close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଦୀପାବଳି କାହିଁକି ପାଳନ କରାଯାଏ? ଜାଣନ୍ତୁ ପୌରାଣିକ କଥା ସହ ଦୀପାବଳିର ସମ୍ପର୍କ

 କାର୍ତ୍ତିକ ମାସର ଅମାବାସ୍ୟା ଦିନ ସମୁଦ୍ର ମନ୍ଥନରୁ ଦେବୀ ମହାଲକ୍ଷ୍ମୀ ପ୍ରକଟ ହୋଇଥିଲେ। ଯାହାଙ୍କୁ ଧନ, ବୈଭବ, ଐଶ୍ୱର୍ଯ୍ୟ ଓ ସୁଖ ସମୃଦ୍ଧିର ଦେବୀ ବୋଲି କୁହାଯାଏ। ହଜାର ହଜାର ବର୍ଷ ଧରି ଏହି ପରମ୍ପରା ଚାଲିଆସିଠି ଯେ, ଦୀପାବଳି ଦିନ ମା ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ଘରେ ଘରେ ଦୀପ ଜଳାଯାଇଥାଏ। ଯାହାଦ୍ୱାରା ଅମାବାସ୍ୟାର କଳାରାତିକୁ ଦୀପ ସାହାଯ୍ୟରେ ଆଲୋକିତ କରାଯାଇଥାଏ। 

ଦୀପାବଳି କାହିଁକି ପାଳନ କରାଯାଏ? ଜାଣନ୍ତୁ ପୌରାଣିକ କଥା ସହ ଦୀପାବଳିର ସମ୍ପର୍କ

ଭୁବନେଶ୍ୱର: ଆଲୋକର ମହାପର୍ବ ଦୀପାବଳି। ହିନ୍ଦୁ ଧର୍ମର ବଡ଼ ପର୍ବ। ଏହି ପର୍ବ ସହ ଯୋଡିହୋଇଛି ବିଶେଷ ମାନ୍ୟତା ଓ ପରମ୍ପରା।  ଦୀପାବଳି ମାନେ ଲକ୍ଷ୍ମୀ ପୂଜାର ଦିନ। ଦୀପାବଳି ମାନେ ବନବାସ ସାରି ଭଗବାନ ରାମଙ୍କ ଅଯୋଧ୍ୟା ଫେରିବାର ଦିନ। କାର୍ତ୍ତିକ ମାସର ଅମାବାସ୍ୟା ଦିନ ସମୁଦ୍ର ମନ୍ଥନରୁ ଦେବୀ ମହାଲକ୍ଷ୍ମୀ ପ୍ରକଟ ହୋଇଥିଲେ। ଯାହାଙ୍କୁ ଧନ, ବୈଭବ, ଐଶ୍ୱର୍ଯ୍ୟ ଓ ସୁଖ ସମୃଦ୍ଧିର ଦେବୀ ବୋଲି କୁହାଯାଏ। ହଜାର ହଜାର ବର୍ଷ ଧରି ଏହି ପରମ୍ପରା ଚାଲିଆସିଠି ଯେ, ଦୀପାବଳି ଦିନ ମା ଲକ୍ଷ୍ମୀଙ୍କ ସ୍ୱାଗତ ପାଇଁ ଘରେ ଘରେ ଦୀପ ଜଳାଯାଇଥାଏ। ଯାହାଦ୍ୱାରା ଅମାବାସ୍ୟାର କଳାରାତିକୁ ଦୀପ ସାହାଯ୍ୟରେ ଆଲୋକିତ କରାଯାଇଥାଏ। 

ଦୀପାବଳି ଅବସରରେ ମା ଲକ୍ଷ୍ମୀଙ୍କର ବିଶେଷ ଆରାଧନା କରାଯାଇଥାଏ।  ଘରେ ମା ଲକ୍ଷ୍ମୀଙ୍କ ମୂର୍ତ୍ତି ସ୍ଥାପିତ କରି ଭକ୍ତ ଧନ ସମୃଦ୍ଧି ରୂପରେ ଘରେ ବାସ କରିବା ପାଇଁ ଆଗ୍ରହ ପ୍ରକାଶ କରାନ୍ତି। ଦୀପାବଳି କାର୍ତ୍ତିକ ଅମାବାସ୍ୟାରେ ପାଳନ କରାଯିବାର ପର୍ବ। ସଂଯୋଗରୁ ଏବର୍ଷ କାର୍ତ୍ତିକ ଅମାବାସ୍ୟା ଦୁଇଦିନ ପଡ଼ୁଛି। ୨୭ ଅକ୍ଟୋବର ରବିବାର ମଧ୍ୟାହ୍ନ ୧୨ଟା ୧୩ ମିନିଟରୁ ଅମାବାସ୍ୟା ଆରମ୍ଭ ହେବ।  ଜ୍ୟୋତିଷଙ୍କ କହିବାନୁସାରେ ଏହି ସମୟରେ ଅମାବାସ୍ୟାର ସାୟଂ କାଳ, ପ୍ରଦୋଷ କାଳ, ନିଶିଥ କାଳ, ମାହା ନିଶିଥକାଳ ସହ ଯୋଗ ହେବ। ୨୮ ଅକ୍ଟୋବର ସୋମବାର ଦିନ ଅମାବାସ୍ୟା ତିଥି ସକାଳ ୯ଟା ୯ ମିନିଟରେ ସମାପ୍ତ ହେବ। ଏହାପରେ ଯାଇ ଅନ୍ନକୂଟ ପୂଜା ଓ ଗୋବର୍ଧନ ପୂଜା ଅନୁଷ୍ଠିତ ହେବ। ଦୀପାବଳିରେ ଲକ୍ଷ୍ମୀ ପୂଜାର ବିଶେଷ ମହତ୍ତ୍ୱ ରହିଛି। ତେଣୁ ଏହି ଦିନ ଯଦି ଶୁଭ ମୂହୁର୍ତ୍ତରେ ପୂଜା କରାଯାଏ ତେବେ ଲକ୍ଷ୍ମୀ ସଂପୃକ୍ତ ବ୍ୟକ୍ତିଙ୍କ ପାଖରେ ହିଁ ନିବାସ କରିଥାନ୍ତି। 

ବ୍ରହ୍ମପୂରାଣ ମୁତାବକ, ଅଧା ରାତି ପର୍ଯ୍ୟନ୍ତ ରହୁଥିବା ଅମାବାସ୍ୟା ତିଥି ହିଁ ମହାଲକ୍ଷ୍ମୀ ପୂଜା ପାଇଁ ଶ୍ରେଷ୍ଠ ହୋଇଯ଼ାଏ।  ଲକ୍ଷ୍ମୀ ପୂଜା ପାଇଁ ପ୍ରଦୋଶକାଳକୁ ସବୁବେଳେ ଶୁଭ ବୋଲି ଲୋକେ ମାନିଆସୁଛନ୍ତି। ପ୍ରଦୋଷ  କାଳରେ ବି ସ୍ଥିର ଲଗ୍ନ ସମୟ ସବୁଠାରୁ ଉତ୍ତମ। ଏବର୍ଷ ପ୍ରଦୋଷକାଳ ଓ ସ୍ଥିର ଲଗ୍ନ ଦୁଇଟି ଯାକ ରହୁଥିବାରୁ ପୂରା ମୁହୂର୍ତ୍ତ ଶୁଭ ବୋଲି କୁହାଯାଉଛି। 

