ଓଡିଶା ପୋଲିସରେ ନବୀନଙ୍କ ମହିଳା ପ୍ରିତିର ଝଲକ
Advertisement

ଓଡିଶା ପୋଲିସରେ ନବୀନଙ୍କ ମହିଳା ପ୍ରିତିର ଝଲକ

ମୁଖ୍ୟମନ୍ତ୍ରୀ ନବୀନ ଲୋକସଭାକୁ ଓଡିଶାର ମୋଟ ସିଟ ସଂଖ୍ୟାର ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେଇଥିବା ଦାବି କରିଛନ୍ତି। କିନ୍ତୁ ରାଜ୍ୟ ପୋଲିସ ପ୍ରଶାସନରେ ମାତ୍ର ୧୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିଛି।

ଓଡିଶା ପୋଲିସରେ ନବୀନଙ୍କ ମହିଳା ପ୍ରିତିର ଝଲକ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କଥା ଓ କାମରେ ଆକାଶ-ପାତାଳ ଫରକ୍। ରାଜନୀତିରେ ମହିଳାଙ୍କୁ ଗୁରୁତ୍ୱ କିନ୍ତୁ କର୍ମକ୍ଷେତ୍ରରେ ହେଉଛି ତାର ସମ୍ପୂର୍ଣ୍ଣ ଓଲଟା। ଯାହାର ଏକ ଜ୍ୱଳନ୍ତ ଉଦାହରଣ ଓଡିଶା ପୋଲିସ ବିଭାଗରେ ଦେଖିବାକୁ ମିଳିଛି। ମୁଖ୍ୟମନ୍ତ୍ରୀ ନବୀନ ଲୋକସଭାକୁ ଓଡିଶାର ମୋଟ ସିଟ ସଂଖ୍ୟାର ୩୩ ପ୍ରତିଶତ ମହିଳାଙ୍କୁ ସଂରକ୍ଷଣ ଦେଇଥିବା ଦାବି କରିଛନ୍ତି। କିନ୍ତୁ ରାଜ୍ୟ ପୋଲିସ ପ୍ରଶାସନରେ ମାତ୍ର ୧୦ ପ୍ରତିଶତ ମହିଳାଙ୍କୁ ନିଯୁକ୍ତି ମିଳିଛି।  

ପୋଲିସ ଗବେଷଣା ଓ ବିକାଶ ସଂସ୍ଥା (BPRD)ର ସଦ୍ୟ ଜାରି ରିପୋର୍ଟ ଅନୁସାରେ ୨୦୧୯ରେ ଓଡିଶା (Odisha) ରେ ମୋଟ ୫୮, ୪୪୫ ଜଣ (ସିଭିଲ ଓ ସଶସ୍ତ୍ର) ପୋଲିସ ବଳ ଥିଲେ। ଯେଉଁଥିରେ ମହିଳାଙ୍କ ସଂଖ୍ୟା ମାତ୍ର ୫,୮୫୪। ତେବେ ଏହା ମୋଟ ଓଡିଶା ପୋଲିସ (Odisha Police) ସଂଖ୍ୟାର ୧୦.୧ ପ୍ରତିଶତ ହେବ ବୋଲି BPRD କହିଛି।

ତେବେ ଯଦି ବିଗତ ୨ ବର୍ଷକୁ ଦେଖାଯାଏ, ତେବେ ଓଡିଶା ପୋଲିସରେ ମହିଳାଙ୍କ ଭାଗିଦାରୀ ମାତ୍ର ଦଶମିକ ୫ ପ୍ରତିଶତରୁ ଅଧିକ ବୃଦ୍ଧି ହୋଇନାହିଁ। ୨୦୧୭ରେ ୯.୪୮ ଥିବାବେଳେ ୨୦୧୮ରେ ତାହା ଦଶମିକ ୧୭ ପ୍ରତିଶତ ବୃଦ୍ଧି ହୋଇଛି। ହେଲେ ୨୦୧୯ରେ ଏହି ସଂଖ୍ୟା ଦଶମିକ ୪୫ ପ୍ରତିଶତରୁ ଅଧିକ ବଢିଛି। କିନ୍ତୁ ଏହା ବି କୌଣସି ଆଖି ଦୃଶିଆ ବୃଦ୍ଧି ନୁହେଁ। 

Also Read: ମହିଳାଙ୍କ ସଶକ୍ତିକରଣ ଓ ସମୃଦ୍ଧିର ବର୍ଷ ହେବ ୨୦୨୧ !

