ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ! ଆସନ୍ତାକାଲି କାଳବୈଶାଖୀ, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
Advertisement

ବଙ୍ଗୋପସାଗରରେ ଆଉ ଏକ ଲଘୁଚାପ! ଆସନ୍ତାକାଲି କାଳବୈଶାଖୀ, ୨୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧୀରେ ଧୀରେ ଅଧିକ ସକ୍ରିୟ ହେଉଛି। ଦୁଇ ଦିନ ତଳେ କେରଳରେ ମୌସୁମୀ ଛୁଇଁ ଥିବାବେଳେ ଖୁବଶୀଘ୍ର ଓଡିଶା ଆସିବାକୁ ଯାଉଛି। 

 

ପ୍ରତିକାତ୍ମକ ଫଟୋ

ଭୁବନେଶ୍ୱର: ରାଜ୍ୟ ଗତ ଦୁଇ ଦିନ ଧରି ଭୀଷଣ ତାତିରେ ଆଉଟୁପାଉଟୁ ହେଉଛି। ତାପମାତ୍ରା ବୃଦ୍ଧି ଠାରୁ ଅସହ୍ୟ ଗୁଳଗୁଳି ଜନସାଧାରଣଙ୍କୁ ନାକେଦମ କରିଦଉଛି। ବିଶେଷ କରି ଆଭ୍ୟନ୍ତରୀଣ ଓ ଦକ୍ଷିଣ ଉପକୂଳ ଜିଲ୍ଲା ଗୁଡିକରେ ଏହାର ପ୍ରଭାବ ଅଧିକ ରହୁଛି। ସେପଟେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଧୀରେ ଧୀରେ ଅଧିକ ସକ୍ରିୟ ହେଉଛି। ଦୁଇ ଦିନ ତଳେ କେରଳରେ ମୌସୁମୀ ଛୁଇଁ ଥିବାବେଳେ ଖୁବଶୀଘ୍ର ଓଡିଶା ଆସିବାକୁ ଯାଉଛି। 

କେନ୍ଦ୍ରୀୟ ଆରବ ସାଗର ସମେତ କର୍ଣ୍ଣାଟକ ଓ ଗୋଆର ସମଗ୍ର ଉପକୂଳ ଏବଂ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ର ପ୍ରଦେଶ, ତାମିଲନାଡୁର କିଛି ଅଂଶରେ ପ୍ରବେଶ କରିଛି ମୌସୁମୀ (Monsoon) । ଆସନ୍ତା ୨୪ ଘଣ୍ଟାରେ ଏସବୁ ରାଜ୍ୟ ଗୁଡିକର ବାକି କିଛି ଅଂଚଳରେ ମଧ୍ୟ ସକ୍ରିୟ ହେବାର ସମ୍ଭବନା ରହିଛି। ସେପଟେ ଆସନ୍ତା ୧୧ ତାରିଖ ଆଡକୁ ବଙ୍ଗୋପସାଗରରେ ଏକ ଲଘୁଚାପ (Low Pressure) ସୃଷ୍ଟି ହେବାର ସମ୍ଭାବନା ଥିବାରୁ ତାହା ମୌସୁମୀ ବାୟୁକୁ ଓଡିଶା ଆଣିବାରେ ସହାୟକ ହେବ।

Also Read: ଯୁକ୍ତ ଦୁଇ ପରୀକ୍ଷା ବାତିଲ ପରେ ସରକାରଙ୍କୁ ଘାରିଛି ରେଜଲ୍ଟ ଚିନ୍ତା

 

ତେବେ ଆସନ୍ତା ୧୧ ତାରିଖ ଆଡକୁ ମୌସୁମୀ ବାୟୁ ଓଡିଶାର (Odisha) ଆସିବା ସମ୍ଭାବନା ରହିଛି। ତେବେ ଆସନ୍ତାକାଲି ସକାଳ ୮ଟା ୩୦ ସୁଦ୍ଧା ଆଭ୍ୟନ୍ତରୀଣ ଓ ଦକ୍ଷିଣ ଓଡ଼ିଶାର ୨୦ ଜିଲ୍ଲାରେ କାଳବୈଶାଖୀ ପ୍ରଭାବ ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି ହୋଇଛି। ଆସନ୍ତାକାଲି ଠାରୁ ଅଧିକାଂଶ ଜିଲ୍ଲାରେ କାଳବୈଶାଖୀର ପ୍ରଭାବ କମିବ। ପୁଣି ୮ ତାରିଖରୁ ଅଧିକାଂଶ ସ୍ଥାନରେ ଘଡଘଡି ବିଜୁଳି ସହ ବର୍ଷା ପରିମାଣ ବୃଦ୍ଧି ପାଇବ।