Weather Update: ଆଗକୁ ଆସୁଛି ହ୍ୟାଟ୍ରିକ ଲଘୁଚାପ
X

Weather Update: ଆଗକୁ ଆସୁଛି ହ୍ୟାଟ୍ରିକ ଲଘୁଚାପ

ଚଳିତ  ମାସରେ ତିନି ତିନିଟି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ରହିଥିବା ନେଇ ଆକଳନ କରିଛନ୍ତି ପାଣିପାଗ ବିଶେଷଜ୍ଞ।

Weather Update: ଆଗକୁ ଆସୁଛି ହ୍ୟାଟ୍ରିକ ଲଘୁଚାପ

ଭୁବନେଶ୍ୱର: ବୋଝ ଉପରେ ନଳିତା ବିଡା। ପୁଣି ଆସୁଛି ଆଉ ଏକ ଲଘୁଚାପ। ଆହୁରି ବର୍ଷିବ। ବଙ୍ଗୋପ ସାଗରର ବିଭିନ୍ନ ସ୍ଥାନରେ ଆସନ୍ତା ୧୮,୨୩, ୨୮ ତାରିଖରେ ତିନି ତିନିଟି ଲଘୁଚାପ ଘନୀଭୂତ ହେବାର ସମ୍ଭାବନା ନେଇ ପାଣିପାଗ ବିଶେଷଜ୍ଞ ଆକଳନ କରିଛନ୍ତି। ଏହା ମଧ୍ୟରୁ ୧୮ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ୧୯-୨୧ ତାରିଖ ପର୍ଯ୍ୟନ୍ତ ଭାରି ବର୍ଷା ହେବାର ସମ୍ଭାବନା ରହିଛି।

ଏହା ସହ ୨୩ ତାରିଖରେ ହେବାକୁ ଥିବା ସମ୍ଭାବ୍ୟ ଲଘୁଚାପ ଦ୍ବାରା ବିଶେଷ ପ୍ରଭାବ ନଥିବା ବେଳେ ମାସ ଶେଷ ଆଡକୁ ଆସିବାକୁ ଥିବା ଲଘୁଚାପ ଏବେ ଆକଳନ ସ୍ତରରେ ରହିଛି। ହେଲେ ଏହାର ପ୍ରଭାବରେ ବାତ୍ୟା ହେବା ନେଇ ହେଉଥିବା ଚର୍ଚ୍ଚାକୁ ଖଣ୍ଡନ କରିଛନ୍ତି ପାଣିପାଗ ବିଶେଷଜ୍ଞ। ସେପଟେ ପାଣିପାଗ ବିଜ୍ଞାନ କେନ୍ଦ୍ର ଆକଳନ ମୁତାବକ ପୂର୍ବ କେନ୍ଦ୍ରୀୟ ବଙ୍ଗୋପସାଗ ଏବଂ ଏହାର ଆଖପାଖ ମିଆଁମାର ଅଞ୍ଚଳରେ ଏକ ଘୂର୍ଣ୍ଣୀବଳୟ ସୃଷ୍ଟି ହୋଇଛି।

Also Read: ଆଗକୁ ଆସୁଛି ଲଘୁଚାପ; ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ-ୟେଲୋ ୱାର୍ଣ୍ଣିଂ ଜାରି

ଯାହା ୧୮ ତାରିଖ ସୁଦ୍ଧା ଉତ୍ତର ଓଡିଶା (Nothern Odisha), ପଶ୍ଚିମବଙ୍ଗ ଉପକୂଳରେ (West Bengal Coast) ପହଞ୍ଚିବ। ଯାହାର ପ୍ରଭାବରେ ରାଜ୍ୟରେ ୧୮ ତାରିଖରୁ ଧିରେ ଧିରେ ପାଗରେ ପରିବର୍ତ୍ତନ ହୋଇ ବିଶେଷ କରି ଉତ୍ତର ଓଡିଶାର ୩ ଜିଲ୍ଲାରେ ଭାରୀ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ କେନ୍ଦ୍ର। ଆସନ୍ତା ୨ ଦିନ ପର୍ଯ୍ୟନ୍ତ ପ୍ରବଳ ବର୍ଷା ହେବା ନେଇ କୌଣସି ସମ୍ଭାବନା ନଥିବା ବେଳେ କାଁ ଭାଁ ହାଲୁକାରୁ ମଧ୍ୟମ ଧରଣର ବର୍ଷା (Light to Moderate Rainafall) ହୋଇପାରେ।  

Trending news