ଏଣିକି ବିଦ୍ୟାଳୟରେ ଦୁଇ ଥର ପ୍ରାର୍ଥନା
Advertisement

ଏଣିକି ବିଦ୍ୟାଳୟରେ ଦୁଇ ଥର ପ୍ରାର୍ଥନା

ପରେ ସମଗ୍ର ରାଜ୍ୟରେ ଏହି ବ୍ୟବସ୍ଥା ଆପଣାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।

ଫାଇଲ ଫଟୋ

ଯଯାତି ମହାନ୍ତି, ଭୁବନେଶ୍ୱର: ଏଣିକି ବିଦ୍ୟାଳୟରେ ଦୁଇ ଥର ପ୍ରାର୍ଥନା ହେବ । ବିଦ୍ୟାଳୟ ଯିବା ପରେ ଏବଂ ବିଦ୍ୟାଳୟରୁ ଆସିବା ପୂର୍ବରୁ ଛାତ୍ରଛାତ୍ରୀମାନେ ପ୍ରାର୍ଥନା ଗାଇବେ । ପିଲାମାନଙ୍କୁ ଶୃଙ୍ଖଳିତ କରିବାକୁ ବିଭାଗ ପକ୍ଷରୁ ଏପରି ପ୍ରୟାସ ଆରମ୍ଭ ହୋଇଛି ବୋଲି ବିଭାଗୀୟ ମନ୍ତ୍ରୀ କହିଛନ୍ତି । 

ପୂର୍ବରୁ ମଧ୍ୟ କିଛି ବିଦ୍ୟାଳୟରେ ଏପରି ବ୍ୟବସ୍ଥା ଥିଲା । ହେଲେ ଏବେ ରାଜଧାନୀର ସବୁ ବିଦ୍ୟାଳୟରେ ଦୁଇଥର ପ୍ରାର୍ଥନା ବ୍ୟବସ୍ଥା କରାଯିବ ଏବଂ ପରେ ସମଗ୍ର ରାଜ୍ୟରେ ଏହି ବ୍ୟବସ୍ଥା ଆପଣାଯିବ ବୋଲି ମନ୍ତ୍ରୀ ସମୀର ଦାଶ କହିଛନ୍ତି ।