ଆଜିଠୁ ରାଜଧାନୀରେ ଦୁଇ ଦିନ ସେରୋ ସର୍ଭେ
Advertisement

ଆଜିଠୁ ରାଜଧାନୀରେ ଦୁଇ ଦିନ ସେରୋ ସର୍ଭେ

ମଙ୍ଗଳବାର ଠାରୁ ରାଜଧାନୀରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥାତ ୩୧ ଓ ୧ ତାରିଖ ଦୁଇ ଦିନ ଧରି ଭୁବନେଶ୍ଵରରେ ବିଏମସିର ସହଭାଗିତାରେ ସେରୋ ସର୍ଭେ ହେବ।

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟର ୧୨ଟି ଜିଲ୍ଲାରେ ରାଜ୍ୟ ସ୍ତରୀୟ ସେରୋ ସର୍ଭେ ରବିବାର ଠାରୁ ଆରମ୍ଭ ହୋଇଥିବା ବେଳେ ଏହି କ୍ରମରେ ମଙ୍ଗଳବାର ଠାରୁ ରାଜଧାନୀରେ ଏହି ପ୍ରକ୍ରିୟା ଆରମ୍ଭ ହୋଇଛି। ଅର୍ଥାତ ୩୧ ଓ ୧ ତାରିଖ ଦୁଇ ଦିନ ଧରି ଭୁବନେଶ୍ଵରରେ ବିଏମସିର ସହଭାଗିତାରେ ସେରୋ ସର୍ଭେ ହେବ।

ଆଇସିଏମଆରର ଅନୁରୋଧ କ୍ରମେ ମଙ୍ଗଳବାର ଠାରୁ ବିଏମସି ସହଭାଗିତାରେ ମୋଟ ୬୭ଟି ୱାର୍ଡରୁ ୫ଟି ୱାର୍ଡରେ ସେରୋ ସର୍ଭେ (Sero Survey) କରାଯିବ। ବିଏମସିର ୩ଟି ଜୋନରୁ ୮, ୧୫, ୩୨, ୪୧ ଓ ୬୩ ନମ୍ବର ୱାର୍ଡରେ ସର୍ଭେ ହେବ। ଏଥିପାଇଁ ୫ଟି ଓ୍ବାର୍ଡରେ ୫ ଜଣ ଓ୍ବାର୍ଡ ଅଫିସରଙ୍କୁ ସମସ୍ତ ପ୍ରକାର ବ୍ୟବସ୍ଥା ଓ ସହାୟତା ପାଇଁ ଦାୟିତ୍ବ ଦିଆଯାଇଛି।

Also Read: କୋରୋନାର ନୂଆ ଭ୍ୟାରିଆଣ୍ଟର ଏଣ୍ଟ୍ରୀ, ଫେଲ୍ ହୋଇପାରେ ଭ୍ୟାକସିନ୍

ରାଜଧାନୀର (Bhubaneswar) ପ୍ରତି ଓ୍ବାର୍ଡରୁ ଶିଶୁଙ୍କ ସମେତ ବିଭିନ୍ନ ବର୍ଗରୁ ଅନ୍ୟୁନ ୨୦୦ ଜଣଙ୍କୁ ସେରୋ ସର୍ଭେରେ ସାମିଲ କରିବାକୁ ବିଏମସି ପକ୍ଷରୁ ୱାର୍ଡ ଅଫିସରଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏନେଇ ବିଏମସି ପକ୍ଷରୁ ସ୍ବତନ୍ତ୍ର ନିର୍ଦ୍ଦେଶନାମା ମଧ୍ୟ ଜାରି ହୋଇଛି। ସେପ୍ଟେମ୍ବର ଏକ ତାରିଖ ପର୍ଯ୍ୟନ୍ତ ରାଜଧାନୀ ଭୁବନେଶ୍ୱରରେ ସେରୋ ସର୍ଭେ ହେବ।