Advertisement
Article Detail0/zeeodisha/odisha666175
Zee OdishaBhubneshwarରାଜ୍ୟରେ ୫୦ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ରାଜ୍ୟରେ ୫୦ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା

ପୂର୍ବରୁ ୨ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଶୁକ୍ରବାର ଗୋଟିଏ ଦିନରେ ଅନ୍ୟ ୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଭୁବନେଶ୍ୱର: ଓଡ଼ିଶାରେ ୫୦ ଛୁଇଁଲା କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା । ପୂର୍ବରୁ ଏହି ସଂଖ୍ୟା ୪୮ ଥିବା ବେଳେ ଶୁକ୍ରବାର ପୁଣି ୨ ନୂଆଁ ମାମଲା ସାମନାକୁ ଆସିଛି । ଏହି ଦିନ ପରୀକ୍ଷା ପାଇଁ ପଠାଯାଇଥିବା ମୋଟ ୨୯୮ ନମୂନା ମଧ୍ୟରୁ ୨୯୬ ଜଣଙ୍ର ନମୁନା ନେଗେଟିଭ ରହିଥିଲା । ତେବେ ଏପର୍ଯ୍ୟନ୍ତ ସମୁଦାୟ ୩୫୪୭ ନମୁନା ପରୀକ୍ଷା ସରିଛି । ଆଉ ଏହାରି ମଧ୍ୟରେ ୫୦ ଜଣ କୋରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । 

ତେବେ ରାଜ୍ୟକୁ ଏକ ଆଶ୍ୱସ୍ତ ଖବର ମଧ୍ୟ ମିଳିଛି । ପୂର୍ବରୁ ୨ କୋରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଶୁକ୍ରବାର ଗୋଟିଏ ଦିନରେ ଅନ୍ୟ ୧୦ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଅର୍ଥାତ ଏପର୍ଯ୍ୟନ୍ତ ରାଜ୍ୟରେ ୧୨ ଜଣ କୋରୋନା ଆକ୍ରାନ୍ତ ସୁସ୍ଥ ହେଲେଣି । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ସୂଚନା ଦେଇଛି । 

ଗତକାଲି ସୁସ୍ଥ ହୋଇ ଫେରିଥିବା ବ୍ୟକ୍ତିଙ୍କ ମଧ୍ୟରେ ଭୁବନେଶ୍ୱରର ୫, ଭଦ୍ରକର ୨ ଏବଂ କଟକ, ଯାଜପୁର ଓ ପୁରୀର ଜଣେ ଲେଖାଁଏ କୋରୋନା ଆକ୍ରାନ୍ତ ଅଛନ୍ତି । ପୂର୍ବରୁ ଜଣେ କୋରୋନା ଆକ୍ରାନ୍ତଙ୍କ ମୃତ୍ୟୁ ମଧ୍ୟ ହୋଇଥିଲା । ତେବେ ବର୍ତ୍ତମାନ ଅନ୍ୟ ୩୭ ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି ।

About the Author