୪୧ ଡିଗ୍ରୀ ତାପମାତ୍ରା ସହିତ ସବୁଠୁ ଉତ୍ତପ୍ତ ବଲାଙ୍ଗୀର
Advertisement

୪୧ ଡିଗ୍ରୀ ତାପମାତ୍ରା ସହିତ ସବୁଠୁ ଉତ୍ତପ୍ତ ବଲାଙ୍ଗୀର

ରାଜ୍ୟରେ ପାରଦ ଏବେ ଉପରମୁହାଁ. ବିଗତ କିଛି ଧରି ପାରଦ ୪୦ ଉପରେ ରହୁଛି. ଆଜି ରାଜ୍ୟର ୧୦ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା. ୪୧.୭ ଡିଗ୍ରୀ ତାପମାତ୍ରା ସହିତ ବଲାଙ୍ଗୀର ସହର ସବୁଠାରୁ ଉତପ୍ତ ସହର ଭାବେ ପରିଗଣିତ ହୋଇଛି.

୪୧ ଡିଗ୍ରୀ ତାପମାତ୍ରା ସହିତ ସବୁଠୁ ଉତ୍ତପ୍ତ ବଲାଙ୍ଗୀର

ଭୁବନେଶ୍ୱର: ରାଜ୍ୟରେ ପାରଦ ଏବେ ଉପରମୁହାଁ. ବିଗତ କିଛି ଧରି ପାରଦ ୪୦ ଉପରେ ରହୁଛି. ଆଜି ରାଜ୍ୟର ୧୦ଟି ସ୍ଥାନରେ ପାରଦ ୪୦ ଡିଗ୍ରୀ ଉପରେ ରହିଥିଲା. ୪୧.୭ ଡିଗ୍ରୀ ତାପମାତ୍ରା ସହିତ ବଲାଙ୍ଗୀର ସହର ସବୁଠାରୁ ଉତପ୍ତ ସହର ଭାବେ ପରିଗଣିତ ହୋଇଛି. ଆଗାମୀ ୪ରୁ ୫ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ସୂଚନା ଦେଇଛି. 

କିନ୍ତୁ ଆଭ୍ୟନ୍ତରୀଣ ଜିଲ୍ଲା ଗୁଡିକରେ କିଛି ସ୍ଥାନରେ  ୪୦.୦ ଡ଼ିଗ୍ରୀ ଓ ତା ଠାରୁ ଅଧିକ ତାପମାତ୍ରା ଅନୁଭୂତ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର।

ଆଜିର ତାପମାତ୍ରା ଆନୁଯାୟୀ ଭୁବନେଶ୍ୱରରେ ୩୭.୨  ଡ଼ିଗ୍ରୀ, ବାଲେଶ୍ୱରରେ ୩୭.୦, ଚାନ୍ଦବାଲିରେ ୩୭.୪, କଟକରେ ୩୬.୨ ରେକର୍ଡ କରାଯାଇଛି।

ସେହିପରି ପାରାଦୀପ ୩୧.୭, ଗୋପାଳପୁରରେ ୩୦.୭, ପୁରୀରେ ୩୨.୬, ଅନୁଗୋଳରେ ୪୧.୩, ବାରିପଦାରେ ୩୭.୦, ଝାରସୁଗୁଡାରେ ୪୦.୨, କେନ୍ଦୁଝରରେ ୩୯.୦,  ସମ୍ବଲପୁରରେ ୩୯.୫, ତାଳଚେରରେ ୪୦.୨, ଭବାନୀପାଟଣାରେ ୪୦.୫, ଟିଟଲାଗଡରେ  ୪୧.୫, କୋରାପୁଟରେ ୩୫.୨, ମାଲକାନଗିରିରେ ୪୦.୦, ସୋନପୁରରେ ୪୦.୬,  ନୟାଗଡରେ ୪୦.୦, ବୌଦ୍ଧରେ ୪୧.୬ ରେକର୍ଡ କରାଯାଇଛି।