• हिन्दी
  • English
  • मराठी
  • বাংলা
  • தமிழ்
  • മലയാളം
  • ગુજરાતી
  • తెలుగు
  • ಕನ್ನಡ
  • ଓଡ଼ିଶା
  • सलाम
  • PHH
  • THS
  • Business
  • Techlusive
  • WION
  • facebookyoutubetwitterwhatsapp
Zee Odisha News
  • News
  • Video
  • Photos
  • Live Blog
Add Zee Business As A Preferred Source
App
  • LIVE टीवी
  • ହୋମ୍
  • ରାଜନୀତି
  • ରଥଯାତ୍ରା
  • ଭିଡ଼ିଓ
  • ଫଟୋ ଗ୍ୟାଲେରୀ
  • ରାଜ୍ୟ ଖବର
  • କ୍ରୀଡ଼ା
  • ଟ୍ରେଣ୍ଡିଙ୍ଗ୍
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
  • ଦେଶ-ବିଦେଶ
  • ଶିକ୍ଷା ଓ ନିଯୁକ୍ତି
  • ଓଡ଼ିଶା ନ୍ୟୁଜ
  • /Bhubneshwar
  • /ସରପଞ୍ଚ ଭୁଲିଗଲେ ନିଜ ଦାୟିତ୍ୱ, ଥାନାରେ ରାତି ବିତାଇଲେ ପରିବାର ଲୋକେ

ସରପଞ୍ଚ ଭୁଲିଗଲେ ନିଜ ଦାୟିତ୍ୱ, ଥାନାରେ ରାତି ବିତାଇଲେ ପରିବାର ଲୋକେ

ରାଜଧାନୀରେ ହନ୍ତସନ୍ତ ଡାକ୍ତର ପରିବାର

Edited ByZee Odisha Desk
Published: May 09, 2020, 07:44 PM IST|Updated: May 09, 2020, 07:44 PM IST
joinshare
ସରପଞ୍ଚ ଭୁଲିଗଲେ ନିଜ ଦାୟିତ୍ୱ, ଥାନାରେ ରାତି ବିତାଇଲେ ପରିବାର ଲୋକେ

About the Author

    Zee Odisha Desk

    Zee Odisha Desk

    Trending

    • News
    • Photos
    • Videos
    କଳାହାଣ୍ଡିରେ ବିଶ୍ୱ ଜନଜାତି ଦିବସ ପାଳନ

    କଳାହାଣ୍ଡିରେ ବିଶ୍ୱ ଜନଜାତି ଦିବସ ପାଳନ

    2

    ଡିଜିପି ନିଯୁକ୍ତି ସମ୍ପର୍କରେ ସୁପ୍ରିମକୋର୍ଟ ନିର୍ଦ୍ଦେଶ, ବର୍ଷା ସତର୍କ ସୂଚନା ଓ ଅନ୍ୟ ଖବର

    3

    ଶକ୍ତି ବିଭାଗର ବିଭିନ୍ନ ପ୍ରସ୍ତାବିତ ପ୍ରକଳ୍ପ ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା

    4

    Flood Alert: ସାବଧାନ ! ସତର୍କ ସଂକେତ ଟପିଲା ବୈତରଣୀ ସହ ଜଳକା

    5

    ଏୟାର ଇଣ୍ଡିଆର ବଡ ପଦକ୍ଷେପ, ସବୁ ପାଇଲଟଙ୍କ ପାଇଁ ଡୋପ୍ ଟେଷ୍ଟ ବାଧ୍ୟତାମୂଳକ

    ସରୋଜ ବେହେରା, ଭୁବନେଶ୍ୱର: କୋରୋନା ବିରୋଧରେ ଲଢ଼େଇ ଚାଲିଥିବା ବେଳେ ଜିଲ୍ଲାପାଳ କ୍ଷମତା ପାଇଥିବା ସରପଞ୍ଚ କିଭଳି ନିଜ ଦାୟିତ୍ୱର ଅପବ୍ୟବହାର କରିଛନ୍ତି ତାହାର ଉଦାହରଣ ଦେଖିବାକୁ ମିଳିଛି ରାଜଧାନୀ ଉପକଣ୍ଠରେ। ରାଜ୍ୟ ବାହାରୁ ଆସିଥିବା ମହିଳା ଡାକ୍ତର ଓ ସ୍ୱାମୀଙ୍କ ସମେତ ଦୁଇ ଛୁଆଙ୍କୁ ଘରେ ପୁରାଇ ଦେଇନାହାନ୍ତି ସରପଞ୍ଚ। ଫଳରେ ଦୁଇ ଦିନ ଦୁଇ ରାତି ଧରି ଥାନା ବାହାରେ ଗାଡି ଭିତରେ ରହିବାକୁ ବାଧ୍ୟ ହେଲେ ଦମ୍ପତି।

    ରାଜ୍ୟ ବାହାରୁ ଆସୁଥିବା ଲୋକେ କିଭଳି ସୁରକ୍ଷିତ ରହିବେ ସେଥିପାଇଁ ସରପଞ୍ଚଙ୍କୁ ଦିଆଯାଇଛି ଜିଲ୍ଲାପାଳ କ୍ଷମତା। ହେଲେ ଏହି କ୍ଷମତାର ଅପବ୍ୟବହାର କରୁଛନ୍ତି ଅନେକ ସରପଞ୍ଚ। ଗାଁ ଲୋକଙ୍କ ଚପରେ ପଡି ସରକାରୀ ନିୟମକୁ ମାଡି ମକଚି ଚାଲିଛନ୍ତି କ୍ଷମତାରେ ଥିବା ଏହି ପଦାଧିକାରୀ। ଷମତାରେ ରହିବା ପାଇଁ ବେଆଇନ କାମ କରିବାକୁ ମଧ୍ୟ ପଛାଉ ନାହାନ୍ତି ଏମାନେ। ଲୋକେ ଭୁଲ କରୁଥିଲେ ମଧ୍ୟ ସେମାନଙ୍କୁ ବୁଝାଇବା ପରିବର୍ତେ ଲୋକଙ୍କୁ ସମର୍ଥନ ଦେଉଛନ୍ତି। 

