)
ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ଭଳି ମୁନିସିପାଲିଟି ଓ ପଞ୍ଚାୟତ ନିର୍ବାଚନରେ ମଧ୍ୟ ପ୍ରାର୍ଥୀମାନେ ନିଜ ନିଜର ସତ୍ୟପାଠ ଦାଖଲ କରିବେ। ପ୍ରାର୍ଥିମାନଙ୍କର ଆପରାଧୀକ ମାମଲା, ସମ୍ପତି ଓ ଶିକ୍ଷା ଗତ ଯୋଗ୍ୟତା ସମ୍ପର୍କିତ ତଥ୍ୟ ସତ୍ୟ ପାଠରେ ରହିବ। ନାମାଙ୍କନ ଦାଖଲ ବେଳେ ଏହି ସବୁ ତଥ୍ୟ ଦିଆଯିବ।
ଏଣିକି ମୁନିସିପାଲିଟି ଓ ପଞ୍ଚାୟତ ନିର୍ବାଚନରେ ବି ପ୍ରାର୍ଥୀ ବି ସତ୍ୟପାଠ ଦାଖଲ କରିବେ। ଯଦି କୌଣସି ପ୍ରାର୍ଥୀ ମିଥ୍ୟା ତଥ୍ୟ ପ୍ରଦାନ କରିବ ତେବେ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୬ ମାସ ଜେଲ ଦଣ୍ଡ କିମ୍ବା ଫାଇନର ବ୍ୟବସ୍ଥା ରହିଛି। ପୂର୍ବରୁ ସତ୍ୟପାଠ ଦଖଲର ବ୍ୟବସ୍ଥା ଥିଲେ ମଧ୍ୟ ଦଣ୍ଡ ବ୍ୟବସ୍ଥା ନଥିଲା। ନିଜର ସତ୍ୟ ପାଠ ଦାଖଲ ପାଇଁ ବ୍ୟବସ୍ଥା ଥିଲେ ମଧ୍ୟ କୌଣସି ଦଣ୍ଡ ବିଧାନର ବ୍ୟବସ୍ଥା ନଥିଲା। ଏଥିପାଇଁ ପଞ୍ଚାୟତିରାଜ ଆଇନରେ ସଂଶୋଧନ କରିବାକୁ ପଡିବ।
ପଞ୍ଚାୟତିରାଜ ଆଇନରେ ସଂଶୋଧନ ସମ୍ପର୍କିତ ଗ୍ୟାଜେଟ ବିଜ୍ଞପ୍ତି ରାଜ୍ୟ ସରକାର ପ୍ରକାଶ କରିଛନ୍ତି। ସରପଞ୍ଚ, ସମିତି ସଭ୍ୟ, ଜିଲ୍ଲା ପରିଷଦ ସଦସ୍ୟଙ୍କ ପାଇଁ ନିୟମ ଲାଗୁ ହେବ। ତେବେ ବିଜ୍ଞପ୍ତି ଅନୁସାରେ ଏଣିକି ବିପର୍ଯ୍ୟୟ ପରିଚାଳନାରେ ପଞ୍ଚାୟତିରାଜ ପ୍ରତିନିଧିଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ହେବ। ବିପର୍ଯ୍ୟୟ ପରିଚାଳନା ସମୟରେ ତାଙ୍କୁ କ୍ଷମତା ପ୍ରଦାନ କରିବା ନେଇ ଏହି ଗ୍ୟାଜେଟ ବିନଜ୍ଞପ୍ତି ରହିଛି।