ଚାଲିଥିଲା ଗାଡି ଚେକିଂ, ମାଡିଗଲା ଟ୍ରକ
କେନ୍ଦୁଝର ଟାଉନ ଥାନା ପୋକାରାପାଣିରେ ସଡ଼କ ଦୁର୍ଘଟଣା । ଏନଏଚ - ୨୦ ବାଇପାସ ରାସ୍ତାରେ MVIଯାଞ୍ଚ ବେଳେ RTO କର୍ମଚାରୀଙ୍କ ଉପରେ ଚଢିଗଲା ୧୪ ଚକିଆ ଟ୍ରକ ।
Trending Photos

ଜସ୍ମିନ ମହନ୍ତ, ଭୁବନେଶ୍ୱର: କେନ୍ଦୁଝର ଟାଉନ ଥାନା ପୋକାରାପାଣିରେ ସଡ଼କ ଦୁର୍ଘଟଣା । ଏନଏଚ - ୨୦ ବାଇପାସ ରାସ୍ତାରେ MVIଯାଞ୍ଚ ବେଳେ RTO କର୍ମଚାରୀଙ୍କ ଉପରେ ଚଢିଗଲା ୧୪ ଚକିଆ ଟ୍ରକ । ଫଳର ଘଟଣାସ୍ଥଳରେ ହିଁ RTO ଅଫିସର ଡ୍ରାଇଭର ବିଜୟ କୁମାର ମହାନ୍ତଙ୍କ ମୃତ୍ୟୁ ହୋଇଛି । ସେପଟେ ଘଟଣା ଘଟାଇଥିବା ଟ୍ରକଟି ଫେରାର ହୋଇଯାଇଛି ।
ସୂଚନା ମୁତାବକ, ଆଜି ବାଇପାସରେ ଏମଭିଆଇଙ୍କ ସମେତ ଆରଟିଓ କର୍ମଚାରୀ ଗାଡ଼ି ଚେକିଂ କରୁଥିଲେ । ଏହି ସମୟରେ ଦୃତ ଗତିରେ ଆସୁଥିବା ଏକ ୧୪ ଚକିଆ ଟ୍ରକକୁ ଆରଟିଓ ଗାଡ଼ି ଡ୍ରାଇଭର ଅଟକାଇବା ପାଇଁ ଚେଷ୍ଟା କରିଥିଲେ । ହେଲେ ଟ୍ରକଟି ନରହି ଆରଟିଓ ଡ୍ରାଇଭର ବିଜୟ କୁମାରଙ୍କୁ ଧକ୍କା ଦେଇ ଚାଲିଯାଇଥିଲା । ଫଳରେ ଘଟଣାସ୍ଥଳରେ ବିଜୟଙ୍କ ମୃତ୍ୟୁ ଘଟିଥିଲା । ଦୁର୍ଘଟଣା ସମ୍ପର୍କରେ ପୋଲିସକୁ ଖବର ନଦେଇ RTO କର୍ମଚାରୀ ମୃତ ଡ୍ରାଇଭରକୁ ଆଣି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ।
ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଛାନଭିନ ଆରମ୍ଭ କରିଛି । ଦୁର୍ଘଟଣା ଘଟଣା ଥିବା ଟ୍ରକକୁ ଧରିବା ପାଇଁ ଉଦ୍ୟମ ଜାରି ରଖିଛି । ତେବେ ଘଟଣାକୁ ଆରଟିଓ ଅଧିକାରୀ ଲୁଚେଇବାକୁ ଉଦ୍ୟମ କରୁଥିବା ସ୍ପଷ୍ଟ ହେଉଛି । ଆରଟିଓ କର୍ମଚାରୀଙ୍କ କହିବା ମୁତାବକ, ସେମାନେ କୌଣସି କାର୍ଯ୍ୟରେ ଆନନ୍ଦପୁର ଯାଉଥିବା ସମୟରେ ଡ୍ରାଇଭର ଗାଡ଼ି ରଖି ରାସ୍ତାର ଅପରପାର୍ଶ୍ୱକୁ ଯାଇଥିଲେ । ରାସ୍ତା ପାର ହେଉଥିବା ବେଳେ ଦୁର୍ଘଟଣା ଘଟିଛି ।
ସେପଟେ ଗାଡ଼ି ଚେକିଂ ସମୟରେ ଏପରି ଘଟଣା ଘଟିଥିବା କହିଛନ୍ତି ସ୍ଥାନୀୟ ଲୋକେ । ତେବେ ଆରଟିଓ କର୍ମଚାରୀ କାହିଁକି ଏହାକୁ ଲୁଚେଇବାକୁ ଚେଷ୍ଟା କରୁଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।
More Stories