close

खास खबरें सिर्फ आपके लिए...हम खासतौर से आपके लिए कुछ चुनिंदा खबरें लाए हैं. इन्हें सीधे अपने मेलबाक्स में प्राप्त करें.

ଓଡ଼ିଆ ଆଲବମ୍ ଗୀତ ପାଇଁ ସଞ୍ଜିବନୀ ସାଜିଛି 'ୟୁଟ୍ୟୁବ୍'

ପୁଣିଥରେ ଆଲବମ୍ ଗୀତର ଲୋକପ୍ରିୟତା ବଢ଼ାଇଛି 'ୟୁଟ୍ୟୁବ୍' । ଖାଲି ଲୋକପ୍ରିୟତା ନୁହେଁ  ଅନେକ କଳାକାରଙ୍କ ପାଇଁ ଭଲ ରୋଜଗାରର ମାଧ୍ୟମ ମଧ୍ୟ ପାଲଟିଛି । ଯେହେତୁ ଏବେ ସୋସିଆଲ ମିଡିଆର ଯୁଗ ତେଣୁ, ୟୁଟ୍ୟୁବରେ ଓଡ଼ିଆ ଗୀତକୁ ଲୋକେ ଏବେ ଢେର ପସନ୍ଦ କରୁଛନ୍ତି ।

ଓଡ଼ିଆ ଆଲବମ୍ ଗୀତ ପାଇଁ ସଞ୍ଜିବନୀ ସାଜିଛି  'ୟୁଟ୍ୟୁବ୍'
source: social media

ତପସ୍ୱିନୀ ମହାଳିକ, ଭୁବନେଶ୍ୱର: ଓଡ଼ିଶାରେ ଦିନେ ଚହଳ ସୃଷ୍ଟି କରିଥିଲା ଓଡ଼ିଆ ଆଲବମ୍ କ୍ୟାସେଟ୍ । ଓଡ଼ିଆ ଚଳଚ୍ଚିତ୍ରର ଗୀତ ଗୁଡ଼ିକୁ ଲୋକେ ଯେତିକି ପସନ୍ଦ କରୁଥିଲେ, ଆଲବମ୍ ଗୀତକୁ ମଧ୍ୟ ସେତିକି ପସନ୍ଦ କରାଯାଉଥିଲା, ତେଣୁ  ଲୋକମାନଙ୍କ ମନକୁ ଛୁଁଇଲା ଭଳି ଗୀତ ମଧ୍ୟ ଲେଖୁଥିଲେ ଗୀତିକାର । କିନ୍ତୁ ପରେ ଧିରେ ଧିରେ ପ୍ରାୟ ଗତ ଦଶ,ପନ୍ଦର ବର୍ଷ ହେବ ଓଡ଼ିଆ ଆଲବମ ଗୀତର ଆଦୃତ କମିକମି ଆସିଛି । କହିବାକୁ ଗଲେ  ମରିମିରି ଯାଉଥିବା ଓଡ଼ିଆ ଆଲବମ୍ ବଞ୍ଚିବା ପାଇଁ ସତେ ଯେମିତି ରାହା ଖୋଜୁଥିଲା । ଆଉ ଏବେ ସଞ୍ଜିବନା ସାଜି ଓଡ଼ିଆ ଆଲବମ୍ ଜଗତକୁ ନୂଆ ଜୀବନ ଓ ନୂଆ ପରିଚୟ ଦେଇଛି 'ୟୁଟ୍ୟୁବ୍' ।  