ସେହିପରି ସିଭିଲ ପୋଲିସ (civil police) ରେ ୨୦୧୯ ବେଳକୁ ଷ୍ଟ୍ରେନ୍ଥ ୨୬,୨୧୭ ଥିଲା। ଯେଉଁଥିରେ ମାତ୍ର ୪,୧୧୧ ଜଣ ମହିଳାଥିଲେ। ଏହା ମୋଟ ଅନୁପାତର ମାତ୍ରା ୧୫.୬ ପ୍ରତିଶତ। ଯଦି ଜାତୀୟ ସ୍ତରକୁ ଗଣନା କାରଯାଏ, ତେବେ ବିହାର ପୋଲିସରେ ମହିଳା ପୋଲିସଙ୍କ ସ୍ଥିତି ସୁଦୃଢ ଅଛି। କାରଣ ବିହାର ପୋଲିସ (Bihar Police) ରେ ୨୫.୩ ପ୍ରତିଶତ ମହିଳା ଅଛନ୍ତି।

ପୁର୍ବତନ ପୋଲିସ ମହାନିର୍ଦ୍ଦେଶକ ଗୋପାଳ ନନ୍ଦ (Ex-DGP Gopal Nanda) ଙ୍କ କହିବା ଅନୁସାରେ ୨୦୦୭-୦୮ରେ ଓଡିଶା ପୋଲିସରେ ମହିଳାଙ୍କ ଭାଗିଦାରୀ ବହୁତ କମ ଥିଲା। ବର୍ତ୍ତମାନ ସେଥିରେ କିଛିଟା ବୃଦ୍ଧି ହୋଇଛି। ସଂରକ୍ଷଣ, ଉର୍ଦ୍ଧିଷ୍ଟ କାମ ଓ କର୍ମଠ ମନୋଭାବ ମହିଳାଙ୍କ ମନୋଭାବ ଯୋଗୁଁ ଏହା ସମ୍ଭବ ହୋଇପାରିଛି। 

ସରକାରୀ ରିପୋର୍ଟ ଅନୁସାରେ, ଓଡିଶାରେ ଜନସଂଖ୍ୟା (Odisha Population)  ଅନୁପାତରେ ପୋଲିସ ସଂଖ୍ୟା ବହୁତ କମ। ଏବେବି ହଜାର ହଜାର ସଂଖ୍ୟକ ପଦବୀ ଖାଲି ପଡିଛି। ଅନ୍ୟପଟେ ପୋଲିସ ବିଭାଗରେ ମହିଳାଙ୍କ ନିଯୁକ୍ତି ଓ ଭାଗିଦାରୀ ଚିନ୍ତା ଜନକ। ଏଭଳିସ୍ଥିତିରେ ଦିନକୁ ଦିନ ରାଜ୍ୟରେ ଅପରାଧ ବୃଦ୍ଧି ପାଉଛି। ଅନେକ ସମୟରେ ମହିଳାଙ୍କ ସମସ୍ୟା ଶୁଣିବାକୁ ମହିଳା ପୋଲିସ ରହୁନାହାନ୍ତି। ଯାହା ଦୁଷ୍କର୍ମ, ଦୁର୍ବ୍ୟବହାର ପରି ମାମଲାର ତଦନ୍ତ ପ୍ରକ୍ରିୟାରେ ବାଧା ସୃଷ୍ଟି ହେଉଛି।