• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ରାଜ୍ୟରେ ରେକର୍ଡ ଭାଙ୍ଗିଲା କୋରୋନା, ୨୪ ଘଣ୍ଟାରେ ୧୦୭୮ମାମଲା

ରାଜ୍ୟରେ ରେକର୍ଡ ଭାଙ୍ଗିଲା କୋରୋନା, ୨୪ ଘଣ୍ଟାରେ ୧୦୭୮ମାମଲା

ରେକର୍ଡ ଭାଙ୍ଗୁଛି କୋରୋନା...

Edited ByZee Odisha Desk
Published: Jul 22, 2020, 11:22 AM IST|Updated: Jul 22, 2020, 11:22 AM IST
joinshare
ରାଜ୍ୟରେ ରେକର୍ଡ ଭାଙ୍ଗିଲା କୋରୋନା, ୨୪ ଘଣ୍ଟାରେ ୧୦୭୮ମାମଲା

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    NHରେ ଆଉ ବୁଲିବେନି ଗୋରୁ-ଗାଈ! ଦୁର୍ଘଟଣା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ

    NHରେ ଆଉ ବୁଲିବେନି ଗୋରୁ-ଗାଈ! ଦୁର୍ଘଟଣା ରୋକିବାକୁ ସରକାରଙ୍କ ବଡ଼ ପଦକ୍ଷେପ

    2

    LPG Subsidy: LPG ସବସିଡି ଅଟକିଛି କି? ଜାଣନ୍ତୁ କାରଣ ଓ ସମାଧାନ

    3

    Top 10 News: ଚୁଟକିରେ ପଢ଼ନ୍ତୁ ଆଜି ସକାଳର ୧୦ଟି ଗୁରୁତ୍ୱପୂର୍ଣ୍ଣ ଖବର...

    4

    ମୟୂରଭଞ୍ଜରେ ପ୍ରବଳ ବର୍ଷା ଆଶଙ୍କା: ଆଜି ସବୁ ସ୍କୁଲ ଛୁଟି, ଜିଲ୍ଲାପାଳଙ୍କ ବଡ଼ ଘୋଷଣା

    5

    Petrol Diesel Price: ଆଜି କମିଲା ପେଟ୍ରୋଲ-ଡିଜେଲ ମୂଲ୍ୟ, ଓଡ଼ିଶାରେ ଲିଟର ପିଛା ତେଲ ଦର...

    ଭୁବନେଶ୍ୱର: କୋରୋନା ସଂକ୍ରମିତଙ୍କ ସଂଖ୍ୟା କ୍ରମାଗତ ଭାବରେ ବୃଦ୍ଧି ପାଇବାରେ ଲାଗିଛି। ସୀମା ଲଂଘୁଛି କୋରୋନା। ରାଜ୍ୟରେ ସମସ୍ତ ରେକର୍ଡ ଭାଙ୍ଗିଛି କୋରୋନା। ବିଗତ ୨୪ ଘଣ୍ଟା ମଧ୍ୟରେ ସର୍ବାଧିକ ୧୦୭୮ଟି ମାମଲା ସାମ୍ନାକୁ ଆସିଛି। ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା କ୍ୱାରେଣ୍ଟାଇନ ସେଣ୍ଟରରେ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ମାମଲା ମଧ୍ୟ ଅନିୟନ୍ତ୍ରିତ ଭାବେ ବଢିବାରେ ଲାଗିଛି। 

    ଗଞ୍ଜାମରେ ନିୟନ୍ତ୍ରଣ ବାହାରକୁ ଯାଉଛି କୋରୋନାର ସ୍ଥିତି। ସମାନ୍ତରାଳ ଭାବରେ ସ୍ଥାନୀୟ ମାମଲା ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୨୦ ହଜାର ନିକଟତର ହୋଇଛି। 

    ରାଜ୍ୟରୁ ବିଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ୧୦୭୮ଟି ମାମଲା ମଧ୍ୟରୁ ୭୨୧ଟି କୋରୋନା ପଜିଟିଭ କ୍ୱାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିଭଳି ସ୍ଥାନୀୟ ମାମଲା ୩୫୭ଟି ରହିଛି। ଫଳରେ ରାଜ୍ୟରେ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୯୮୩୫ରେ ପହଞ୍ଚିଛି। 

    ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ମୁତାବକ ମୋଟ ସଂକ୍ରମିତଙ୍କ ମଧ୍ୟରୁ ୧୩୩୦୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ସେହିପରି ୬୩୮୭ ଜଣ ଚିକିତ୍ସାଧୀନ ରହିଛନ୍ତି। ବିଗତ ୨୪ ଘଣ୍ଟା ମଧ୍ୟରେ ୪୦୦ ଜଣ ସୁସ୍ଥ ହୋଇଥିବା ବିଭାଗ ସୂଚନା ଦେଇଛି। 

    ସେପଟେ ୨୮ଟି ଜିଲ୍ଲାରୁ ଏହି ମାମଲା ସାମ୍ନାକୁ ଆସିଛି।  ଆଜି ସର୍ବାଧିକ ମାମଲା ଗଞ୍ଜାମ ଜିଲ୍ଲାରୁ ଆସିଛି।  ଗଞ୍ଜାମରେ କୋରୋନା ଅନିୟନ୍ତ୍ରିତ ଭାବେ ବୃଦ୍ଧି ପାଇବାରେ ଲାଗିଛି।  ଆଜି ସର୍ବାଧିକ ୩୭୧ଜଣ କୋରୋନା ସଂକ୍ରମିତ ଜିଲ୍ଲାରୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି। ସେହିପରି ଗଞ୍ଜାମ ପଛକୁ ରହିଛି ଖୋର୍ଦ୍ଧା ଜିଲ୍ଲା। ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ବେଗରେ ବୃଦ୍ଧି ପାଇବାରେ ଲାଗିଛି। ଆଜି ସର୍ବାଧିକ ୧୨୧ଟି ମାମଲା ସାମ୍ନାକୁ ଆସିଛି। 

    ସେହିପରି ଭଦ୍ରକ, ଅନୁଗୋଳରୁ ଜଣେ, ବାଲେଶ୍ୱର ୧୦ ଜଣ, ବରଗଡ଼ରୁ ୨୬,  ବଲାଙ୍ଗୀରରୁ ୬, ବୌଦ୍ଧରୁ ୩, କଟକରୁ ୫୭, ଢେଙ୍କାନାଳରୁ ୨ଜଣ, ଗଜପତି ୨୪, ଜଗତସିଂହପୁର ୩୫, ଯାଜପୁରରୁ ୨୦ ଜଣ, ଝାରସୁଗୁଡ଼ାରୁ ୩୪, କଳାହାଣ୍ଡିରୁ ୧୫ ଜଣ, କନ୍ଧମାଳରୁ ୧୩ ଜଣ, କେନ୍ଦ୍ରାପଡ଼ାରୁ ୨୪ ଜଣ, କେନ୍ଦୁଝରରୁ ୧୬ ଜଣ, କୋରାପୁଟରୁ ୧୫ଜଣ, ମାଲକାନଗିରିରୁ ୬୬ ଜଣ, ମୟୂରଭଞ୍ଜରୁ ୧୩ ଜଣ, ନବରଙ୍ଗପୁରରୁ ୧୭ ଜଣ, ନୟାଗଡ଼ାରୁ ୫ ଜଣ, ପୁରୀରୁ ୨୮ ଜଣ, ରାୟଗଡ଼ାରୁ ୯୬ ଜଣ, ସମ୍ବଲପୁରରୁ ୨୦ଜଣ, ସୋନପୁରରୁ ୧୦ ଜଣ, ସୁନ୍ଦରଗଡ଼ରୁ ୨୯ ଜଣ କୋରୋନା ସଂକ୍ରମିତଙ୍କ ସମ୍ପର୍କରେ ଜଣାପଡ଼ିଛି।  

    ସେପଟେ ରାଜ୍ୟରେ ଦିନକୁ ଦିନ କୋରୋନା ସ୍ଥିତି ସଂକଟଜନକ ଆଡ଼କୁ ଗତି କରୁଛି। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୧୯୮୩୫ରେ ପହଞ୍ଚିଛି। କ୍ୱାରେଣ୍ଟାଇନ ସେଣ୍ଟରରେ ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ସମାନ୍ତରାଳ ଭାବେ ସ୍ଥାନୀୟ ମାମଲା ମଧ୍ୟ ବୃଦ୍ଧି ପାଉଛି। ଫଳରେ ରାଜ୍ୟରେ ଏହା ଗୁରୁତର ରୂପ ନେବାରେ ଲାଗିଛି। 

    Add Zee News as a Preferred Source
    TAGS:
    Odisha
    Corona
    Ganjam
    Khorda
    virus
    lockdown
    covid