ଭୁବନେଶ୍ୱର: ମହାମାରୀ କୋରୋନା ଗ୍ରାଫରେ ଲାଗୁନି ଲଗାମ। ରାଜ୍ୟରେ ପ୍ରତ୍ୟେକ ଦିନ ପ୍ରାୟ ୬୦୦ରୁ ୮୦୦ ନୂଆ ଆକ୍ରାନ୍ତ ଯୋଡି ହେଉଛନ୍ତି। ଦୈନିକ ପଜିଟିଭିଟି ହାର ୩.୯୨%ରୁ ୫.୧୫%କୁ ବୃଦ୍ଧି ପାଇଛି। ଅନ୍ୟପଟେ ରାଜ୍ୟ କୋରୋନା ଟିକାକରଣରେ ଏକ ନୂଆ ମାଇଲଖୁଣ୍ଟ ଛୁଇଁଛି। ଓମିକ୍ରନ ମାମଲା ୬୧କୁ ବୃଦ୍ଧି ପାଇଥିବା ବେଳେ ଜଣଙ୍କର ମୃତ୍ୟୁ ହୋଇଥିବା କୁହାଯାଉଛି।


COMMERCIAL BREAK
SCROLL TO CONTINUE READING

ରାଜ୍ୟରେ ଦିନକରେ ଆଉ ୩୬୭୯ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଂଗରୋଧରୁ ୨୧୪୮ ଓ ସ୍ଥାନୀୟ ଅଞ୍ଚଳରୁ ୧୫୩୧ ନୂଆ ସଂକ୍ରମିତ ବାହାରିଛନ୍ତି। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୩୮୪ ଜଣ ୧୮ ବର୍ଷରୁ କମ୍‌ ବୟସ୍କ ଅଛନ୍ତି। ଶନିବାର ସୁଦ୍ଧା ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦,୬୬,୧୫୫କୁ ପହଞ୍ଚିଛି। ଏଯାଏ ୧୦,୪୫, ୯୭୧ ରୋଗୀ ଆରୋଗ୍ୟ ହୋଇଥିବା ବେଳେ ୧୧୬୬୩ ଜଣ ଏବେ ବି ଚିକିତ୍ସାଧୀନ ଅଛନ୍ତି।


Also Read: କାଳିଆ ଘରେ କୋରୋନା! ଭକ୍ତଙ୍କୁ ୨୨ ଦିନ ଶ୍ରୀମନ୍ଦିର ମନା, ଶୀତଳ ପଡ଼ିବ ସ୍ୱର୍ଗଦ୍ୱାର


କେଉଁ ଜିଲ୍ଲାରେ କେତେ କୋରୋନା ସଂକ୍ରମିତ ଅଛନ୍ତି?


୧. ଅନୁଗୋଳ: ୫୫
୨. ବାଲେଶ୍ବର: ୧୪
୩. ବରଗଡ: ୪୮
୪. ଭଦ୍ରକ: ୧୮
୫. ବଲାଙ୍ଗୀର: ୩୫
୬. ବୌଦ୍ଧ: ୨
୭. କଟକ: ୩୧୦
୮. ଦେଓଗଡ: ୨୦
୯. ଢେଙ୍କାନାଳ: ୫
୧୦. ଗଜପତି: ୧୫
୧୧. ଗଞ୍ଜାମ: ୪୨
୧୨. ଜଗତସିଂହପୁର: ୧୭
୧୩. ଯାଜପୁର: ୭୮
୧୪. ଝାରସୁଗୁଡା: ୧୩୪
୧୫. କଳାହାଣ୍ଡି: ୧୩
୧୬. କନ୍ଧମାଳ: ୬
୧୭. କେନ୍ଦ୍ରାପଡା: ୧୦
୧୮. କେନ୍ଦୁଝର: ୪୪
୧୯. ଖୋର୍ଦ୍ଧା: ୧,୨୨୩
୨୦. କୋରାପୁଟ: ୩୬
୨୧. ମୟୂରଭଞ୍ଜ: ୮୦
୨୨. ନବରଙ୍ଗପୁର: ୪୪
୨୩. ନୟାଗଡ଼: ୧୦
୨୪. ନୂଆପଡା: ୨୩
୨୫. ପୁରୀ: ୧୦୦
୨୬. ରାୟାଗଡା: ୨୧
୨୭. ସମ୍ବଲପୁର: ୩୭୨
୨୮. ସୋନପୁର: ୩୩
୨୯. ସୁନ୍ଦରଗଡ: ୫୮୨
୩୦. ରାଜ୍ୟ ପୁଲ୍: ୨୮୯ 


Also Read: Omicronର ଏହି ୫ ଟି ଲକ୍ଷଣ ବିଷୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଲା AIIMS


ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟକେ କୌଣସି ବ୍ୟକ୍ତିଙ୍କ ମୃତ୍ୟୁ କୋରୋନାରେ ହୋଇନାହିଁ। ବର୍ତ୍ତମାନ ସୁଦ୍ଧା ୮୪୬୮ ଜଣ ମହାମାରୀରେ ଜୀବନ ହାରିଛନ୍ତି। ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ମଧ୍ୟରେ ବାହାର ରାଜ୍ୟରୁ ୨୮୯ ଜଣ ଅଛନ୍ତି। ଅନ୍ୟପଟେ ରାଜ୍ୟରେ ୨୬୦୩୪୪୬୯ଟି କୋରୋନା ଟେଷ୍ଟ ହୋଇଥିବା ବେଳେ ତିନି କୋଟିରୁ ଊର୍ଦ୍ଧ୍ୱ ଟିକାକରଣ ହୋଇଛି। ସେହପରି ରାଜ୍ୟର ବିଭିନ୍ନ ଜିଲ୍ଲାରେ ମୋଟ ୪୩ଟି କଣ୍ଟେନମେଣ୍ଟ ଜୋନ ହୋଇଛି, ଯେଉଁଥିରେ କେବଳ ୧୮ଟି ଜୋନ ଭୁବନେଶ୍ୱରରେ ଅଛି।