)
ଭୁବନେଶ୍ୱ: ଗୁରୁବାର ଗୋଟିଏ ଦିନରେ ରାଜ୍ୟରେ ୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଫଳରେ ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୮ରେ ପହଞ୍ଚିଛି । ତେବେ ଏମାନଙ୍କ ମଧ୍ୟରୁ ୪୫ ଜଣଙ୍କ ଚିକିତ୍ସା ଏବେ ରାଜ୍ୟର ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି । ୨ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଜଣଙ୍କ ମୃତ୍ୟୁ ହୋଇଛି । ରାଜ୍ୟ ସରକାରଙ୍କ ସୂଚନା ଓ ପ୍ରସାରଣ ବିଭାଗର ଟ୍ୱିଟର ହ୍ୟାଣ୍ଡଲ ରାତି ୧୨.୩୪ ମିନିଟରେ ଏନେଇ ସୂଚନା ଦେଇଛି ।
#Covid19 Case #Odisha
9th April, 2020Total 6 new Cases on 9th April, 2020
Total Positive Cases so far: 48 pic.twitter.com/POhTdshaGP— I & PR Department, Odisha (@IPR_Odisha) April 9, 2020
ତେବେ ସୂଚନା ଓ ପ୍ରସାରଣ ବିଭାଗର ଏହି ଟ୍ୱିଟ ମୁତାବକ, ଗୁରୁବାର ଗୋଟିଏ ଦିନରେ ୪୦୮ ଜଣଙ୍କ କୋରୋନା ପରୀକ୍ଷା ହୋଇଥିଲା । ତେବେ ସେମାନଙ୍କ ମଧ୍ୟରୁ ୪୦୨ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିବା ବେଳେ ଅନ୍ୟ ୬ ରିପୋର୍ଟ ପଜିଟିଭ୍ ରହିଛି । ତେବେ ଗୁରୁବାର ଯେଉଁ ୬ ଜଣ ଆକ୍ରାନ୍ତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ବିଷୟରେ ପୂର୍ବରୁ ସୂଚନା ଦିଆଯାଇଥିଲା ।