• ଆମେରିକାରେ ଆରମ୍ଭ ହେଲା ବାଇଡେନ୍ ଶାସନ
  • ୪୬ତମ ଆମେରିକା ରାଷ୍ଟ୍ରପତି ଭାବେ ଶପଥ ନେଲେ ଜୋ ବାଇଡେନ୍
  • ଆମେରିକାର ପ୍ରଥମ ମହିଳା ଉପରାଷ୍ଟ୍ରପତି ଭାବେ ଶପଥ ନେଲେ କମଲା ହାରିସ୍
  • ମନ୍ତ୍ରୀ ପ୍ରଫୁଲ୍ଲ ମଲ୍ଲିକଙ୍କ ବିରୋଧରେ କ୍ଷମତାର ଅପବ୍ୟବହାର ଅଭିଯୋଗ
  • ପରୀ ହତ୍ୟା ମାମଲା: ଜୁଭେନାଇଲ ଜଷ୍ଟିସ ବୋର୍ଡରୁ ମାମଲା ଗଲା ଚିଲଡ୍ରେନ କୋର୍ଟ
  • ଛତ୍ରପୁର ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲା; ଭୃଗୁ ବକ୍ସିପାତ୍ର, ଗୋଲକ ମହାପାତ୍ରଙ୍କୁ ଆଗୁଆ ଜାମିନ୍
  • ଗୁରୁବାରଠୁ ବିନା କଟକଣାରେ ଜଗା ଦର୍ଶନ
  • ଅଭିଭାବକଙ୍କୁ ଆଶ୍ୱସ୍ତି; ରାଜ୍ୟରେ କୋହଳ ହେଲା ଘରୋଇ ସ୍କୁଲ ଫି'
  • ୭ଟି ସ୍ଲାବରେ ଘରୋଇ ସ୍କୁଲ ଫି' ଛାଡ ନିଷ୍ପତ୍ତି
  • LICj MD ହେଲେ ଓଡ଼ିଆ ପୁଅ ସିଦ୍ଧାର୍ଥ ମହାନ୍ତି

ଆଜି ଛାଡ଼ଖାଇ; ଆମିଷ ବଜାରରେ ଲୋକଙ୍କ ପ୍ରବଳ ଭିଡ

ରାଜଧାନୀ ଭୁବନେଶ୍ୱରରେ ୩ ଶହରୁ ଅଧିକ ମଟନ୍ ଦୋକାନ ଅଛି। ଏଥର ରାଜଧାନୀରେ  ମଟନ କିଲୋ ପିଛା ୬୦୦ ଟଙ୍କା ରହିଛି ।

ଆଜି ଛାଡ଼ଖାଇ; ଆମିଷ ବଜାରରେ ଲୋକଙ୍କ ପ୍ରବଳ ଭିଡ

ଭୁବନେଶ୍ୱର: ଆଜି ଛାଡ଼ଖାଇ । ସମ୍ପୂର୍ଣ୍ଣ ଗୋଟିଏ ମାସ ଧରି ନିରାମିଷ ଖାଦ୍ୟ ଖାଇଥିବା ଆମିଷାଶୀମାନେ ପାଟି ଅରୁଚି ଛଡ଼ାଇବା ପାଇଁ ଏହି ଦିନକୁ ଅପେକ୍ଷା କରି ରହିଥା'ନ୍ତି । ଏଥିପାଇଁ ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ବିଭିନ୍ନ ମାଛ ମାର୍କେଟ ସହ ମାଂସ ଦୋକନରେ ମଧ୍ୟ ପ୍ରବଳ ଭିଡ ଜମିଛି । ବୁଧବାର ଛାଡ଼ଖାଇ ପଡ଼ୁଥିବାରୁ ଭଲ ବ୍ୟବସାୟ ହେବ ବୋଲି ଆଶା ବାନ୍ଧି ବସିଛନ୍ତି ଆମିଷ ବ୍ୟବସାୟୀ ।

ଛାଡଖାଇ ପାଳିବାକୁ ଗ୍ରାହକଙ୍କ ଭିତରେ ମଟନ୍ ଖାଇବାକୁ ବେଶୀ ଆଗ୍ରହ ରହିଥାଏ । ସେଥିପାଥଁ ବିନା ପାଣିର ଭଲ ଖାସି ମଟନ୍ ପାଇଁ ବେପାରୀଙ୍କୁ ଆଗୁଆ ଅର୍ଡର ଦିଆଯାଇଛି । ରାଜଧାନୀ ଭୁବନେଶ୍ୱରରେ ୩ ଶହରୁ ଅଧିକ ମଟନ୍ ଦୋକାନ ଅଛି। ଏଥର ରାଜଧାନୀରେ  ମଟନ କିଲୋ ପିଛା ୬୦୦ ଟଙ୍କା ରହିଛି । ଭୁବନେଶ୍ୱରରେ ବ୍ରଏଲର ଚିକେନ୍‌ ଦର ୨୦୦ ଟଙ୍କା, ଦେଶୀ କୁକୁଡ଼ା ଦର ୪୦୦ ଟଙ୍କାରେ ବିକ୍ରି ହଉଛି ।  

ଭୁବନେଶ୍ୱର ବଜାରକୁ ଏଥର ପୁରୀ, ବାଲେଶ୍ୱର, ପାରାଦୀପ, ଅସ୍ତରଙ୍ଗ, ବାଲୁଗାଁ, ବ୍ରହ୍ମପୁର, ନୟାଗଡ଼, ଦଶପଲା, ଭ˚ଜନଗର ଓ ଆନ୍ଧ୍ରରୁ ମାଛ ଆସିବ‌ । ରୋହି ମାଛ ୧୫୦ରୁ ୧୮୦ଟଙ୍କା, ଚିଙ୍ଗୁଡ଼ି କିଲୋ ୪୨୦, ଇଲିସି ମାଛ କିଲୋ ୬୦୦ ଟଙ୍କା, କଙ୍କଡ଼ା କିଲୋ ୧୮୦,ଭାକୁଡ଼ ମାଛ ୧୬୦ ଟଙ୍କାରେ ବିକ୍ରି ହେଉଛି ।