Advertisement
Article Detail0/zeeodisha/odisha665445
Zee OdishaBhubneshwarପୁଣି ଓଡ଼ିଶାରୁ ଚିହ୍ନଟ ହେଲେ ୨ଜଣ କୋରୋନା ଆକ୍ରାନ୍ତ, ରାଜ୍ୟରେ ସଂଖ୍ୟା ୪୪କୁ ବୃଦ୍ଧି

ପୁଣି ଓଡ଼ିଶାରୁ ଚିହ୍ନଟ ହେଲେ ୨ଜଣ କୋରୋନା ଆକ୍ରାନ୍ତ, ରାଜ୍ୟରେ ସଂଖ୍ୟା ୪୪କୁ ବୃଦ୍ଧି

ବଢିଲା ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ପୁଣି ଓଡ଼ିଶାରୁ ଚିହ୍ନଟ ହେଲେ ୨ଜଣ କୋରୋନା ଆକ୍ରାନ୍ତ, ରାଜ୍ୟରେ ସଂଖ୍ୟା ୪୪କୁ ବୃଦ୍ଧି

ଭୁବନେଶ୍ୱର: ବଢିଲା ଓଡ଼ିଶାରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ରାଜ୍ୟରେ ଚିହ୍ନଟ ହେଲେ ୨ଜଣ କୋରୋନା ପଜିଟିଭ । ଜଣେ ପଜିଟିଭ ବ୍ୟକ୍ତି ଢେଙ୍କାନାଳ ଜିଲ୍ଲାରେ ଚିହ୍ନଟ ହୋଇଥିବାବେଳେ ଆଉ ଜଣେ ଭୁବନେଶ୍ୱରରେ ଚିହ୍ନଟ ହୋଇଛନ୍ତି । 
ଢେଙ୍କାନାଳରେ ଚିହ୍ନଟ ହୋଇଥିବା ପଜିଟିଭ ଜଣଙ୍କ ୫୧ ବର୍ଷୟା ମହିଳା ଅଟନ୍ତି । ଆଉ ଭୁବନେଶ୍ୱରରେ ଚିହ୍ନଟ ହୋଇଥିବା ପଜିଟିଭ ବ୍ୟକ୍ତି ଜଣଙ୍କ ୬୯ ବର୍ଷିୟ ମେଦିନପୁର ଅଞ୍ଚଳର । ଆମ୍ୱୁଲାନ୍ସ ସାହାର୍ଯ୍ୟରେ ବ୍ୟକ୍ତିଜଣଙ୍କୁ ଡାକ୍ତରଖାନା ନିଆଯାଇ ଭର୍ତ୍ତି କରାଯାଇଛି ।

 

ବର୍ତ୍ତମାନ ଓଡ଼ିଶାରେ କୋରୋନା ପଜିଟିଭଙ୍କ ସଂଖ୍ୟା ୪୪କୁ ବୃଦ୍ଧି ପାଇଛି ।  ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଜରିଆରେ ସୂଚନା ଦିଆଯାଇଛି । ୪୪ଜଣଙ୍କ ମଧ୍ୟରୁ ଦୁଇଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ଜଣଙ୍କର ମୃତ୍ୟୁ ହୋଇଛି ।

ତେବେ ଏମାନଙ୍କ ଟ୍ରାଭେଲ ହିଷ୍ଟ୍ରି କଣ ରହିଛି ଏ ଦୁଇ ଜଣ କେତେଜଣଙ୍କ ସଂସ୍ପର୍ଶରେ ଆସିଛନ୍ତି ସେ ନେଇ ସୂଚନା ହସ୍ତାନ୍ତର ହୋଇ ନ ଥୁବାବେଳେ ଶୀଘ୍ର ହିଁ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଟ୍ରେସ କରାଯିବ  । 

About the Author