• ନିର୍ବାଚନୀ ପଶାପାଲିରେ ଗେମ ଚେଞ୍ଜର ବେଣୁ !
  • ବାଲେଶ୍ୱର ଉପନିର୍ବାଚନ: ସ୍ୱାଧୀନ ପ୍ରାର୍ଥୀ ବେଣୁଧର ବାରିକଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇବେ ରାଣୀ ପଣ୍ଡା
  • ଆଜି IPLରେ ଦୁଇଟି ମ୍ୟାଚ ଖେଳାଯିବ
  • IPL 2020: ଅପରାହ୍ଣ ସାଢେ ୩ଟାରେ ଦିଲ୍ଲୀ ଓ କୋଲକାତା ମଧ୍ୟରେ ପ୍ରଥମ ମ୍ୟାଚ ଖେଳାଯିବ
  • IPL 2020: ସନ୍ଧ୍ୟା ସାଢେ ୭ଟାରେ ପଞ୍ଜାବ ହାଇଦ୍ରାବାଦ ମୁହାଁମୁହିଁ ହେବେ
  • କୋରୋନାକୁ ନେଇ ଚେତାବନୀ ଜାରି କଲା WHO
  • କାମାକ୍ଷାନଗର-ପଶ୍ଚିମାଞ୍ଚଳ ରେଞ୍ଜ ସୋଗର ଗ୍ରାମରେ ୨୨ଟିକିଆ ହାତୀ ପଲ, ବ୍ୟାପକ ଫସଲ ନଷ୍ଟ ଅଭିଯୋଗ

ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ୧୦ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା

ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେହାଲ ହେଲେ ରାଜ୍ୟବାସୀ ।  ପ୍ରବଳ ବର୍ଷା ଯୋଗୁଁ ବହୁ ଜିଲ୍ଲା ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ଗତକାଲି(ଗୁରୁବାର)  ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହୋଇଥିଲା । ଏହାସହ ଶୁକ୍ରବାର ଓ ଶନିବାର ୨ଦିନ ଅନେକ ସ୍ଥାନରେ ବର୍ଷାର ପରିମାଣ ବଢିବାର ସୂଚନା ରହିଛି ।  

ଲଗାଣ ବର୍ଷାରେ ବେହାଲ ଓଡ଼ିଶା, ୧୦ଟି ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା
ଫଟୋ ସୌଜନ୍ୟ: ସୋସିଆଲ ମିଡିଆ

ଭୁବନେଶ୍ୱର: ଲଘୁଚାପ ଜନିତ ଲଗାଣ ବର୍ଷା ଯୋଗୁଁ ବେହାଲ ହେଲେ ରାଜ୍ୟବାସୀ ।  ପ୍ରବଳ ବର୍ଷା ଯୋଗୁଁ ବହୁ ଜିଲ୍ଲା ଏବେ ଜଳବନ୍ଦୀ ଅବସ୍ଥାରେ ରହିଛି । ଗତକାଲି(ଗୁରୁବାର)  ପୁରୀ, ଗଞ୍ଜାମ, ଖୋର୍ଦ୍ଧା, ଗଜପତି, ଜଗତସିଂହପୁର ଏବଂ କେନ୍ଦ୍ରାପଡାରେ ପ୍ରବଳ ବର୍ଷା ହୋଇଥିଲା । ଏହାସହ ଶୁକ୍ରବାର ଓ ଶନିବାର ୨ଦିନ ଅନେକ ସ୍ଥାନରେ ବର୍ଷାର ପରିମାଣ ବଢିବାର ସୂଚନା ରହିଛି ।  

ଅନ୍ୟପକ୍ଷେ ଢେଙ୍କାନାଳ, କେନ୍ଦୁଝର, କଟକ, ଖୋର୍ଦ୍ଧା ଏବଂ ପୁରୀରେ ପାଣିପାଗ ବିଭାଗ ପକ୍ଷରୁ ରେଡ ୱାର୍ଣ୍ଣିଂ ଜାରି କରାଯାଇଛି ।  ଏହାସହ ଅନ୍ୟାନ୍ୟ ୧୦ଟି ଜିଲ୍ଲାରେ ଅରେଞ୍ଜ ଓ ୫ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ସେପଟେ ଏଭଳି ପରିସ୍ଥିତିର ମୁକାବିଲା ପାଇଁ ସମସ୍ତ ଜିଲ୍ଲାର ଜିଲ୍ଲାପାଳଙ୍କୁ ଆଲର୍ଟ ରହିବା ପାଇଁ କୁହାଯାଇଛି । ,

