ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।
Trending Photos
ଭୁବନେଶ୍ୱର: ବର୍ଷାରୁ ନାହିଁ ନିସ୍ତାର ଆଉ ଏହାର ପ୍ରଭାବକୁ ନଜରରେ ରଖି ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ଜାରି ହୋଇଛି ୟଲୋ ୱାର୍ଣ୍ଣିଂ। ଉତ୍ତର-ପଶ୍ଚିମ ବିହାର ଠାରୁ ଦକ୍ଷିଣ ଛତିଶଗଡ ପର୍ଯ୍ୟନ୍ତ ଝାଡ଼ଖଣ୍ଡ ମଧ୍ୟ ଦେଇ ସମୁଦ୍ର ପତ୍ତନ ଠାରୁ ଗୋଟିଏ ନିମ୍ନ ଚାପ ଅର୍ଥାତ ଟ୍ରଫ୍ ଲାଇନ ଲମ୍ବିଛି। ଏହା ସହ ଗତକାଲିର ସମୁଦ୍ର ପତ୍ତନରେ ଥିବା ଟ୍ରଫ୍ ଲାଇନ ଉତ୍ତର ପୂର୍ବ ବଙ୍ଗୋପସାଗର ଯାଏଁ ଲମ୍ବିଛି।
ଯାହାର ପ୍ରଭାବରେ ରାଜ୍ୟରେ ଆଗାମୀ ୨୪ ଘଣ୍ଟା ମଧ୍ୟରେ କେତେକ ଜିଲ୍ଲାରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଆସନ୍ତାକାଲି ସକାଳ ସାଢେ ୮ଟା ମଧ୍ୟରେ ଗଞ୍ଜାମ, ପୁରୀ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ବର, କଟକ, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ବରଗଡ, ମାଲକାନଗିରି, କୋରାପୁଟ ଆଦି ୧୪ ଜିଲ୍ଲାରେ ପ୍ରବଳ ବର୍ଷା (Heavy Rain) ନେଇ ୟେଲୋ ୱାର୍ଣ୍ଣିଂ (Yellow Warning) ଜାରି କରିଛି ପାଣିପାଗ ବିଜ୍ଞାନ କେନ୍ଦ୍ର।
Also Read: ପ୍ରବଳ ବର୍ଷା ନେଇ ୟେଲୋ ୱାର୍ଣ୍ଣିଂ; ୧୨ ଜିଲାରେ ହୋଇଛି ସ୍ୱାଭାବିକ ଠାରୁ ଅଧିକ ବର୍ଷା
ସେହିପରି ଆସନ୍ତାକାଲି ୧୦ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ସେପଟେ ମୌସୁମୀ (Monsoon) ସ୍ଥିତି ମୁତାବକ ଚଳିତ ମାସ ପହିଲାରୁ ୨୩ ତାରିଖ ମଧ୍ୟରେ ୭ ପ୍ରତିଶତ ଅଧିକ ବର୍ଷା ରେକର୍ଡ ହୋଇଛି। ଏହା ସହିତ ୭ ଜିଲ୍ଲାରେ ନିଅଣ୍ଟିଆ, ୩ ଜିଲ୍ଲାରେ ଅତ୍ୟଧିକ, ୯ ଜିଲ୍ଲାରେ ସ୍ୱାଭାବିକ ଠାରୁ ୨୦-୫୯ ପ୍ରତିଶତ ଯାଏଁ ଅଧିକ ବର୍ଷା ଏବଂ ଅବଶିଷ୍ଟ ୧୧ ଜିଲ୍ଲାରେ ସ୍ୱାଭାବିକ ବର୍ଷା ହୋଇଥିବା ଭୁବନେଶ୍ୱର ପାଣିପାଗ କେନ୍ଦ୍ର (Bhubaneswar Metrological Centre) ପକ୍ଷରୁ ସୂଚନା ଦିଆଯାଇଛି।