close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ପ୍ରକାଶ ପାଇଲା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ, ବଢ଼ିଛି ମହିଳାଙ୍କ ଉପରେ ଅତ୍ୟାଚାର ହାର

ପ୍ରକାଶ ପାଇଲା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ରିପୋର୍ଟ

ପ୍ରକାଶ ପାଇଲା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ, ବଢ଼ିଛି ମହିଳାଙ୍କ ଉପରେ ଅତ୍ୟାଚାର ହାର

ଭୁବନେଶ୍ୱର: ପ୍ରକାଶ ପାଇଲା ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋର ରିପୋର୍ଟ ୨୦୧୭ । ରିପୋର୍ଟ ଅନୁସାରେ ରାଜ୍ୟରେ ମହିଳାଙ୍କ ମାମଲା ସଂଖ୍ୟା ବୃଦ୍ଧି ପାଇଛି । ୨୦୧୫ ତୁଳାନାରେ ଯଥେଷ୍ଟ ଅଧିକ ସଂଖ୍ୟାରେ ମହିଳାଙ୍କ ଉପରେ ଅତ୍ୟାଚାର ହୋଇଥିବା ଦେଖା ଯାଇଛି । ତେବେ ଏନସିଆରବି ରେକର୍ଡକୁ ନେଇ ଦେଖା ଦେଇଛି ରାଜନୀତି । ରାଜ୍ୟ ସରକାରଙ୍କୁ ବିରୋଧୀ କରିଛନ୍ତି ଟାର୍ଗେଟ। ରାଜ୍ୟ ସରକାର ମହିଳାଙ୍କୁ ସୁରକ୍ଷା ଦେବାରେ ବିଫଳ ବୋଲି ସିଧାସଳଖ ସରକାରଙ୍କୁ ନିଶାନା କରିଛନ୍ତି।ଏହାକୁ ନେଇ ଗୃହ ରାଷ୍ଟ୍ରମନ୍ତ୍ରୀ ରଖିଛନ୍ତି ପ୍ରତିକ୍ରିୟା । ମହିଳାଙ୍କୁ ସୁରକ୍ଷା ଦେବା ନେଇ ସମସ୍ତ କାର୍ଯ୍ୟ କରୁଛନ୍ତି ରାଜ୍ୟ ସରକାର ।

 ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାର ନେଇ ୨୦୧୫ରେ ୧୭ ହଜାର ୨ ଶହ ମାମଲା ରୁଜୁ ହୋଇଥିବା ବେଳେ ୨୦୧୭ରେ ଏହି ମାମଲା ସଂଖ୍ୟା ରହିଛି ୨୦ ହଜାର ୯୮ ରହିଛି । ରାଜ୍ୟରେ ବଢିଥିବା ମହିଳା ସଂପର୍କିତ ମାମଲା ସାରା ଦେଶର ମାମଲାର ୫.୬ ପ୍ରତିଶତ । ମହିଳାଙ୍କ ଉପରେ ହୋଇଥିବା ଅତ୍ୟାଚାର ମାମଲାରେ ଓଡିଶା ତୃତୀୟ ସ୍ଥାନରେ ରହିଛି ।

 ସେହିପରି ୨୦୧୭ରେ ୨୦୭୦ ଜଣ ମହିଳାଙ୍କୁ ଦୁଷ୍କର୍ମ ହୋଇଛି । ଦୁଷ୍କର୍ମ ମାମଲାରେ ଓଡ଼ିଶା ରହିଛି ପଞ୍ଚମ ସ୍ଥାନରେ । ଏନସିଆରବି ରିପୋର୍ଟ ପ୍ରକାଶ ପାଇବା ପରେ ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟ ସରକାର । 

ବିରୋଧୀଙ୍କ ନିଶାନାକୁ ନେଇ ଜବାବ ରଖଇଛନ୍ତି ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ । ମହିଳାଙ୍କ ସୁରକ୍ଷାକୁ ନେଇ ରାଜ୍ୟ ସରକାର ଅନେକ ପଦକ୍ଷେପ ନେଉଥିବା ବେଳେ ଏ ସଂପର୍କିତ ମାମଲା ସଂଖ୍ୟା ହ୍ରାସ କରିବା ପାଇଁ ସମସ୍ତ ପ୍ରକାର ପ୍ରଚେଷ୍ଟା ଚାଲିଥିବା କହିଛନ୍ତି । କେବଳ ଦୁଷ୍କର୍ମ କିମ୍ବା ଅସଦାଚରଣ ମାମଲା ନୁହେଁ ବଂର ଯୌତୁକ ଜନିତ ହତ୍ୟା ମାମଲା ମଧ୍ୟ ରାଜ୍ୟରେ ବୃଦ୍ଧି ପାଇଥିବା ଏହି ରିପୋର୍ଟରେ ପ୍ରକାଶ ପାଇଛି ।