)
ଭୁବନେଶ୍ୱର: ଷଷ୍ଠ ରାଉଣ୍ଡରେ ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ୨୧ହଜାର ୯୯୫ ଭୋଟରେ ଆଗୁଆ ରହିଛନ୍ତି। ସବୁଦାୟ ୩୦ ହଜାର ୬୪୧ େଭାଟ ପାଇଥିବା ସୂଚନା ମିଳିଛି। ତାଙ୍କ ପଛରେ ରହିଛନ୍ତି ବିଜେଡି ପ୍ରାର୍ଥୀ। କିନ୍ତୁ ଦ୍ୱିତୀୟ ଓ ତୃତୀୟ ପ୍ରାର୍ଥୀଙ୍କ ଭିତରେ ୧୪୫ ଖଣ୍ଡ ଭୋଟର ତଫାତ ରହିଛି। ଅର୍ଥାତ୍ ଦ୍ୱିତୀୟ ସ୍ଥାନରେ ରହିବା ପାଇଁ କଂଗ୍ରେସ ଘାସିରାମ ମାଝି ଓ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀଙ୍କ ଭିତରେ ପ୍ରତିଦ୍ୱନ୍ଦ୍ୱିତା ଚାଲିଛି।
ପଞ୍ଚମ ରାଉଣ୍ଡ ଗଣତିରେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ କ୍ରମାଗତ ଭାବେ ପଛରେ ରହିଥିଲେ। ନିର୍ବାଚନ କମିଶନଙ୍କ ତଥ୍ୟ ଅନୁସାରେ ଏଂି ରାଉଣ୍ସେଡ ସୁଦ୍ଧା ୧୫ ହଜାର ୧୯୫ ଭୋଟ ପାଇଛନ୍ତି। ନିକଟସ୍ଥା ପ୍ରାର୍ଥୀ ହେଉଛନ୍ତି କଂଗ୍ରେସର ଘାସିରାମ ମାଝି। ଯିଏ ୬୭୯୭ ଭୋଟ ପାଇଛନ୍ତି ଏବଂ ୧୮୩୯୮ ଭୋଟ ପଛରେ ଚାଲିଛନ୍ତି। ବିଜେଡିର ସ୍ନେହାଙ୍ଗିନୀମାତ୍ର ୬୫୩୮ ଭୋଟ ପାଇଛନ୍ତି।
୨୦୨୪ ନିର୍ବାଚନରେ ବିଜେଡି ପ୍ରାର୍ଥୀ ରାଜେନ୍ଦ୍ର ଢୋଲକିଆ ନିର୍ବଚନ ଜିତିଥିଲେ। ସେ ମାତ୍ର ୧୦ ହଜାର ୮୦୦ ଭୋଟରେ ଜୟଯୁକ୍ତ ହୋଇଥିଲେ। ସେତେବେଳେ ବି ନିକଟସ୍ଥ ପ୍ରାର୍ଥୀ ଥିଲେ ଘାସିରାମ ମାଝି। ସେ ସ୍ୱାଧୀନ ଭାବେ ଲଢ଼ୁଥିଲେ।
ଯଦିଓ ଆହୁରି ୨୧ଟି ରାଉଣ୍ଡ ଗଣତି ବାକି ରହିଛି କିନ୍ତୁ ଏହି ଟ୍ରେଣ୍ଡ ବିଜେଡିକୁ ହତୋତ୍ସାହିତ କରିଛି। ବିଜେଡି ନେତାଙ୍କ ମନରେ ଆଉ ଆତ୍ମ ବିଶ୍ୱାସ ଦେଖିବାକୁ ମିଳୁ ନାହିଁ। ଅବଶ୍ୟ ନିର୍ବାଚନ ଘୋଷଣାଠାରୁ ହିଁ ଦଳର ଆତ୍ମବିଶ୍ୱାସ ହାଇଜାକ୍ ହୋଇଥିଲା ଭଳି ମନେ ହେଉଥିଲା। ପ୍ରଥମେ ପ୍ରାର୍ଥୀ ଚୟନ ଏବଂ ନିର୍ବାଚନ ପ୍ରଚାରରେ ନେତାମାନଙ୍କ ଭିତରେ ଅଣ ସହଯୋଗ ଏହାକୁ ସ୍ପଷ୍ଟ କରିଥିଲା। ପୁଣି ପ୍ରାର୍ଥୀ ଚୟନରେ ନୂଆପଡ଼ାରୁ କୌଣସି ବ୍ୟକ୍ତିଙ୍କୁ ପ୍ରାର୍ଥୀ କରିବା ବଦଳରେ ଦଳ ଅତାବିରାର ପରାଜିତ ପ୍ରାର୍ଥୀଙ୍କୁ ଏଠାରେ ପ୍ରାର୍ଥୀ କରିଥିଲା। ସେତେବେଳେଳୁ ବିଜେଡିର ଆତ୍ମ ସମର୍ପଣ ସ୍ପଷ୍ଟ ହୋଇଥିଲେ ମଧ୍ୟ ବିଜେଡି ନିଜ ଉପରକୁ ଦୋଷ ନଦେଇ ଏବେ ନିର୍ବାଚନ କମିଶନଙ୍କ ଉପରେ ଦୋଷ ଲଦୁଥିବା ଦେଖିବାକୁ ମିଳିଛି।
ବିଜେଡି ନୂଆପଡ଼ାରେ ଭୋଟ ଚୋରି ଅଭିଯୋଗ କରିଛି। ରାହୁଲ ଗାନ୍ଧିଙ୍କ ଏହି ମାର୍ଗରେ ବିଜେଡିର ଯାତ୍ରାକୁ କେହି କେହି ଭୋକ ବିକଳରେ ତାଟିଆ କାମୁଡ଼ିବା ବୋଲି କହିଛନ୍ତି।