Aklanta Das Passed Away: ମିହିର ଦାସଙ୍କ ସାନପୁଅ ଅକ୍ଳାନ୍ତଙ୍କ ଅକାଳ ବିୟୋଗ
Aklanta Das Passed Away News: ବଡ଼ ଭାଇ ଅମ୍ଳାନ ଓ ଅକ୍ଲାନ୍ତଙ୍କୁ ଛାଡି ୨୦୨୧ ମସିହାରେ ଦୁନିଆରୁ ବିଦାୟ ନେଇଥିଲେ ମିହିର ଦାସ। ଏହା ପୂର୍ବରୁ ୨୦୧୦ରେ ମିହିର ଦାସଙ୍କ ପତ୍ନୀ ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗୀତା ଦାସ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ।
Trending Photos

Aklanta Das Passed Away: ଆରପାରିରେ ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ଦାସ । ଗତକାଲି ବିଳମ୍ୱିତ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି ଅକ୍ଲାନ୍ତ । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର ୨୬ ବର୍ଷ ବୟସ ହୋଇଥିଲା । ଲିଭର ଜନିତ ସମସ୍ୟାରେ ଦୀର୍ଘ ମାସେ ହେବ ଚିକିତ୍ସାଧୀନ ଥିଲେ ଅକ୍ଲାନ୍ତ । ଗତ ଏକ ମାସ ଧରି ତାଙ୍କର ବୃକକ ଜନିତ ସମସ୍ଯା ଥିବାରୁ ଚିକିତ୍ସା ଚାଲିଥିଲା । ଆଜି କଟକ ସତୀ ଚଉରାରେ ତାଙ୍କର ଅନ୍ତିମ ସଂସ୍କାର ଶେଷ ହୋଇଛି ।
ମିହିର ଦାସଙ୍କ ସାନ ପୁଅ ଅକ୍ଲାନ୍ତ ବାପା ମିହିର ଦାସଙ୍କ ଅତି ନିଜର ଥଲେ। ୨୦୨୧ରେ ମିହିର ଦାସଙ୍କ ମୃତ୍ୟୁ ପରେ ତାଙ୍କ ଦଶାହ କାମ କରିବାକୁ ସୁଯୋଗ ପାଇଥିବାରୁ ନିଜକୁ ଧନ୍ୟ ମନେ କରୁଛି ବୋଲି ମଧ୍ୟ କହିଥିଲେ ଅକ୍ଲାନ୍ତ। ଜଣେ ପିତା ଅପେକ୍ଷା ଅକ୍ଲାନ୍ତ ବାପାଙ୍କୁ ଅଭିନେତା ହିସାବରେ ଆଦର୍ଶ ବୋଲି ମନେ କରୁଥିଲେ।
ବଡ଼ ଭାଇ ଅମ୍ଳାନ ଓ ଅକ୍ଲାନ୍ତଙ୍କୁ ଛାଡି ୨୦୨୧ ମସିହାରେ ଦୁନିଆରୁ ବିଦାୟ ନେଇଥିଲେ ମିହିର ଦାସ। ଏହା ପୂର୍ବରୁ ୨୦୧୦ରେ ମିହିର ଦାସଙ୍କ ପତ୍ନୀ ଗାୟିକା ତଥା ଚଳଚ୍ଚିତ୍ର କଳାକାର ସଙ୍ଗୀତା ଦାସ ହୃଦଘାତରେ ମୃତ୍ୟୁ ବରଣ କରିଥିଲେ। ବାପାଙ୍କ ମୃତ୍ୟୁ ପରେ ଭାଙ୍ଗି ପଡି଼ଥିଲେ ସାନପୁଅ ଅକ୍ଲାନ୍ତ। କୁହାଯାଉଛି ଅନେକ ସମୟରେ ଡି଼ପ୍ରେସନରେ ରହୁଥିଲେ ଅକ୍ଲାନ୍ତ । ୧୯୯୬ ମସିହା ଅଗଷ୍ଟ ୧୮ରେ ଜନ୍ମଗ୍ରହଣ କରିଥିଲେ ଅକ୍ଳାନ୍ତ ଦାସ। ସାନଭାଇର ମୃତ୍ୟୁ ପରେ ଏବେ ପୁରା ଏକା ହୋଇଯାଇଛନ୍ତି ଅଭିନେତା ଅମ୍ଳାନ ।
More Stories