁଛନ୍ତି । ଅନେକ ସମୟରେ ଦେଖାଯାଏ ଯେ, କାମ କରିବା ବେଳେ ବସିବା ଶୈଳୀ ବା Sitting posture ଉପରେ ଗୁରୁତ୍ୱ ନଦେଇ କେବଳ ଆରାମ ଉପରେ  ଅଧିକାଂଶ ଧ୍ୟାନ ଦେଇଥା’ନ୍ତି । ବିଶେଷ କରି Typing ଓ ଅନଲାଇନ ୱାର୍କିଂ ସମୟରେ କିଛି ବ୍ୟତିକ୍ରମ ଦେଖିବାକୁ ମିଳିଥାଏ । ଯଦି ଆପଣଙ୍କର ଏମିତି ଅଭ୍ୟାସ ରହିଛି, ତେବେ ତୁରନ୍ତ ଏହାକୁ ବଦଳାନ୍ତୁ । ବାରମ୍ବାର ଏଭଳି ଅଭ୍ୟାସ ଜାରି ରହିଲେ ମାଂସପେଶୀ ଜନିତ ଯନ୍ତ୍ରଣା (Muscle pain) ଆରମ୍ଭ ହୋଇଯାଇଥାଏ ।

ବଦଳିଛି ଜୀବନଶୈଳୀ: କୋରୋନା ଭାଇରସ୍ କାରଣରୁ ଅସ୍ତବ୍ୟସ୍ତ ହୋଇପଡ଼ିଛି ଦିନଚର୍ଯ୍ୟା । ଏଭଳି ଭୟଙ୍କର ମହାମାରୀରୁ ସୁରକ୍ଷିତ ରହିବା ପାଇଁ ଅନେକ କମ୍ପାନୀ ନିଜ Employeeଙ୍କୁ ଘରେ ରହି କାମ( WFH) କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ଆଉ କିଛି କଂପାନୀ ଲକଡ଼ାଉନ ଖୋଲିବା ପର୍ଯ୍ୟନ୍ତ ଅଫିସକୁ ବନ୍ଦ ରଖିଛନ୍ତି । ଘରେ ରହି କାମ କରିବା ସମୟରେ ଆମେ ସେତିକି ସିରିୟସ ରହୁନା ଯେତକି ଅଫିସରେ ରହିଥାଉ । ଅଫିସ୍ ଭଳି ଘରେ ମଧ୍ୟ ରୁଟିନ୍ ପ୍ରସ୍ତୁତ କରିବା ଆବଶ୍ୟକ । ଫଳରେ କାମ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ଶେଷ ହୋଇପାରିବ ।

ୱାର୍କ ଷ୍ଟେସନ୍:  ଅଫିସ୍ କାମ ସବୁ ପରଫେକ୍ଟ ହେବା ପାଇଁ ସ୍ଥାନ ଉପଯୁକ୍ତ ହେବା ଦରକାର । ଅର୍ଥାତ୍ କୋଳାହଳ ସ୍ଥାନ ନୁହେଁ, ଶାନ୍ତ ଓ ସଠିକ୍ କମ୍ୟୁନିକେସନ ହୋଇପାରୁଥିବା ସ୍ଥାନ ବା Place ଟିଏ ଚୟନ କରନ୍ତୁ । ଆପଣ ବାଲକୋନି ବା ଗାର୍ଡେନରେ ମଧ୍ୟ ବସି ପାରିବେ । ବସିବା ପାଇଁ ଷ୍ଟଡ଼ି ଟେବୁଲ ବ୍ୟବହାର କରନ୍ତୁ । ଚେୟାର ଓ ଟେବୁଲ ଉଚ୍ଚତା (Height) ମଧ୍ୟରେ ସମନ୍ୱୟ ରହିବା ଉଚିତ୍ । ବସିବା ଓ ଉଠିବା ସମୟରେ ଧ୍ୟାନ ରଖନ୍ତୁ । କାନ୍ଧ ଓ ଅଣ୍ଟା ଫ୍ଲାଟ ରଖି ବସନ୍ତୁ ।

