ଓଡ଼ିଶାରେ ସକ୍ରିୟ କୋରୋନା ରୋଗୀଙ୍କ ସଂଖ୍ୟା ଶହେ ଛୁଇଁଲା
Trending Photos
ଭୁବନେଶ୍ୱର: ରାଜ୍ୟରେ ସର୍ବାଧିକ କୋରୋନା ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲା(ଭୁବନେଶ୍ୱର)ରେ ଚିହ୍ନଟ ହୋଇଥିଲେ । ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୪୭ ରହିଛି । ହେଲେ ଏବେ ଯାଜପୁରରେ ମଧ୍ୟ ଆକ୍ରାନ୍ତଙ୍କ ସଂଖ୍ୟା ୪୭ରେ ପହଞ୍ଚିଛି । ଆଜି ସକାଳୁ ଜିଲ୍ଲାରେ ୫ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଏବେ ପୁଣି ଦୁଇ ଜଣ ଚିହ୍ନଟ ହୋଇଛନ୍ତି । ଉଭୟ ଆକ୍ରାନ୍ତ ବରି ବ୍ଲକର ଏବଂ ସେମାନେ କୋଲକତା ଫେରନ୍ତା । ରାଜ୍ୟ ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି ।
2nd Health Update, 2nd May
Two New Positives in Jajpur
48 yr Male Bari block
55 yr Male Bari blockBoth Kolkata returnees. Both asymptomatic. Both in quarantine)
Contact tracing and follow-up action is being done.
Total Positive Case: 156
— I & PR Department, Odisha (@IPR_Odisha) May 2, 2020
ଏବେ ଯେଉଁ ନୂଆ ୨ ମାମଲା ସାମ୍ନାକୁ ଆସିଛି, ଉଭୟ ଆକ୍ରାନ୍ତ ପୁରୁଷ । ଜଣଙ୍କ ବୟସ ୪୮ ବର୍ଷ ହୋଇଥିବା ବେଳେ ଅନ୍ୟଜଣେ ୫୫ ବର୍ଷୀୟ । ଠିକ୍ ସେମିତି, ଆଜି ସକାଳୁ ଚିହ୍ନଟ ହୋଇଥିବା ୫ ଆକ୍ରାନ୍ତଙ୍କ ମଧ୍ୟରେ ୩ ଜଣ ପୁରୁଷ ଏବଂ ୨ ଜଣ ମହିଳା ରହିଛନ୍ତି । ପୁରୁଷ ଆକ୍ରାନ୍ତଙ୍କ ବୟସ ଯଥାକ୍ରମେ ୨୮, ୫୬ ଓ ୬୩ ହୋଇଥିବା ବେଳେ ମହିଳା ଆକ୍ରାନ୍ତଙ୍କ ବୟସ ୨୪ ଓ ୬୦ ରହିଛି । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି, ଏମାନେ ମଧ୍ୟ ସମସ୍ତ କଲିକତା ଫେରନ୍ତା ବୋଲି ଜଣାପଡ଼ିଥିଲା । ନିକଟ ଅତୀତରେ ଏମାନେ କାହା କାହା ସଂସ୍ପର୍ଶରେ ଆସିଛନ୍ତି, ସେନେଇ ଟ୍ରେସିଂ କରାଯାଉଛି ।
ତେବେ ଖୋର୍ଦ୍ଧା ଓ ଯାଜପୁର ସମେତ ୧୦ ଜିଲ୍ଲାକୁ ରାଜ୍ୟ ସରକାର ରେଡ ଜୋନ ତାଲିକାରେ ରଖିଛନ୍ତି । ସେହିପରି ୫ ଜିଲ୍ଲାକୁ ଅରେଞ୍ଜ ଜୋନରେ ରଖାଯାଇଛି । ଅନ୍ୟ ୧୫ ଜିଲ୍ଲା ଗ୍ରୀନ ଜୋନରେ ରହିଛି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୬ରେ ପହଞ୍ଚିଥିବା ବେଳେ ୫୫ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି । ସେହିପରି ପୂର୍ବରୁ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ଅର୍ଥାତ ଏବେ ୧୦୦ ଜଣ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ଆକ୍ରାନ୍ତଙ୍କ ମଧ୍ୟରେ ୧୧୦ ପୁରୁଷ ଓ ୪୬ ମହିଳା ଅଛନ୍ତି । ୧୫ରୁ ୪୦ ବର୍ଷ ମଧ୍ୟରେ ସର୍ବାଧିକ ୭୭ ଜଣ କୋରୋନା ଆକ୍ରାନ୍ତ ହୋଇଛନ୍ତି ।