Advertisement
Article Detail0/zeeodisha/odisha692755
Zee OdishaBhubneshwarପଙ୍ଗପାଳ ଏବେ କେଉଁଠି ?

ପଙ୍ଗପାଳ ଏବେ କେଉଁଠି ?

ଆମେରିକାର Food and Agriculture Organization ଓଡ଼ିଶାକୁ ଜୁଲାଇରେ ନୂଆ ପଙ୍ଗପାଳ ଆସିପାରନ୍ତି ବୋଲି ରିପୋର୍ଟ ପ୍ରକାଶ କରିଛି । 

ପ୍ରତୀକାତ୍ମକ ଫଟୋ
ପ୍ରତୀକାତ୍ମକ ଫଟୋ

ଚନ୍ଦନ ପାଇକରାୟ, ଭୁବନେଶ୍ୱର: ଓଡ଼ିଶାକୁ ଜୁଲାଇରେ ଆସିପାରନ୍ତି ନୂଆ ପଙ୍ଗପାଳ । ଆମେରିକାର  Food and Agriculture Organizationର ରିପୋର୍ଟ ଏମିତି କିଛି କହୁଛି । ତେବେ ଏନେଇ କେନ୍ଦ୍ର ସରକାରଙ୍କ ଗାଇନ ଲାଇନ ଆସିଲେ ଆମେ ପ୍ରାକ୍-ପଦକ୍ଷେପ ନେବୁ ବୋଲି କହିଛନ୍ତି ରାଜ୍ୟ କୃଷି ନିର୍ଦ୍ଦେଶକ ଏମ. ମୁଥୁ କୁମାର । 

ଏମ୍ ମୁଥୁ କୁମାର ଆହୁରି ମଧ୍ୟ କହିଛନ୍ତି, ଆମେ ସବୁ ଦିନ ମିନିଟର କରୁଛୁ । ଆଜି ସକାଳେ CIPMS ସହ ଆଲୋଚନା କରିଛୁ । ଏବେ ପଙ୍ଗପାଳ ମଧ୍ୟପ୍ରଦେଶର ସଦେନା ଓ ପଂହା ଜିଲ୍ଲାରେ ଅଛନ୍ତି । ସେଠାରେ ଦୁର୍ବଳ ହେଲେଣି । ତେଣୁ ଛତିଶଗଡ଼ ମଧ୍ୟ ଆଉ ଆସିବେନି । ଓଡ଼ିଶାକୁ ପଙ୍ଗପାଳ ଆସିବାର ସମ୍ଭାବନା ବହୁତ କମ୍ । ତଥାପି ଆଉ ୫ ଦିନ ଆପେକ୍ଷା କରିଛୁ ବୋଲି କହିଛନ୍ତି କୃଷି ନିର୍ଦ୍ଦେଶକ । ରାଜସ୍ଥାନରେ ପଙ୍ଗପାଳଙ୍କୁ ଅଟକାଇ ଦିଆଯାଇପାରିବ ବୋଲି ସେ ମତ ରଖିଛନ୍ତି । 

ତେବେ ଆମେରିକାର Food and Agriculture Organization ଓଡ଼ିଶାକୁ ଜୁଲାଇରେ ନୂଆ ପଙ୍ଗପାଳ ଆସିପାରନ୍ତି ବୋଲି ରିପୋର୍ଟ ପ୍ରକାଶ କରିଛି । କେନ୍ଦ୍ରର ଗାଇଡଲାଇନ ଅନୁସାରେ ଆମେ ପରବର୍ତ୍ତୀ ପଦକ୍ଷେପ ନେବୁ ବୋଲି କୃଷି ନିର୍ଦ୍ଦେଶକ ସୂଚନା ଦେଇଛନ୍ତି । 

Add Zee News as a Preferred Source
About the Author