ବଢିଲା ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା
Trending Photos
ଭୁବନେଶ୍ୱର: ବଢିଲା ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ରାଜ୍ୟରେ ଚିହ୍ନଟ ହେଲେ ୨ଜଣ କୋରୋନା ପଜିଟିଭ । ଜଣେ ପଜିଟିଭ ବ୍ୟକ୍ତି ଢେଙ୍କାନାଳ ଜିଲ୍ଲାରେ ଚିହ୍ନଟ ହୋଇଥିବାବେଳେ ଆଉ ଜଣେ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି ।
ଢେଙ୍କାନାଳରେ ଚିହ୍ନଟ ହୋଇଥିବା ପଜିଟିଭ ଜଣଙ୍କ ୫୧ ବର୍ଷୟା ମହିଳା ଅଟନ୍ତି । ଆଉ ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ପଜିଟିଭ ବ୍ୟକ୍ତି ଜଣଙ୍କ ୬୯ ବର୍ଷିୟ ମେଦିନପୁର ଅଞ୍ଚଳର । ଆମ୍ୱୁଲାନ୍ସ ସାହାର୍ଯ୍ୟରେ ବ୍ୟକ୍ତିଜଣଙ୍କୁ ଡାକ୍ତରଖାନା ନିଆଯାଇ ଭର୍ତ୍ତି କରାଯାଇଛି ।
2 new COVID-19 POSITIVE cases confirmed so far today.
1 Dhenkanal town case, female 51 years
1 patient of a Bhubaneswar based private hospital , male 69 years of Medinipur, WB. Brought in ambulance directly from WB. Further details will be released during daily press briefing.
— H & FW Dept Odisha (@HFWOdisha) April 9, 2020
ବର୍ତ୍ତମାନ ଓଡ଼ିଶାରେ କୋରୋନା ପଜିଟିଭଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି । ୪୪ଜଣଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।
ତେବେ ଏମାନଙ୍କ ଟ୍ରାଭେଲ ହିଷ୍ଟ୍ରି କଣ ରହିଛି ଏ ଦୁଇ ଜଣ କେତେଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ସୂଚନା ହସ୍ତାନ୍ତର ହୋଇ ନ ଥୁବାବେଳେ ଶୀଘ୍ର ହିଁ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସ କରାଯିବ ।