    ଘଟଣାଟି କିଛି ଏଭଳି। ୩ ତାରିଖ ରାତିରେ ସରକାରୀ ଅନୁମତି ନେଇ ହାଇଦ୍ରାବାଦରୁ ଭୁବନେଶ୍ୱର ଆସିଥିଲେ ଆୟୁର୍ବେଦିକ ଡାକ୍ତର ରାଖୀ ସିଂ ଓ ତାଙ୍କ ଦୁଇ ଛୁଆ। ଭୁବନେଶ୍ୱର ଆସିବା ପରେ ନିୟମ ଅନୁଯାୟୀ ନୋଡାଲ ଅଧିକାରୀ ଓ ପୋଲିସକୁ ଅବଗତ କରି ଘରକୁ ଆସିଲେ। ହୋମ କ୍ୱାରେଣ୍ଟାଇନରେ ରହିବାକୁ ଚାହୁଁଥିବା ପରିବାର ଲୋକଙ୍କୁ ହେଲେ ଘର ଭିତରକୁ ଛାଡ଼ିନଥିଲା ଘର ମାଲିକ। ବିଳମ୍ବିତ ରାତିଯାଏ ଗାଁ ଲୋକଙ୍କ ସହ ମିଶି ଡାକ୍ତର ରାଖୀ ଓ ପରିବାର ଲୋକଙ୍କୁ ବାହାରେ ରଖାଗଲା। ଏହାର ପରଦିନ ପୁଣି ପୋଲିସ ଓ ବିଡିଓଙ୍କ ସହାୟତା ଲୋଡିଲେ ସେମାନେ । ହେଲେ ଲୋକଙ୍କୁ ସମର୍ଥନ ଜଣାଇ ପରିବାର ଲୋକଙ୍କୁ ହୋମ କ୍ୱାରେଣ୍ଟାଇନ ନା ସରକାରୀ କ୍ୱାରେଣ୍ଟାଇନରେ ରଖିଲେନି ବୋଲି ଅଭିଯୋଗ କରିଛନ୍ତି ଡାକ୍ତରଙ୍କ ପରିବାର ଲୋକେ।

    ଭୁବନେଶ୍ୱର ଫେରିବା ବେଳେ ଆଧାର କାର୍ଡରେ ଥିବା ପ୍ରମାଣ ପତ୍ର ଭାବେ ଡାକ୍ତର ରାଖୀ ନୀଳାଦ୍ରି ବିହାରରେ ପୂର୍ବରେ ରହୁଥିବା ଘର ପରିଚୟ ଦେଇଥିଲେ। ନିୟମ ମୁତାବକ ଏହି ପରିଚୟ ବଦଳାଇ ସେ ନିଜେ ରହୁଥିବା ଅଞ୍ଚଳରେ କ୍ୱାରେଣ୍ଟାଇନ ସେଣ୍ଟରର କରିପାରିବେ। ହେଲେ ଲୋକଙ୍କ ଚାପରେ ଏହାକୁ ମାନି ନ ଥିଲେ ସରପଞ୍ଚ। ଓଲଟା ଡାକ୍ତର ଓ ତାଙ୍କ ପରିବାର ସହଯୋଗ କରୁନଥିବା ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଉପସ୍ଥିତ ନୋଡାଲ ଅଧିକାରୀ ମଧ୍ୟ ତାଙ୍କ ଆବେଦନ ବଦଳାଇବାକୁ କହିଥିଲେ। ହେଲେ ଲୋକଙ୍କ ଚାପରେ ଚେପା ହୋଇଥିବା ସରପଞ୍ଚ ନିଜ କ୍ଷମତା କଣ ତାହା ମଧ୍ୟ ଜାଣାପାରିଲେ ନାହିଁ। ସରପଞ୍ଚ ତାଙ୍କ ସ୍ୱାମୀଙ୍କୁ ଡକାଇ ଧମକ ଦେଉଥିବା ନେଇ ଡାକ୍ତର ଥାନାରେ ଅଭିଯୋଗ କରିଛନ୍ତି।

    ଚାରିଆଡୁ ଚାପ ପରେ ସରକାରୀ କ୍ୱାରେଣ୍ଟାଇନରେ ରଖିବାକୁ ନିଷ୍ପତ୍ତି ନେଇଛି ପ୍ରଶାସନ। ହେଲେ ଏଠାରେ ପ୍ରଶ୍ନ ଉଠୁଛି ଦୁଇ ଦିନ ଧରି ଛୁଆଙ୍କୁ ଧରି ଥାନାରେ ରାତି କଟାଇବା ଦୁଖଃ ପ୍ରଶାସନ ବୁଝିପାରିବ କି? ଲୋକଙ୍କୁ ବୁଝାଇବା ପରିବର୍ତେ କେବଳ ସରପଞ୍ଚଙ୍କୁ ଜିଲ୍ଲାପାଳ ଷମତା ଦେଇ କୋରୋନା ବିରୋଧରେ ଲଢେଇ କରାଯାଇପାରିବ କି?

    Add Zee News as a Preferred Source
    TAGS:
    Bhubaneswar
    Doctor Family
    Sarapancha
    responsibilities
    police station