• ରାଜ୍ୟପାଳ ଗଣେଶୀ ଲାଲଙ୍କ ଧର୍ମପତ୍ନୀ ସୁଶୀଳା ଦେବୀଙ୍କ ପରଲୋକ
  • ସୁଶୀଳା ଦେବୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ
  • ଶେଷ ଦର୍ଶନ ପାଇଁ ରାଜଭବନରେ ଭିଡ଼ II
  • ରାଜ୍ୟପାଳଙ୍କ ଧର୍ମପତ୍ନୀ ସୁଶୀଳାଙ୍କର ଗତ ୧ ତାରିଖରେ କୋରୋନା ରିପୋର୍ଟ ପଜିଟିଭି ଆସିଥିଲା
  • ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ସୂଚନା II
  • ଘାଟିକିଆ ଇଞ୍ଜିନିୟରିଂ କଲେଜର ଗଣିତ ଅଧ୍ୟାପକ ପ୍ରଫେସର ଡକ୍ଟର ପ୍ରସନ୍ନ କୁମାର ମିଶ୍ରଙ୍କ ଘରେ ଭିଜିଲାନ୍ସ ରେଡ୍
  • ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଚଢାଉ ସୂଚନା II
  • ଧବଳେଶ୍ୱର ପୀଠ ମୁଖ୍ୟ ରାସ୍ତାରେ ୧୪୪ ଧାରା, ପାଇକରାପୁର ଛକରୁ ମଞ୍ଚେଶ୍ୱର ଛକ ଯାଏ ୧୪୪ ଧାରା ଜାରି
  • କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ କଟକଣା ଜାରି II

କିଏ ହେବେ ବିଜେପିର ରାଜ୍ୟ ସଭାପତି ? ଭୁବନେଶ୍ୱରରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ବିଚାର ବିମର୍ଷ

କିଏ ପିନ୍ଧିବ ରାଜ୍ୟ ବିଜେପି ସଭାପତି ମୁକୁଟ ? କେତେ ଦିନ ପରେ ହେବ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଏବଂ ରାଷ୍ଟ୍ରୀୟ ସମ୍ପାଦକ ଆରପି ସିଂ ଓଡିଶାରେ ପହଞ୍ଚି ସମୀକ୍ଷା କରିଛନ୍ତି । 

କିଏ ହେବେ ବିଜେପିର ରାଜ୍ୟ ସଭାପତି ? ଭୁବନେଶ୍ୱରରେ କେନ୍ଦ୍ରୀୟ ନେତୃବୃନ୍ଦଙ୍କ ବିଚାର ବିମର୍ଷ
ପ୍ରତୀକାତ୍ମକ ଫଟୋ

ମଳୟ ମହାନ୍ତି, ଭୁବନେଶ୍ୱର: କିଏ ପିନ୍ଧିବ ରାଜ୍ୟ ବିଜେପି ସଭାପତି ମୁକୁଟ ? କେତେ ଦିନ ପରେ ହେବ ବିଜେପି ରାଜ୍ୟ ସଭାପତିଙ୍କ ନାଁ ଘୋଷଣା ? ଏମିତି ଅନେକ ପ୍ରଶ୍ନ ଉଙ୍କି ମାରୁଥିବା ବେଳେ ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଏବଂ ରାଷ୍ଟ୍ରୀୟ ସମ୍ପାଦକ ଆରପି ସିଂ ଓଡିଶାରେ ପହଞ୍ଚି ସମୀକ୍ଷା କରିଛନ୍ତି । 

ଭୁବନେଶ୍ୱର ରାମମନ୍ଦିର ସ୍ଥିତ ବିଜେପି ରାଜ୍ୟ କାର୍ଯ୍ୟାଳୟରେ ବରିଷ୍ଠ  ନେତାଙ୍କ ସହ ବ୍ୟାପକ ଆଲୋଚନା କରିଛନ୍ତି । କିଏ ରାଜ୍ୟ ସଭାପତି ହେଲେ ବର୍ତ୍ତମାନ ସ୍ଥିତିରେ ଗ୍ରହଣୀୟ ହେବା ସହ ଦଳର ମଙ୍ଗ ସଠିକ ଭାବେ ସମ୍ଭାଳିପାରିବ ସେନେଇ ବିଚାର ବିମର୍ଶ ହୋଇଛି । ଜଣେ ସମର୍ଥ, ଏବଂ ଗ୍ରହଣୀୟ ନେତାଙ୍କୁ ଗଣତାନ୍ତ୍ରିକ ବ୍ୟବସ୍ଥା ଅନୁଯାୟୀ ସଭାପତି ଚୟନ କରାଯିବ ବୋଲି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ କହିଛନ୍ତି । 

ବିଜେପିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାରେ ବୁଥ, ମଣ୍ଡଳ ଏବଂ ଜିଲ୍ଲା ସଭାପତି ଚୟନ ଶେଷ ହୋଇଛି । ବର୍ତ୍ତମାନ ରାଜ୍ୟ ସଭାପତି ପଦ ଉପରେ ସମସ୍ତଙ୍କର ନଜର ରହିଛି । କାହାକୁ ଦଳ ସଭାପତି ପଦରେ ବସାଇବ ତାକୁ ହିଁ ଅପେକ୍ଷା କରି ରହିଛନ୍ତି ସମସ୍ତେ । ଏଭଳି ସ୍ଥିତିରେ ରାଜ୍ୟ ସଭାପତି ନିର୍ବାଚନ କରିବା ପାଇଁ ୧୭୭ ରାଜ୍ୟ ପରିଷଦ ସଭ୍ୟ ଏବଂ ୩୪ ସାଙ୍ଗଠନିକ ଜିଲ୍ଲା ସଭାପତିଙ୍କ ନାମ କେନ୍ଦ୍ରକୁ ପଠାସରିଛି । ବିଜେପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବିନୟ ସହସ୍ରବୁଦ୍ଧେ ଏବଂ ରାଷ୍ଟ୍ରୀୟ ସମ୍ପାଦକ ଆରପି ସିଂ ରାଜ୍ୟର ବରିଷ୍ଠ ନେତାଙ୍କ ସହ ଆଲୋଚନା କରିବା ପରେ କେନ୍ଦ୍ରୀୟ ନେତୃତ୍ୱଙ୍କୁ ରିପୋର୍ଟ ଦେବେ । ଏହା ପରେ ଦୁଇ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ ନରେନ୍ଦ୍ର ସିଂ ତୋମାର ଏବଂ ରାଜୀବ ପ୍ରତାପ ରୁଡ୍ଡୀ ଓଡିଶା ଆସିବେ । ସେମାନଙ୍କ ଉପସ୍ଥିତିରେ ରାଜ୍ୟ ସଭାପତି ନିର୍ବାଚନ ହେବ । ଖୁବ ଶୀଘ୍ର ଏ ପ୍ରକ୍ରିୟା ସମାପନ ହେବା ସହ ନୂତନ ରାଜ୍ୟ ସଭାପତି ଚୟନ କରାଯିବ ବୋଲି କୁହାଯାଇଛି ।

ଆହୁରି ପଢ଼ନ୍ତୁ; ମହାରାଷ୍ଟ୍ର ବିଧାନସଭା: ନେତାଙ୍କୁ ଭୟ ୬୦୨ କ୍ୟାବିନ