ଲଗାଣ ବର୍ଷା ଲାଗି ରହିବା ଯୋଗୁଁ ଶୁକ୍ରବାର ୧୦ଟି ଜିଲ୍ଲାର ସମସ୍ତ ସ୍କୁଲ ଓ ଅଙ୍ଗନୱାଡି କେନ୍ଦ୍ରକୁ ଛୁଟି ଘୋଷଣା କରାଯାଇଛି । ବର୍ଷା ଯୋଗୁଁ କେନ୍ଦ୍ରାପଡା, ଜଗତସିଂହପୁର, କେନ୍ଦୁଝର, ଭଦ୍ରକ, ବାଲେଶ୍ୱର, ଢ଼େଙ୍କାନାଳ, ଗଞ୍ଜାମ, ପୁରୀ, ଖୋର୍ଦ୍ଧା ଓ ଯାଜପୁର ଜିଲ୍ଳାର ସମସ୍ତ ବିଦ୍ୟାଳୟ ଓ ଅଙ୍ଗନୱାଡି କେନ୍ଦ୍ରଗୁଡିକ ଛୁଟି ରହିବ ବୋଲି  ଜିଲ୍ଲା ପ୍ରଶାସନ ତରଫରୁ ଘୋଷଣା କରାଯାଇଛି ।  ଗତକାଲି ପ୍ରବଳ ବର୍ଷା ଯୋଗୁଁ କଟକ, କେନ୍ଦ୍ରାପଡା. ଢ଼େଙ୍କାନାଳ, ପୁରୀ, ଯାଜପୁର, ଭଦ୍ରକ, ଗଞ୍ଜାମ ଓ ଗଜପତି ଜିଲ୍ଲାର ସ୍କୁଲ ଓ ଅଙ୍ଗନୱାଡି ଗୁଡିକ ଛୁଟି ଘୋଷଣା କରାଯାଇଥିଲା ।

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଲଗାଣ ବର୍ଷା ଫଳରେ ଜନଜୀବନ ପ୍ରଭାବିତ ହୋଇଛି । ଏଭଳି ସ୍ଥିତି ଆହୁରି ୨୪ ଘଣ୍ଟା ଯାଏଁ ଲାଗି ରହିବ ବୋଲି ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । 

ଅନ୍ୟପଟେ ବିଭିନ୍ନ ଜିଲ୍ଲା ଉପରେ ଏହାର ପ୍ରଭାବ ପଡିଛି । ପ୍ରବଳ ବର୍ଷାରେ ସାରା ବାଲେଶ୍ୱର ବେହାଲ । ରାସ୍ତାରୁ ମେଡିକାଲ ଯାଏ, ସବୁଠି ପାଣି ଜମି ଯାଇଛି ।  ଡ୍ରେନେଜ ସଫେଇ ଅଭାବରୁ ରାସ୍ତାରେ ଆଣ୍ଠୁଏ ଆଣ୍ଠୁଏ ପାଣି ଜମି ରହିଛି ।  ଜିଲ୍ଲାର ନୂଆ ସାହି ସିଟି କ୍ଲିନିକ ଛକରେ ରାସ୍ତା ଉପରେ ଆଣ୍ଠୁଏ ପାଣି ଲହଡ଼ି ଖେଳୁଛି ଯାହାକୁ ନେଇ ଅସନ୍ତୋଷ ଦେଖାଦେଇଛି ।  

ସେହିଭଳି ବାଲେଶ୍ୱର ଫକୀର ମୋହନ ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ମଧ୍ୟ ବର୍ଷା ବିତ୍ପାତ ଦେଖିବାକୁ ମିଳିଛି । ମେଡିକାଲର ସର୍ଜରୀ ୱାର୍ଡରେ ରାତିରେ ପାଣି ପଶି ଯିବା ସହିତ ବାରଣ୍ଡାରେ  ପାଣି ଜମି ଯାଇଥିବା ଫଳରେ ରୋଗୀ ଓ ସମ୍ପର୍କୀୟ ନାହିଁ ନଥିବା ହଇରାଣ ହେଉଛନ୍ତି ।

ସେହିଭଳି ଆଳି  ଗଣେଶ୍ୱରପୁର ନୂଆସାହି ଗାଁରେ ଅଭାବନୀୟ ଘଟଣା ଘଟିଛି ।  ଲଗାଣ ବର୍ଷା ଯୋଗୁ ଘରର କାନ୍ଥ ଭୁଶୁଡ଼ି ଯାଇଛି । ଫଳରେ ସ୍ୱାମୀଙ୍କ ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଆହତ ହୋଇଛନ୍ତି ।  ଆହତ ମହିଳାଙ୍କୁ ଆଳି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି ।  ମୃତକଙ୍କ ନାଁ କୈଳାଶ ସାମଲ ବୋଲି ଜଣାପଡିଛି ।  

ସେପଟେ ଜଳେଶ୍ୱରରେ ମଧ୍ୟ ପ୍ରବଳ ବର୍ଷା ଯୋଗୁଁ ଭଦୁଆ ଗାଁରେ  କାନ୍ଥ ଭୁଶୁଡିବା ଯୋଗୁଁ ଗୋଟିଏ ପରିବାରର ଜଣଙ୍କ ମୃତ୍ୟୁ ହୋଇଥିବା ବେଲେ ୨ ଜଣ ଗୁରୁତର ଆହତ ହୋଇଛନ୍ତି ।   ରବୀନ୍ଦ୍ର ବାରିକଙ୍କ ମୃତ୍ୟୁ ହୋଇଥିବା ବେଲେ ସ୍ତ୍ରୀ ସୁମିତ୍ରା ଓ  ଝିଅ ଶୁଭଲକ୍ଷ୍ମୀ ଗୁରୁତର ଅବସ୍ଥାରେ ହାତୀଗଡ଼ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି ।