Advertisement
Article Detail0/zeeodisha/odisha667013

ଆଜିଠୁ ଜୀ ଓଡ଼ିଶାର Live କ୍ଲାସ: ଫୋନ୍ କରନ୍ତୁ, ପ୍ରଶ୍ନ ପଚାରନ୍ତୁ...

ସ୍କୁଲ ଯାଇପାରୁନାହାଁନ୍ତି ତ ? ପ୍ରତ୍ୟେକ ବିଷୟକୁ ପ୍ରଞ୍ଜଳ ଭାବେ ବୁଝାଇବୁ ଆମେ

ଫଟୋ ସୌଜନ୍ୟ: ଜୀ ମିଡିଆ
ଫଟୋ ସୌଜନ୍ୟ: ଜୀ ମିଡିଆ

ଭୁବନେଶ୍ୱର: ଲକଡାଉନ୍ ସମୟ । କୋରୋନା ଯୋଗୁଁ ସ୍କୁଲ ବନ୍ଦ ।  ସିଧାସଳଖ ଶିକ୍ଷକଙ୍କ ପାଖରୁ ଶିକ୍ଷାଗ୍ରହଣ କରିବା ଏବେ ସମ୍ଭବ ନୁହେଁ । ଯାହା ହେଉଛି, କେବଳ ଅନଲାଇନ୍ କ୍ଲାସ୍ ମାଧ୍ୟମରେ । ତେବେ ଏସବୁ ସତ୍ତ୍ୱେ ମଧ୍ୟ ଛାତ୍ରଛାତ୍ରୀଙ୍କ ଭିତରେ କିଛି ଡାଉଟ୍ ରହିଯାଉଥିବ । ଯଦି ହଁ, ତେବେ ମଧ୍ୟ ବ୍ୟସ୍ତ ହୁଅନ୍ତୁ ନାହିଁ । ଆପଣଙ୍କ ସହ ଅଛି ଜୀ ଓଡ଼ିଶା । ପ୍ରତ୍ୟେକ ବିଷୟକୁ ଅତି ପ୍ରାଞ୍ଜଳ ଭାବେ ବୁଝାଇବୁ ଆମେ । ଜୀ ଓଡ଼ିଶା ଷ୍ଟୁଡିଓରେ ବସିବେ ଅଭିଜ୍ଞ ଶିକ୍ଷକ । ପ୍ରଶ୍ନ ପଚାରିବେ ଛାତ୍ରଛାତ୍ରୀ, ଉତ୍ତର ରଖିବେ ଶିକ୍ଷକ । କାହିଁକିନା ଦଶମ ଓ ଏକାଦଶ ଛାତ୍ରଛାତ୍ରୀଙ୍କ ପାଇଁ ଜୀ ଓଡ଼ିଶା ଆଜିଠୁ ଆରମ୍ଭ କରୁଛି Live କ୍ଲାସ । ଏବେ ଆପଣଙ୍କ ଟିଭି ପରଦାରେ ଆପଣ ପଚାରୁଥିବା ପ୍ରଶ୍ନର ଉତ୍ତର ମିଳିବ । 

ଛାତ୍ରଛାତ୍ରୀଙ୍କ ପାଠପଢ଼ାରେ ସାମିଲ ହେଲା ଜୀ ଓଡ଼ିଶା । ଆଜିଠୁ ଦଶମ ଓ ଏକାଦଶ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ପାଇଁ ଜୀ ଓଡ଼ିଶା ଆରମ୍ଭ କରୁଛି Live କ୍ଲାସ । ପ୍ରତ୍ୟେକ ଦିନ ୧୨ଟାରୁ ୦୧ ପର୍ଯ୍ୟନ୍ତ ଏହି କ୍ଲାସ ହେବ । ଜଣେ ଜଣେ ଅଭିଜ୍ଞ ଶିକ୍ଷକ ଆମ ଷ୍ଟୁଡିଓରେ ଉପସ୍ଥିତ ରହିବେ । ପ୍ରଥମ ୨୦ ମିନିଟ ଅର୍ଥାତ ୧୨ଟାରୁ ୧୨.୨୦ ପର୍ଯ୍ୟନ୍ତ ଆପଣଙ୍କ ପାଠ୍ୟକ୍ରମର ଗୋଟିଏ ଗୋଟିଏ ବିଷୟକୁ ଅତି ପ୍ରାଞ୍ଜଳ ଭାବେ ଶିକ୍ଷକ ବୁଝାଇବେ । ପରବର୍ତ୍ତୀ ୪୦ ମିନିଟ ଛାତ୍ରଛାତ୍ରୀମାନେ ସମ୍ପୃକ୍ତ ବିଷୟରେ ପ୍ରଶ୍ନ ପଚାରିପାରିବେ । ଆପଣଙ୍କ ଭିତରେ ଯାହାସବୁ ଡାଉଟ୍ ଥିବ, ଆମେ ତାକୁ ଦୂର କରିବୁ । ଅତି ସହଜ ଏବଂ ସରଳ ଭାଷାରେ । 

fallback

Add Zee News as a Preferred Source

ତେବେ ଆପଣ ଚାହିଁଲେ, ଏବେଠୁ ପଞ୍ଜୀକୃତ ହୋଇପାରିବେ । ଆମ ନମ୍ବର- ୦୬୭୪୨୭୨୦୨୫୯ । ତେବେ ଛାତ୍ରଛାତ୍ରୀଙ୍କୁ ଅନୁରୋଧ, ଗୋଟିଏ ଜିନିଷ ଉପରେ ନିଶ୍ଚିତ ଧ୍ୟାନ ଦେବେ । ଲାଇଭ୍ କ୍ଲାସ ବେଳେ ଫୋନ କରୁଥିଲେ, ନିଜ ଟିଭିର ଭଲିୟମକୁ କମ୍ ରଖିବେ । ଫଳରେ ଆପଣ ପଚାରିବାକୁ ଚାହୁଁଥିବା ପ୍ରଶ୍ନ ଠିକ୍ ଭାବରେ ଆମେ ଶୁଣିପାରିବୁ । ଆପଣ ଆମକୁ ଫୋନ କରନ୍ତୁ, ଅଭିଜ୍ଞ ଶିକ୍ଷକଙ୍କ ସହ କଥା ହୁଅନ୍ତୁ । 

About the Author