ଆସନ୍ତାକାଲି ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ Yellow Warning ଜାରି
Advertisement

ଆସନ୍ତାକାଲି ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ Yellow Warning ଜାରି

ଏହାସହ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ସୁନ୍ଦରଗଡ, କେଉଁଝର, ଦେଓଗଡ, ଓ ଯାଜପୁର ରେ ପ୍ରବଳ ବର୍ଷା ଏବଂ ବାଲେଶ୍ବର, କଟକ, ଖୋର୍ଦ୍ଧା, ପୁରୀ, ଗଂଜାମ, ଗଜପତି, ଝାରସୁଗୁଡା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଘଡଘଡି ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।

ଆସନ୍ତାକାଲି ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ Yellow Warning ଜାରି

ଶାନ୍ତସ୍ୱରୁପ ରାଉତ, ଭୁବନେଶ୍ୱର:  ପୁଣି ଏକ ଲଘୁଚାପ, ୪୮ ଘଣ୍ଟା ବର୍ଷିବ । ଗାଙ୍ଗୀୟ ପଶ୍ଚିମବଙ୍ଗ ଉପତ୍ୟକା ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପଶ୍ଚିମବଙ୍ଗ ତତସଂଲଗ୍ନ ଉତ୍ତର ଓଡିଶା ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି ଏବଂ ଏହି ଲଘୁଚାପ କ୍ଷେତ୍ର ସହ ଜଡିତ ଘୂର୍ଣ୍ଣିବଳୟ ସମୁଦ୍ର ପତ୍ତନଠାରୁ ବାୟୁମଣ୍ଡଳରେ ୫.୮ କିମି ଯାଏଁ ବ୍ୟାପିଛି । ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୪୮ ଘଣ୍ଟା ପର୍ଯ୍ୟନ୍ତ ପ୍ରବଳ ଓ ଅତି ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର। 

ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ଦୁଇ ଜିଲ୍ଲା ବାଲେଶ୍ବର (Balasore) ଓ ମୟୂରଭଞ୍ଜ (Mayurbhanj) ରେ ଅତି ପ୍ରବଳ ବର୍ଷା ନେଇ ଅରେଂଜ୍ ୱାର୍ଣ୍ଣିଂ  ସହ ବୁଢାବଳଙ୍ଗ ଓ ସୁବର୍ଣ୍ଣରେଖା ନଦୀରେ ଜଳସ୍ତର ବୃଦ୍ଧି ପାଇବା ଏବଂ ତଳିଆ ଅଞ୍ଚଳରେ ପାଣି ଜମିବା, ଟ୍ରାଫିକ ସମସ୍ୟା, ଡ୍ରେନେଜ ସମସ୍ୟା ଆଦି ଦେଖାଦେବାର ସମ୍ଭାବନା ରହିଛି । ଏହାସହ ଭଦ୍ରକ, କେନ୍ଦ୍ରାପଡା, ଜଗତସିଂହପୁର, ସୁନ୍ଦରଗଡ, କେଉଁଝର, ଦେଓଗଡ, ଓ ଯାଜପୁର ରେ ପ୍ରବଳ ବର୍ଷା ଏବଂ ବାଲେଶ୍ବର, କଟକ, ଖୋର୍ଦ୍ଧା, ପୁରୀ, ଗଂଜାମ, ଗଜପତି, ଝାରସୁଗୁଡା, ଅନୁଗୁଳ ଓ ଢେଙ୍କାନାଳ ଜିଲ୍ଲାରେ ଘଡଘଡି ବଜ୍ରପାତ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି କେନ୍ଦ୍ର ।

Also Read: ପ୍ରଦୀପଙ୍କୁ ଭିଜିଲାନ୍ସ ଅଡୁଆ: ୨୪ ଘଣ୍ଟା ଧରି ଘର ଘାଣ୍ଟିଲା Vigilance

ଏହାପରେ ଆସନ୍ତାକାଲି ମଧ୍ୟ ୬ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି । ଏହାପରେ ୨୦ ତାରିଖରୁ ପାଗରେ ପରିବର୍ତ୍ତନ ସମ୍ଭାବନା ରହିଛି । ସେହିପରି ସମୁଦ୍ର ଅଶାନ୍ତ ରହିବା ସହ ୬୦ କିଲୋମିଟର ବେଗରେ ଝଟକା ପବନ ବହିବା ହେତୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଗର୍ଭକୁ ପ୍ରବେଶ କରିବା ନେଇ ଧୀବର ମାନଙ୍କୁ ବାରଣ କରାଯାଇଛି । ଅପରପଟେ ପୂର୍ବରୁ ବଙ୍ଗୋପସାଗରରେ ଥିବା ଲଘୁଚାପ ଧିରେ ଧିରେ ଦୂର୍ବଳ ହେଉଛି ।