close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଶିଶୁ ଯୌନ ନିର୍ଯାତନା ପାଇଁ ଦାୟୀ କିଏ ?

କେବେ ମିଳିବ ଏ ସବୁରୁ ମୁକ୍ତି ?

ଶିଶୁ ଯୌନ ନିର୍ଯାତନା ପାଇଁ ଦାୟୀ କିଏ ?
file photo

ଧର୍ମେନ୍ଦ୍ର ପ୍ରଧାନ, ଭୁବନେଶ୍ୱର:  ବଢ଼ି ଚାଲିଛି ଶିଶୁଙ୍କ ଉପରେ ଯୌନ ନିର୍ଯ୍ୟାତନା । ଗୋଟେ ପଟେ ରାଜନୈତିକ ଆକ୍ଷେପ ଆଉ ଗୋଟେ ପଟେ ଚାଲିଛି ଦୋଷ ଲଦାଲଦି । କ'ଣ ଏହା ପରିବର୍ତ୍ତନ ହେବନାହିଁ ? କ'ଣ  ଆମ ରାଜନେତା, ଅମଲା ନିଜ ଦାୟିତ୍ୱ ଛାଡ଼ି କଥାକଟାକଟିରେ ସମୟ ଅତିବାହିତ କରିଚାଲିଥିବେ । କେବେ ଏଭଳି ଘଟଣାର ପୁନରାବୃତ୍ତି ହେବ ନାହିଁ ଏବଂ ଛୋଟଛୋଟ ଶିଶୁ ତଥା ନାବାଳିକା ମାନଙ୍କୁ ଏଭଳି ଘୃଣ୍ୟ କାମରୁ ମୁକ୍ତି ମିଳିପାରିବ ନାହିଁ । ପ୍ରଶ୍ନ ଅନେକ କିନ୍ତୁ ଉତ୍ତର ଶୂନ । କାହିଁକି ଘଟୁଛି ଏଭଳି ଘଟଣା, କଣ ମାନବିକତା ହଜିଯାଇଛି ଆଜିର ସମାଜରେ । ଆମେ ନିଜକୁ ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ବୋଲି କହୁଛୁ କିନ୍ତୁ ଆମ ଭିତରେ ଭରି ଯାଇଛି ଅନେକ ଭାବନା ଯାହାକୁ ସମସ୍ତଙ୍କ ସାମ୍ନାରେ ପ୍ରକାଶ କରିବା ମଧ୍ୟ ସମ୍ଭବ ନୁହେଁ । 
ରାଜ୍ୟର ସ୍ଥିତି ଅନୁଧ୍ୟାନ କରିବା ତେବେ ୨ମାସ ମଧ୍ୟରେ ଅନେକ ଘଟଣା ସାମ୍ନାକୁ ଆସିଛି । ସେ ଢେ଼ଙ୍କାନାଳ ବେଳଟିକିରି ସେଲଟର ହୋମ ଘଟଣା ହେଉକି ତୁମୁଡିବନ୍ଧରେ ଚତୁର୍ଥ ଶ୍ରେଣୀ ନାବାଳିକା ଦୁଷ୍କର୍ମ ଘଟଣା ହେଉ, ଯଦି ଏହି ଘଟଣାକୁ ଅନୁଧ୍ୟାନ କରି ବିସ୍ଲେଷଣ କରିବା ତେବେ ଜାଣିବାକୁ ପାଇବା କେଉଁ ପରିସ୍ଥିତିରେ ଏଭଳି ଘଟଣା ଘଟୁଛି । ରାଜ୍ୟରେ ଦିନକୁ ଦିନ ଏହା ବୃଦ୍ଧି ପାଉଛି । ଗ୍ରାମାଞ୍ଚଳରେ ଏହାର ପରିମାଣ ଅଧିକ କିନ୍ତୁ ବିକଶିତ ସହରରେ ଏହା ଘଟୁନାହିଁ ବୋଲି କହିହେବ ନାହିଁ ।  ରାଜନେତା କହୁଛନ୍ତି ସରକାରଙ୍କ ଭୁଲ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅ । କଣ କେବଳ ଇସ୍ତଫା ଦେଲେ ଏସବୁ ଘଟଣାର ସମାଧାନ ହୋଇଯିବ, କଣ ଦୁଷ୍କର୍ମର ମାତ୍ରା କମିଯିବ ? ଯଦି ହଁ ତାହେଲେ ସେମାନେ ଇସ୍ତଫା ଦେବା ଜରୁରୀ । ବିଭାଗୀୟ ମନ୍ତ୍ରୀ ଏଭଳି ଘଟଣା ପାଇଁ ପଦକ୍ଷେପ ନେବା ଜରୁରୀ । ଏହା ସହ ଅନେକ କାର୍ଯ୍ୟକ୍ରମ କରି ସଚେତନତା ସୃଷ୍ଟି କରିବା ଦରକାର । ଏବଂ ତାର ସଠିକ ପରିଚାଳନା ହେଉଛିକି ନାହିଁ ତାର ତଦାରଖ କରିବେ ଦରକାର ।

ସାଧାରଣ ଜନତାଙ୍କର ଜନତାଙ୍କ ଭୂମିକା ଏଥିରେ ଗୁରୁତ୍ୱପୂର୍ଣ୍ଣ । ସେମାନେ ଏଭଳି ମାନସିକତା  ଠାରୁ ଦୂରେଇ ରହିବା ଆବଶ୍ୟକ । ମାନସିକତାର ପରିବର୍ତ୍ତନ, ଶିକ୍ଷାର ପ୍ରସାର ଦ୍ୱାରା ଏହାକୁ ଦମନ କରା ଯାଇପାରିବ । ଜଣେ ସମାଜର ସାଧାରଣ ଲୋକ ଭାବେ ଅନ୍ୟମାନଙ୍କୁ ସଚେତନ କରିବା ଦରକାର । ଏଭଳି ସମ୍ବେଦନଶୀଳ ଘଟଣାକୁ ସମସ୍ତେ ସଠିକ ଭାବେ ବୁଝିବା ଦରକାର ଯାହା ଦ୍ଵାରା କାହାର ମଧ୍ୟ ହାନି ଘଟିବ ନାହିଁ । ଆଉ ଏଭଳି ଘଟଣାକୁ ସାଧାରଣ ଲୋକଙ୍କ ପାଖରେ ଠିକ ଭାବେ ପହଁଚାଇ ପାରିବ ।