Advertisement
Article Detail0/zeeodisha/odisha699302
Zee OdishaBhubneshwarଜଳରେ ଯୋଗ

ଜଳରେ ଯୋଗ

ଭୁବନେଶ୍ୱର ବିନ୍ଦୁ ସାଗରରେ ଆଜି ଭାସମାନ ଅବସ୍ଥାରେ ବିଭିନ୍ନ ପ୍ରକାରର ଯୋଗ ଓ ପ୍ରାଣାୟମ କରି ତାର ଶୈଳି ଦେଖାଇଛନ୍ତି ।

ଜଳରେ ଯୋଗ

ଶାନ୍ତସ୍ୱରୂପ ରାଉତ, ଭୁବନେଶ୍ୱର: ଜଳରେ ଯୋଗ । ଆଜି ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଶରୀର ଫିଟ୍ ରଖିବା ପାଇଁ ଲୋକେ ଯୋଗାଭ୍ୟାସ ଓ ପ୍ରାଣାୟମ କରୁଛନ୍ତି । ତେବେ ଯୋଗ କେବଳ ଆଜି ଦିନକ ପାଇଁ ନୁହେଁ ବରଂ ପ୍ରତ୍ୟେକ ଦିନ କରିବା ଦ୍ବାରା ଶରୀର ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିଥାଏ । ଏହାସହ ମାନସିକ ଚାପ ଓ ରୋଗରୁ ଉପଶମ ମିଳିଥାଏ । ସାଧାରଣତଃ ଭୂମି ବା ଚଟାଣ ଉପରେ ଅଧିକାଂଶ ଲୋକ ଯୋଗ କରନ୍ତି, କିନ୍ତୁ ଜଳ ରାଶିରେ ଯୋଗ କରିବାର ପ୍ରତିଭା ଦେଖାଇଛନ୍ତି ଭୁବନେଶ୍ୱରର ଯୁବକ ଅଶୋକ କୁମାର ବରାଳ ।

ଭୁବନେଶ୍ୱର ବିନ୍ଦୁ ସାଗରରେ ଆଜି ଭାସମାନ ଅବସ୍ଥାରେ ବିଭିନ୍ନ ପ୍ରକାରର ଯୋଗ ଓ ପ୍ରାଣାୟମ କରି ତାର ଶୈଳି ଦେଖାଇଛନ୍ତି । କୋରୋନା ମହାମାରି ସମୟରେ ନିଜର ରୋଗ ପ୍ରତିରୋଧ ଶକ୍ତି ବଢାଇବାକୁ କୁହାଯାଉଥିବା ବେଳେ ଅନୁଲମ ବିଲମ ଓ କପାଲଭାତୀ ଦ୍ୱାରା ଏହା ସହାୟକ ହେବ ବୋଲି ଅଶୋକ କହିଛନ୍ତି । ତେବେ ସ୍ଥଳ ଓ ଜଳ ରେ ଯୋଗ କରିବାର ଉଦ୍ଦଶ୍ୟ ଓ ଏହାର ଫାଇଦା କଣ, କେତେ ଆବଶ୍ୟକତା ରହିଛି । ଏନେଇ ତାଙ୍କ ସହ ସବିଶେଷ ଆଲୋଚନା କରିଛନ୍ତି ଆମ ଭୁବନେଶ୍ବର ପ୍ରତନିଧି ଶାନ୍ତସ୍ୱରୂପ ରାଉତ ।

Add Zee News as a Preferred Source
About the Author