ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ମମତା ବାନାର୍ଜୀ ବିମାନବନ୍ଦରରୁ ସିଧା ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ସୂଚନା ଅନୁଯାୟୀ, ମମତା ବାନାର୍ଜୀ ଇଷ୍ଟର୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।

ଓଡ଼ିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡିଶା ଗସ୍ତରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ  । ଆଜି ଅର୍ଥାତ ମଙ୍ଗଳବାର ଭୁବନେଶ୍ୱରରେ ଆସି ପହଞ୍ଚିଛନ୍ତି ସେ । ଭୁବନେଶ୍ୱର ବିମାନ ବନ୍ଦରରେ ରାତି ପ୍ରାୟ ନଅଟାରେ ପହଞ୍ଚିଛନ୍ତି । ପରେ ତାଙ୍କୁ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ, ଗୃହ ସଚିବ ସଂଜୀବ ଚୋପ୍ରା ଏବଂ ପୋଲିସ କମିଶନର ପ୍ରମୁଖ ସ୍ୱାଗତ କରିଛନ୍ତି।

ମମତା ବାନାର୍ଜୀ ବିମାନବନ୍ଦରରୁ ସିଧା ପୁରୀ ଅଭିମୁଖେ ଯାତ୍ରା କରିଛନ୍ତି । ସୂଚନା ଅନୁଯାୟୀ, ମମତା ବାନାର୍ଜୀ ଇଷ୍ଟର୍ଣ ଜୋନାଲ କାଉନସିଲ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି ।