ଘୂର୍ଣ୍ଣିବଳୟ ସକ୍ରିୟ; ପ୍ରବଳ ବର୍ଷା ନେଇ ୪ ଜିଲ୍ଲା ପାଇଁ Yellow Warning ଜାରି
Advertisement

ଘୂର୍ଣ୍ଣିବଳୟ ସକ୍ରିୟ; ପ୍ରବଳ ବର୍ଷା ନେଇ ୪ ଜିଲ୍ଲା ପାଇଁ Yellow Warning ଜାରି

ଆସନ୍ତା  ୮ ତାରିଖରୁ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି।

ଫଟୋ ସୌଜନ୍ୟ: ଟ୍ୱିଟର@mcbbsr

ଭୁବନେଶ୍ୱର: ରାଜ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ହୋଇଥିବା ମୌସୁମୀ ଦୁର୍ବଳ ରହିଛି। ଆସନ୍ତା ୨୪ ଘଣ୍ଟାରେ ୪ ଜିଲ୍ଲା ପାଇଁ ଜାରି ହୋଇଛି ୟେଲୋ ଆଲର୍ଟ। ବଙ୍ଗୋପ ସାଗରରେ ସୃଷ୍ଟ ଲଘୁଚାପ ଶୁକ୍ରବାର ଦକ୍ଷି ଣପୂର୍ବ ବାଂଲାଦେଶ ଏବଂ ଏହାର ଆଖପାଖରେ ସକ୍ରିୟ ରହିଛି। 

ଏହାର ପ୍ରଭାବରେ ଆସନ୍ତାକାଲି ସକାଳ ୮ଟା ୩୦ ମଧ୍ୟରେ ରାଜ୍ୟର କୋରାପୁଟ, ମାଲକାନଗିରି, ରାୟଗଡା, ମୟୂରଭଞ୍ଜ ଆଦି ୪ ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ଏବଂ କେଉଁଝର, ଅନୁଗୁଳ, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ, ଗଞ୍ଜାମ, ଗଜପତି, କନ୍ଧମାଳ ଜିଲ୍ଲାରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା (Light to Moderate Rainfall) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର (Bhubaneswar Meteorological Centre)। 

Also Read: ୫ ଜିଲ୍ଲାରେ ପ୍ରବଳ ବର୍ଷା ନେଇ ସତର୍କ ସୂଚନା ଜାରି

ସେହିପରି ଆସନ୍ତାକାଲି ୧୦ ଜିଲ୍ଲାକୁ ବିଜୁଳି ଘଡଘଡି (Lightning) ନେଇ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଏହାପରେ ୮ ତାରିଖରୁ ପାଗ ଶୁଖିଲା ରହିବାର ସମ୍ଭାବନା ରହିଛି। ସେପଟେ ଗତ ୨୪ ଘଣ୍ଟାରେ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ (South West Monsoon) ବାୟୁ ଦୁର୍ବଳ ରହିଛି।