Add Zee News as a Preferred Source

ଲ୍ୟାପଟପ ଓ କମ୍ପ୍ୟୁଟର ବ୍ୟବହାର: ଘରେ ବସି କାମ କରୁଥିବା ବେଳେ ଅଧିଂକାଶ ଲ୍ୟାପଟପର ବ୍ୟବହାର କରନ୍ତି ।  ସୁବିଧା ପାଇଁ ଏକ୍ସଟ୍ରା Key Boardକୁ ଆଟାଚ୍ କରିନିଅନ୍ତୁ । ଫଳରେ ଆପଣଙ୍କୁ ଟାଇପିଂ ସମୟରେ ରିଲାକ୍ସ ମିଳିବ । ହାତର ସ୍ପିଡ଼୍ ମଧ୍ୟ ବଢିବ । ସମ୍ଭବ ହେଲେ ଆପଣ ଲ୍ୟାପଟପ୍ ସ୍ଥାନରେ Desktopର ଉପଯୋଗ କରିପାରିବେ । କମ୍ପୁଟର ଉପଯୋଗ କାରଣରୁ ଆଖି,ବେକ ଓ ଅଣ୍ଟାର Posture ସଠିକ୍ ରହିଥାଏ । କାନ୍ଧରେ ଯନ୍ତ୍ରଣା ମଧ୍ୟ କମ୍ ହୋଇଥାଏ ।
ଲ୍ୟାପଟପକୁ ଉଚ୍ଚା ସ୍ଥାନରେ ରଖନ୍ତୁ, ବେକ ତଳକୁ କରନ୍ତୁ ନାହିଁ ।  ଘରେ ରହି କାମ କରିବା ବେଳେ ବେଡ୍, ସୋଫା, ଡାଇନିଂଗ୍ ଟେବୁଲ ଓ ସେଣ୍ଟ୍ରାଲ୍ ଟେବୁଲର ଉପଯୋଗ କରାଯାଏ । ଏମିତିରେ ବଡିକୁ ସଠିକ୍ ପୋଜିସନ ମିଳି ନଥାଏ । ଡାଇନିଂ ଟେବୁଲରେ ଆପଣ କିଛି ସମୟ ପାଇଁ କାମ କରି ପାରିବେ କିନ୍ତୁ ସେଣ୍ଟ୍ରାଲ୍ ଟେବୁଲରେ ଏହା ସମ୍ଭବ ହୋଇ ନଥାଏ । କିଛି ସମୟ ପରେ ବେକରେ ଯନ୍ତ୍ରଣା ଆରମ୍ଭ ହୋଇଯାଇଥାଏ । କାମ କରିବା ସମୟରେ ଆପଣ ବେକକୁ ଆଦୌ ତଳକୁ କରନ୍ତୁ ନାହିଁ । ବରଂ ଲ୍ୟାପଟପକୁ ଟିକେ ଉଚ୍ଚା ସ୍ଥାନରେ ରଖନ୍ତୁ । ଲ୍ୟାପଟପ୍ ତଳେ ବହି, ଫାଇଲ୍ ଇତ୍ୟାଦି ରଖି ଦିଅନ୍ତୁ । ଏହା ଦ୍ୱାରା ବେକରେ ପ୍ରେସର ପଡ଼ିବ ନାହିଁ ।

fallback

ମାଉସ ବ୍ୟବହାର କରନ୍ତୁ : ଯଦି ଆପଣ ମାଉସର ବ୍ୟବହାର କରୁନାହାଁନ୍ତି, ତେବେ କରିବା ଆରମ୍ଭ କରିଦିଅନ୍ତୁ । ମାଉସର ବ୍ୟବହାରରେ ହାତରେ କମ୍ ପ୍ରେସର ପଡ଼ିଥାଏ । ବାରମ୍ବାର ମାଉସ Touch ପାଇଁ କି ବୋର୍ଡରୁ ହାତ ଉଠାଇଲେ ଶିପା ପ୍ରଶିରା(Nerves) ସଠିକ୍ କାମ କରିଥାଏ ।

ସ୍ଥାନ ପରିବର୍ତ୍ତନ କରନ୍ତୁ :  ଗୋଟିଏ ସ୍ଥାନରେ ବସି ରହି କାମ କରିବା ବଦଳରେ ସ୍ଥାନ ପରିବର୍ତ୍ତନ କରନ୍ତୁ । ମଝିରେ ମଝିରେ ଟିକେ ବୁଲି ଆସନ୍ତୁ । ଷ୍ଟଡି ଟେବୁଲ କି ଡାଇନିଂ ଟେବୁଲ ନଥିଲେ କାନ୍ଥରେ ଆଉଜି କାମ କରିପାରିବେ । କିମ୍ବା ପିଠି ପଛ ପଟେ କୁଶନ (Cushion)ମଧ୍ୟ ରଖିପାରିବେ ।

About the Author