କମୁଛି ରାଜ୍ୟରେ ପାରା: ସେପଟେ ୨୮ ବେଳକୁ ତିନି ଜିଲ୍ଲାରେ ବର୍ଷା
Advertisement

କମୁଛି ରାଜ୍ୟରେ ପାରା: ସେପଟେ ୨୮ ବେଳକୁ ତିନି ଜିଲ୍ଲାରେ ବର୍ଷା

ମେଘମୁକ୍ତ ଆକାଶ ଏବଂ ଉତ୍ତରା ପବନ ବହିବା ଆରମ୍ଭ ହେଉଥିବାରୁ ଉଭୟ ଦିନ ଓ ରାତିର ତାପମାତ୍ରା ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି ।

କମୁଛି ରାଜ୍ୟରେ ପାରା: ସେପଟେ ୨୮ ବେଳକୁ ତିନି ଜିଲ୍ଲାରେ ବର୍ଷା

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର:  ଆଜି ସମଗ୍ର ଦେଶରୁ ବିଦାୟ ନେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ।ଦେଶରେ ଧିରେ ଧିରେ ବୃଷ୍ଟିପାତ ଗତିବିଧି ହ୍ରାସ ପାଇଛି, ଫଳରେ ଆଜି ମୌସୁମୀ ବାୟୁ ସାରା ଦେଶରୁ ବିଦାୟ ନେଇଥିବା ଭାରତୀୟ ପାଣିପାଗ ବିଭାଗ ଘୋଷଣା କରିଛି । ଏହାସହ ଶୀତ ପଡିବା ମଧ୍ୟ ଆରମ୍ଭ ହୋଇଯାଇଛି । ଗତ ୨୪ ଘଣ୍ଟାରେ ରାଜ୍ୟର ୧୦ଟି ସ୍ଥାନରେ ତାପମାତ୍ରା ୨୦ ଡିଗ୍ରୀ ତଳେ ରେକର୍ଡ ହୋଇଛି । 

ଓଡ଼ିଶା (Odisha) ର କାଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ସର୍ବନିମ୍ନ ତାପମାତ୍ରା ୧୩ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୧୬ ଡିଗ୍ରୀ ସେଲସିୟସ୍ ତାପାମାତ୍ରା ରହିଛି । ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ ବୋଲି ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ମେଘମୁକ୍ତ ଆକାଶ ଏବଂ ଉତ୍ତରା ପବନ ବହିବା ଆରମ୍ଭ ହେଉଥିବାରୁ ଉଭୟ ଦିନ ଓ ରାତିର ତାପମାତ୍ରା ୧ ରୁ ୨ ଡିଗ୍ରୀ ପର୍ଯ୍ୟନ୍ତ କମିବାର ସମ୍ଭାବନା ରହିଛି।

Also Read: ଅଟୋରିକ୍ସା ଡ୍ରାଇଭର ସହ ଫେରାର ହେଲେ କୋଟିପତି ମାଲିକାଣି; ସାଥିରେ ନେଇଗଲେ ଏତେଟଙ୍କା

ଫଳରେ ରାଜଧାନୀ ଭୁବନେଶ୍ବର (Bhubaneswar) ସମେତ ଉପକୂଳ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡିକରେ ଶୀତ ଅନୁଭୂତ ହେବ। ବର୍ତ୍ତମାନ ଉପକୂଳ ଓଡ଼ିଶା (Coastal Odisha)ର ଜିଲ୍ଲା ଗୁଡିକରେ ୨୧ ରୁ ୨୪ ଡିଗ୍ରୀ ମଧ୍ୟରେ ତାପମାତ୍ରା ରହିଥିବା ବେଳେ ଆଭ୍ୟନ୍ତରୀଣ ଓଡ଼ିଶାରେ ୧୭ ରୁ ୨୧ ଡିଗ୍ରୀ ମଧ୍ୟରେ ରହିଛି ପାରା । ତେବେ ୨୮ ତାରିଖ ବେଳକୁ ଗଞ୍ଜାମ, ଗଜପତି ଏବଂ କୋରାପୁଟ୍ (Koraput) ଜିଲ୍ଲାରେ ହାଲୁକା ବର୍ଷା  ହେବାର ସମ୍ଭାବନା ନେଇ କେନ୍ଦ୍ର ଆକଳନ କରିଛି ।