ଭୁବନେଶ୍ୱର: କୋରୋନା ସ୍ଥିତିକୁ ଦେଖି ରାଜ୍ୟ ଧୀରେଧୀରେ ସ୍ୱାଭାବିକ ହେଉଛି। ଆସନ୍ତା ନଭେମ୍ବର ମାସ ପାଇଁ ରାଜ୍ୟ ସରକାର ଅନଲକ ଗାଇଡ଼ ଲାଇନ ଜାରି କରିଛନ୍ତି। ଗାଇଡ଼ ଲାଇନ ଆସନ୍ତା ୧୬ ତାରିଖରୁ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର।
ଗାଇଡ଼ ଲାଇନ ଅନୁଯାୟୀ
- ଆସନ୍ତା ୧୬ରୁ ସ୍କୁଲ ଖୋଲିବ।
- ଗାଇଡ଼ଲାଇନ ଅନୁଯାୟୀ ନବମରୁ ଦ୍ୱାଦଶ ଶ୍ରେଣୀର ପିଲାମାନେ ସ୍କୁଲ ଆସିପାରିବେ।
- ନବମରୁ ଦ୍ୱାଦଶ ବ୍ୟତୀତ ସବୁ ଶିକ୍ଷାନୁଷ୍ଠାନ ୩୦ ଯାଏଁ ବନ୍ଦ
- ୧୫ ପର୍ଯ୍ୟନ୍ତ ସିନେମା ହଲ୍, ସୁଇମିଂ ପୁଲ୍ ବନ୍ଦ
- କଣ୍ଟେନ୍ମେଣ୍ଟ ଜୋନ୍ରେ ପୂର୍ବଭଳି କଟକଣା ବଳବତ୍ତର ରହିବ।
- ଅବରୋଧ ଅଞ୍ଚଳ ପାଇଁ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନର ନିଷ୍ପତ୍ତି ନେବେ
- ବାହାଘରରେ ସର୍ବାଧିକ୨୦୦ ଲୋକ ଯୋଗ ଦେଇପାରିବେ
- ଅନ୍ତିମ ସଂସ୍କାରରେ ଲୋକଙ୍କ ସଂଖ୍ୟା ସର୍ବାଧିକ ୫୦ ପର୍ଯ୍ୟନ୍ତ ବୃଦ୍ଧି
- ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ
- ସ୍ଥାନୀୟ ପ୍ରଶାସନ ଅନୁମତିରେ ଖୋଲିବ ଧର୍ମାନୁଷ୍ଠାନ
- ପୂଜାର୍ଚ୍ଚନା ପାଇଁ ଅନୁମତିର ଆବଶ୍ୟକ
- ପରିସ୍ଥିତିକୁ ଦେଖି ସ୍ଥାନୀୟ ପ୍ରଶାସନ ଅନୁମତି ଦେଇପାରିବେ
Add Zee News as a Preferred Source