ଆଜ୍ଞା ହଁ ଏବେ ପୁଣିଥରେ ଆଲବମ୍ ଗୀତର ଲୋକପ୍ରିୟତା ବଢ଼ାଇଛି 'ୟୁଟ୍ୟୁବ୍' । ଖାଲି ଲୋକପ୍ରିୟତା ନୁହେଁ  ଅନେକ କଳାକାରଙ୍କ ପାଇଁ ଭଲ ରୋଜଗାରର ମାଧ୍ୟମ ମଧ୍ୟ ପାଲଟିଛି । ଯେହେତୁ ଏବେ ସୋସିଆଲ ମିଡିଆର ଯୁଗ ତେଣୁ, ୟୁଟ୍ୟୁବରେ ଓଡ଼ିଆ ଗୀତକୁ ଲୋକେ ଏବେ ଢେର ପସନ୍ଦ କରୁଛନ୍ତି । ଏଥିପାଇଁ ଗୀତିକାର, ସଂଗୀତ ନିର୍ଦ୍ଦେଶକ, କଣ୍ଠଶିଳ୍ପୀ ଏବଂ ଯୁବ ଅଭିନେତା ଓ ଅଭିନେତ୍ରୀମାନେ ବେଶ  ଉତ୍ସାହିତ ମଧ୍ୟ ଅଛନ୍ତି । ଏବେକାର ଓଡ଼ିଆ ଆଲବମ୍ ଗୀତଗୁଡ଼ିକ କେବଳ ୟୁଟ୍ୟୁବ ନୁହେଁ ସବୁ ସୋସିଆଲ ମିଡିଆରେ ଟ୍ରେଣ୍ଡ କରୁଛି । 

ଗତ କିଛି ବର୍ଷ ହେବ ଆଲବମ୍ ଜଗତ ନିଜର ଲୋକପ୍ରିୟତା ହରାଇବା ସହିତ, ଅନେକ କଳାକାର ନିଜର କ୍ୟାରିୟର ଓ ରୋଜଗାର ନେଇ ଚିନ୍ତିତ ଥିଲେ । ଧୀରେ ଧୀରେ ଆଲବମ୍ ଜଗତର ଲୋକପ୍ରିୟତା କମିବା ପରେ କେତକ ଆଲବମ୍ କୁଇନ୍ ଓ ଆଲବମ୍ ହିରୋ ମାନେ ମଧ୍ୟ ସବୁଦିନ ପାଇଁ ଅଭିନୟ ଜଗତକୁ ବାଏ ବାଏ କରିଦେଇଛନ୍ତି । ଜାଇଫୁଲ, ଗାଁ ମଝିରେ ଚାନ୍ଦିନି , ତୋର କୃଷ୍ଣଚୂଡ଼ା ରଙ୍ଗର ନାଲି ଓଢ଼ଣୀ, ଚିରିଦେବା ଆଗରୁ ଚିଠି ଥରେ ପଢ଼ି ଦେଖ, ତୋତେ ମୋର ରାଣ ଦେଲି ଆଲୋ ବାଇ ଚଢ଼େଇ, ବାଟରେ ଚାଲୁଚାଲୁ ଚାଲୁ କେବେ କିଏ ଦେଖା ହୁଏ, ଷୋହଳଟି ଫଗୁଣ ଆସି ତୋତେ ଛୁଇଁ ଦେଲାପରେ, ନାଲି ସାଢ଼ି ପାନ୍ଧି ଯେବେ ଯାଉ ମତେ କଣେଇ କଣେଇ ଚାହୁଁ, ତୋ ଖାଲି ପାଦ ଚାଲି ମୋତେ ଭଲ ଲାଗୁନି, ତୁ ଦିନରେ ଖରେ ତୁ ରାତିରେ ତାରା ଇତ୍ୟଦି ଅନେକ ଅଛି ଯେହା ସେତେବେଳେ ହଇଚଇ ସୃଷ୍ଟି କରିଥିଲା ।

କିନ୍ତୁ ପରବର୍ତ୍ତି ସମୟରେ ଆଲବମ ଗୀତ ହଠାତ୍ ନିଜର ଲୋକପ୍ରିୟତା ହରାଇବାକୁ ବସିଲା । କିନ୍ତୁ ଏବେ ମରିଯାଇଥିବା ଓଡ଼ିଆ ଆଲବମକୁ ନୁଆ ଜୀବନ ଦେବଲା 'ୟୁଟ୍ୟୁବ୍' ।