ଉତ୍କଳ ବିଶ୍ୱବିଦ୍ୟାଳୟ ଛାତରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ, ଉଦ୍ଧାର ପାଇଁ ନାକେଦମ ଅଗ୍ନିଶମ ବିଭାଗ
Advertisement

ଉତ୍କଳ ବିଶ୍ୱବିଦ୍ୟାଳୟ ଛାତରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ, ଉଦ୍ଧାର ପାଇଁ ନାକେଦମ ଅଗ୍ନିଶମ ବିଭାଗ

ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଯୁବକଙ୍କ ଉନ୍ମକ୍ତ କାଣ୍ଡ । ଛାତ ଉପରକୁ ଚଢି ଆତ୍ମହତ୍ୟା ଧମକ । ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଚଢି ଏଭଳି ଆତ୍ମହତ୍ୟା ଧମକ ଦେଉଥିଲେ ଯୁବକ । ତେବେ ଘଟଣା ସ୍ଥଳରେ  ଅଗ୍ନିଶମ ବାହିନୀ ପହଞ୍ଚି କ୍ରେନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ରହିଛି । 

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ୱର

ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସରେ ଯୁବକଙ୍କ ଉନ୍ମକ୍ତ କାଣ୍ଡ । ଛାତ ଉପରକୁ ଚଢି ଆତ୍ମହତ୍ୟା ଧମକ । ବିଶ୍ୱବିଦ୍ୟାଳୟ ପରିସରରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରେ ଚଢି ଏଭଳି ଆତ୍ମହତ୍ୟା ଧମକ ଦେଉଥିଲେ ଯୁବକ । ତେବେ ଘଟଣା ସ୍ଥଳରେ  ଅଗ୍ନିଶମ ବାହିନୀ ପହଞ୍ଚି କ୍ରେନ ସାହାଯ୍ୟରେ ଉଦ୍ଧାର କାର୍ଯ୍ୟ ରହିଛି । 

ଆସନ୍ତାକାଲି ଉତ୍କଳ ବିଶ୍ୱବିଦ୍ୟାଳୟରେ ପ୍ଲାଟିନମ୍ ଜୁବଲି ପାଳନ ହେବ । ଆଉ ଠିକ ଏହାର ଦିନକ ପୂର୍ବରୁ ଏବେ ଉଠୁଛି ପଡୁଛି ବାଣୀ ବିହାର କ୍ୟାମ୍ପସ । କାହିଁକିନା କ୍ୟାମ୍ପସ ପରିସରରେ ଥିବା ପରିଜା ଲାଇବ୍ରେରୀ ଛାତ ଉପରକୁ ଚଢି ଆତ୍ମହତ୍ୟା କରିବାକୁ ଧମକ ଦେଉଛନ୍ତି ଯୁବକ । ଯାହାକୁ ତଳକୁ ଓହ୍ଲାଇବା ପାଇଁ ପୋଲିସ ଓ ଅଗ୍ନିଶମ ବାହିନୀ ନାକେଦମ ହେଲେଣି । 

କାହିଁକି ଯୁବକ ଏପରି ଆତ୍ମହତ୍ୟା ଧମକ ଦେଉଛନ୍ତି, ତାହା ଅସ୍ପଷ୍ଟ ରହିଛି । ଯୁବକଙ୍କ ପରିଚୟ ମଧ୍ୟ ମିଳିନାହିଁ ।  ପ୍ଲାଟିନମ୍ ଜୁବଲି ପାଳନ ହେବ। ପାଇଁ ପରିଜା ଲାଇବ୍ରେରୀରେ ରଙ୍ଗ ଦିଆଯାଉଥିଲା। ତେବେ ରଙ୍ଗଦିଆ ସିଡିରେ ଯୁବକ ଜଣକ ଛାତ ଉପରକୁ ଚଢିଥିବା ଅନୁମାନ କରାଯାଉଛି ।