ଡିସେମ୍ବରରେ ୩ ୟୁକେ ଫେରନ୍ତାଙ୍କ ଠାରେ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ସେମାନେ ଆରୋଗ୍ୟ ହୋଇଥିଲେ ମଧ୍ୟ କାହାକୁ ସଂକ୍ରମିତ କରି ନାହାଁନ୍ତି ।
Trending Photos
)
ଭୁବନେଶ୍ବର: କୋରୋନା ମହାମାରୀ ପୁଣି ଥରେ ତାର ପ୍ରକୋପ ଦେଖାଇଛି । ଧିରେ ଧିରେ କୋରୋନା ସଂକ୍ରମଣ ପ୍ରତିଟି ରାଜ୍ୟରେ ବଢିବାରେ ଲାଗିଛି । ଆଜି ରାଜ୍ୟରେ ୨୪ ଘଣ୍ଟାରେ ୨୧୪ କୋରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେପଟେ ଡିସେମ୍ବରରେ ୩ ୟୁକେ ଫେରନ୍ତାଙ୍କ ଠାରେ ଷ୍ଟ୍ରେନ୍ ଚିହ୍ନଟ ହୋଇଥିଲା । ଚିହ୍ନଟ ହୋଇଥିବା ୩ ୟୁକେ ଷ୍ଟ୍ରେନ ଆକ୍ରାନ୍ତ ସୁସ୍ଥ ହୋଇ ସାରିଛନ୍ତି । ସେମାନେ ଆରୋଗ୍ୟ ହୋଇଥିଲେ ମଧ୍ୟ କାହାକୁ ସଂକ୍ରମିତ କରି ନାହାଁନ୍ତି ।
ଦେଶର ୧୦ ଟି ଅନୁଷ୍ଠାନ ଜେନମ୍ ସିକ୍ୱେନ୍ସିଂ କରୁଥିଲେ । ଓଡିଶାକୁ ୩ ଜଣ ୟୁକେ ଫେରନ୍ତା ଆସିଥିଲେ । ସେମାନଙ୍କ ଠାରେ ୟୁକେ ଷ୍ଟ୍ରେନ ଦେଖାଯାଇଥିଲା । ଡିସେମ୍ବର ମାସରେ ଚିହ୍ନଟ ହୋଇଥିଲେ । ସେମାନେ ଏବେ ଆରୋଗ୍ୟ ହୋଇସାରିଛନ୍ତି । ଆଉ କାହାକୁ ସଂକ୍ରମିତ କରି ନାହାଁନ୍ତି। ଓଡ଼ିଶା ସୁରକ୍ଷିତ ଅଛି । ୨୨୦ଟି ସାମ୍ପୁଲ ଆଇଏଲଏସରେ ଟେଷ୍ଟ କରଯାଇଥିଲା । ଜାନୁଆରୀ ଓ ଫେବୃଆରୀ ର Genom sequence NIV ଯାଇଛି। ଦୁଇ ଦିନରେ ରିପୋର୍ଟ ଆସିବ।
Also Read: Lockdownକୁ ବର୍ଷେ: କେତେ ସଫଳ କେତେ ବିଫଳ ?
N440K ଆସିଛି, ହେଲେ ସେତେ ମାରାତ୍ମକ ନୁହେଁ । ଏହି ୩ଟି ଷ୍ଟ୍ରେନ ମଧ୍ୟ ଅଧିକ ସଂକ୍ରାମକ ନୁହେଁ । ମହାରାଷ୍ଟ୍ର ଓ ପଞ୍ଜାବରେ ଦେଖାଯାଉଥିବା ଷ୍ଟ୍ରେନର ସଂକ୍ରମଣ ହାର ଯଥେଷ୍ଟ ଅଧିକ । ପୁନଃ ସଂକ୍ରମଣ ହାର ବଢ଼ିଛି । ୧.୧ ରୁ ୧.୭ ହୋଇ ଯାଇଛି । କିନ୍ତୁ ଏହା ଏତେଟା ମାରାତ୍ମକ ନୁହେଁ । ଜୀବନ ହାନୀର ସେତେଟା ନଜିର ଆସିନାହିଁ । ପଞ୍ଜାବରେ ୮୦ ପ୍ରତିଶତ UK ଭେରିଏଣ୍ଟ । କିନ୍ତୁ ଓଡ଼ିଶାରେ ପରିସ୍ଥିତି ଠିକ୍ ଅଛି । ତଥାପି ହୋଲି ଭଳି ପର୍ବପର୍ବାଣୀରେ ସତର୍କ ରହିବାକୁ ପଡ଼ିବ । ହେଲେ ଓଡ଼ିଶାକୁ ସେ ସ୍ଥିତି ଆସି ନାହିଁ। ତେବେ ଲୋକ ଅମାନିଆ ଅଛନ୍ତି ବୋଲି କହିଛନ୍ତି ILS ନିର୍ଦ୍ଦେଶକ ଅଜୟ ପରିଡ଼ା ।
Also Read: ୫ ମାସ ପରେ ଦେଶରେ ରେକର୍ଡ ସଂଖ୍ୟକ କୋରୋନା ସଂକ୍ରମିତ ଚିହ୍ନଟ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...
ତେବେ କୋରୋନାକୁ ନିୟନ୍ତ୍ରଣ କରିବାକୁ ହେଲେ ମାଇକ୍ରୋ କଣ୍ଟେନମେଣ୍ଟ ଜୋନ କରି ନିୟନ୍ତ୍ରଣ କରାଯାଇପାରିବ । କେଉଁ ମ୍ୟୁଟେସନ ଅଧିକ ସଂକ୍ରାମକ ତାହା ଅଧ୍ୟୟନ କଲେ ଜଣାପଡ଼ିବ । ଆଉ ଏକ ସପ୍ତାହ ଭିତରେ ILS ରେ ଆଉ ୩୨୦ଟି ସାମ୍ପୁଲ ଟେଷ୍ଟ କରାଯିବ। ବର୍ତ୍ତମାନ ଓଡ଼ିଶାର ବିଭିନ୍ନ ଜିଲ୍ଲାରେ ଚିହ୍ନଟ ହେଉଥିବା ନମୁନାରୁ ସେତେଟା ଭୟାନକ ସ୍ଥିତି ନଥିବା ଜଣାପଡ଼ିଛି। ଆମେ ନୂଆପଡା, କନ୍ଧମାଳ ଓ କଳାହାଣ୍ଡିର ନମୁନା ପରୀକ୍ଷା କରୁଛୁ । ଦୈନିକ ୧୦ ହଜାର ୫୦୦ RTPCR ଟେଷ୍ଟ ହେଉଛି ବୋଲି କହିଛନ୍ତି ILS ନିର୍ଦ୍ଦେଶକ ।