Advertisement
Article Detail0/zeeodisha/odisha698700
Zee OdishaBhubneshwarଆଜି କଣ କହିଲେ ସୁର ରାଉତରାୟ ?

ଆଜି କ'ଣ କହିଲେ ସୁର ରାଉତରାୟ ?

ରଥଯାତ୍ରା ନ କରିବାକୁ ଷଡ଼ଯନ୍ତ୍ର ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । 

ଫାଇଲ ଫଟୋ
ଫାଇଲ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: ରଥଯାତ୍ରା ବନ୍ଦ ହେବା ନିଷ୍ପତ୍ତିକୁ ସହଜରେ ଗ୍ରହଣ କରିପାରୁନାହାଁନ୍ତି କଂଗ୍ରେସ ବିଧାୟକ ସୁର ରାଉତରାୟ । ଗତକାଲି ଭୋ ଭୋ କାନ୍ଦି ପକାଇଥିବା ସୁର ଆଜି ପୁଣିଥରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସରକାର ସୁପ୍ରିମକୋର୍ଟରେ ପ୍ରକୃତ ତଥ୍ୟ ଓ କମିଟିର ପ୍ରସ୍ତାବକୁ ଉପସ୍ଥାପିତ କଲେ ନାହିଁ । ରଥଯାତ୍ରା ନ କରିବାକୁ ଷଡ଼ଯନ୍ତ୍ର ହୋଇଛି ବୋଲି ସେ ଅଭିଯୋଗ କରିଛନ୍ତି । 

ବିଧାୟକ ସୁର ରାଉତରାୟଙ୍କ କହିବା କଥା ଏହା ଯେ, ରଥ ନିର୍ମାଣଠୁ ଆରମ୍ଭ କରି ସ୍ନାନଯାତ୍ରା ପର୍ଯ୍ୟନ୍ତ ସବୁ ହେଲା । ବନ୍ଦେ ଉତ୍କଳ ଜନନୀ ବି ବଡ଼ଦାଣ୍ଡରେ ଗାନ କରାଗଲା । ହେଲେ ରଥ କଲେ ନାହିଁ । କୋର୍ଟରେ ରଥ ନ ହେବା ଲାଗି ତଥ୍ୟ ଉପସ୍ଥାପନ କଲେ । ଏହା ନିନ୍ଦନୀୟ ଘଟଣା । ଆଉ ଥରେ କୋର୍ଟରେ ତଥ୍ୟ ଉପସ୍ଥାପନ କରି ରଥଯାତ୍ରା କରାନ୍ତୁ ବୋଲି କହିଛନ୍ତି ସୁର ରାଉତରାୟ ।

Add Zee News as a Preferred Source
About the Author