ଆଜିଠୁ ଶୀତ ଅଧିବେଶନ; ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ଅଛନ୍ତି ବିରୋଧୀ

ବିରୋଧୀ ବିଜେପି ଓ କଂଗ୍ରେସ ସ୍ମିତାରାଣୀ ମୃତ୍ୟୁ ମାମଲା, ପିଏମଏୱାଇ କେଳେଙ୍କାରୀରେ ସରକାରଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । 

ଆଜିଠୁ ଶୀତ ଅଧିବେଶନ; ସରକାରଙ୍କୁ ଘେରିବାକୁ ପ୍ରସ୍ତୁତ ଅଛନ୍ତି ବିରୋଧୀ

ଭୁବନେଶ୍ୱର: ଆଜିଠାରୁ ଷୋଡଶ ବିଧାନସଭାରେ ଦ୍ୱିତୀୟ ଅଧିବେଶନ ଆରମ୍ଭ ହେବାକୁ ଯାଉଛି । ଏହି ଅଧିବେଶନରେ ୩୦ଟି କାର୍ଯ୍ୟଦିବସ ରହିଛି । 

ପ୍ରଥମ ଦିନରେ ଅର୍ଥମନ୍ତ୍ରୀ ନିରଞ୍ଜନ  ପୂଜାରୀ ୨୦୧୯-୨୦୨୦ ଆର୍ଥିକ ବର୍ଷର ପ୍ରଥମ ଅତିରିକ୍ତ ଚିଠା ବଜେଟ୍ ଉପସ୍ଥାପନ କରିବେ । ତେବେ ବିରୋଧୀମାନେ ମଧ୍ୟ ସରକାରଙ୍କୁ ଘେରିବାକୁ ପ୍ରୟାସ ଆରମ୍ଭ କରିଛନ୍ତି । ଆଜି ପ୍ରଥମେ ସକାଳ ୧୦ଟାରେ ବିଧାନସଭାରେ ବିଜେଡି ବିଧାୟକ ଦଳ ବୈଠକ ବସିଛି  । ଅନ୍ୟପକ୍ଷରେ ବିରୋଧୀ ବିଜେପି ଓ କଂଗ୍ରେସ ସ୍ମିତାରାଣୀ ମୃତ୍ୟୁ ମାମଲା, ପିଏମଏୱାଇ କେଳେଙ୍କାରୀରେ ସରକାରଙ୍କୁ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ । 
ଅନ୍ୟପକ୍ଷରେ ଓଡ଼ିଶା ବିଧାନସଭାକୁ ପେରରଲେସ୍ କରିବା ପାଇଁ ପ୍ରକିୟା ଆରମ୍ଭ ହୋଇଛି। ପ୍ରଥମେ ପ୍ରଶ୍ନ ଉତ୍ତରଗୁଡିକ ନ୍ୟାସନାଲ ଇ-ବିଧାନ  ଆପ୍ଲିକେସନ  ବା ନେଭା ଆପ୍ ମାଧ୍ୟମରେ ଉପଲବ୍ଧ ହେବ ବୋଲି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର କହିଛନ୍ତି ।  ବିଧାୟକମାନେ ଚାହିଁଲେ ଏହି ଆପ୍ ମାଧ୍ୟମରେ ପ୍ରଶ୍ନ ପଚାରି ଅନଲାଇନରେ ଉତ୍ତର ପାଇ ପାରିବେ ।  ତେବେ ଯେଉଁ ବିଧାୟକ ଏନେଇ ପ୍ରଶିକ୍ଷଣ ନେବାକୁ ଚାହିଁବେ ସେମାନଙ୍କୁ ଏହି ସୁଯୋଗ ଦିଆଯିବ । ଏହାସହ ବିଧାନସଭାକୁ ସମ୍ପୂର୍ଣ୍ଣ ଓ୍ୱାଇଫାଇ କରାଯିବ ବୋଲି ବାଚସ୍ପତି କହିଛନ୍ତି। ବିଧାନସଭା ଅଧିବେଶନ ପୂର୍ବରୁ ଗତକାଲି  ସୁରକ୍ଷା ବ୍ୟବସ୍ଥାର ଅନୁଧ୍ୟାନ କରିଥିଲେ ପୁଲିସ ଡିଜି ବି.କେ. ଶର୍ମା ।

ସେହିପରି ବିଜେପୁର ଉପନିର୍ବାଚନରେ ବିଜୟ ଲାଭ କରିଥିବା ବିଜୁ ଜନତା ଦଳ ପ୍ରାର୍ଥୀ ନିର୍ବାଚିତ ବିଧାୟିକା ଭାବରେ ରିତା ସାହୁ ଶପଥ ନେଇଛନ୍ତି । ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଶପଥ ପାଠ କରାଇଲେ ।  ରୀତା ବିଧାୟକ ଭାବେ ନିର୍ବାଚିତ ହେବା ପରେ ବିଜେଡ଼ି ବିଧାୟିକାଙ୍କ ସଂଖ୍ୟା ୧୪ରେ ପହଞ୍ଚିଛି ।