ଦୀପାବଳି ପର୍ବ ସହ ଯୋଡ଼ି ହୋଇଥିବା ଅନେକ କଥା ଓ କିମ୍ବଦନ୍ତି ଧର୍ମ ଗ୍ରନ୍ଥରେ ପଢ଼ିବାକୁ ମିଳେ। ଦୀପାବଳିକୁ ନେଇ ଆଉ ଏକ ମାନ୍ୟତା ମଧ୍ୟ ରହିଛି। ମାନେ ପୂରାଣ ମୁତାବକ, ସେହି ଦିନ ପ୍ରଭୂ ଶ୍ରୀରାମ , ମାତା ସୀତା ଓ ଭାଇ ଲକ୍ଷ୍ମଣଙ୍କ ସହ ୧୪ବର୍ଷର ବନବାସ ସାରି ଘରକୁ ଫେରିଥିଲେ।  ଶ୍ରାରାମଙ୍କ ସ୍ୱାଗତ ପାଇଁ ଅଯୋଧ୍ୟାବାସୀ ଘରେ ଘରେ ଦୀପ ଜାଳିଥିଲେ।  ସାରା ନଗରକୁ ଆଲୋକିତ କରିଥିଲେ। କୁହାଯାଏ ଯେ, ସେବେଠାରୁ ଦୀପାବଳି ପାଳିବାର ପରମ୍ପରା ଆରମ୍ଭ ହୋଇଥିଲା। 
ଅନେକେ କୁହନ୍ତି ଭଗବାନ ରାମଙ୍କ ରାଜ୍ୟାଭିଷେକ ଅବସରରେ ଦୀପ ଜଳା ଯାଇଥିଲା। ଘରରୁ ବଜାର ସବୁକୁ ସଜା ଯାଇଥିଲା, ମିଷ୍ଟାନ୍ନ ବଣ୍ଟନ ହୋଇଥିଲା ସେବେଠାରୁ ଦୀପାବଳି ପାଳିବାର ପରମ୍ପରା ଚାଲିଆସୁଛି। 

ayodha 

ଦୀପାବଳିର ସମ୍ବନ୍ଧ ଆଉ ଏକ ପୌରାଣିକ କଥା ସହ ମଧ୍ୟ ରହିଛି। ବିଷ୍ଣୁଙ୍କ ଅବତାର ଭଗବାନ ବାମନ ରାଜା ବଳିଙ୍କୁ ୩ପାଦ ଭୂମି ମାଗିଥିଲେ।  ଆଉ ବିରାଟ ରୂପ ନେଇ ତ୍ରିଲୋକ ନେଇ ଯାଇଥିଲେ। ଏହାପରେ ସୁତଲ ରାଜ୍ୟ ବଳିଙ୍କୁ ଦେଇଥିଲେ। ସୁତଲ ରାଜ୍ୟ ଯେବେ ବଳିଙ୍କୁ ମିଳିଲା।  ସେତେବେଳେ ସେଠାରେ ଦୀପ ଜାଳି ଉତ୍ସବ ମନାଯାଇଥିଲା।  ସେବେଠାରୁ ଦୀପାବଳି ପାଳିତ ହୋଇ ଆସୁଛି। 

ଦ୍ୱିତୀୟ ମାନ୍ୟତା ମୁତାବକ, ସମୁଦ୍ର ମନ୍ଥନ ସମୟରେ କ୍ଷୀରସାଗରରୁ ମହାଲକ୍ଷ୍ମୀଙ୍କ ଜନ୍ମ ହୋଇଥିଲା। ସେହି ସମୟରେ ଭଗବାନ ନାରାୟଣ ଓ ଲକ୍ଷ୍ମୀଙ୍କ ବିବାହ ହୋଇଥିଲା।  ତେଣୁ ଦୀପାବଳି ମନାଯାଉଛି। ଦ୍ୱାପରଯୁଗରେ ରାକ୍ଷସ ନରକାସୁର ୧୬ ହଜାର ମହିଳାଙ୍କୁ ଅପହରଣ କରିଥିଲା। ସେହି ସମୟରେ ଭଗବାନ ଶ୍ରୀକୃଷ୍ଣ ନରକାସୁରର ବଧ କରି ସମସ୍ତ ମହିଳାଙ୍କୁ ମୁକ୍ତ କରିଥିଲେ। କୃଷ୍ଣ ଭକ୍ତିଧାରାର ଲୋକେ ସେହି ଦିନକୁ ମଧ୍ୟ ଦୀପାବଳି ଭାବେ ପାଳନ କରି ଆସୁଛନ୍ତି। 

Tags: